କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି ପ୍ରଧାନମନ୍ତ୍ରୀ ମୋଦି, ରଖିଲେ ଉତ୍ତର
ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ କାହିଁକି ଗଣମାଧ୍ୟମକୁ ଖୁବ୍ କମ୍ ପ୍ରତିକ୍ରିୟା ଦିଅନ୍ତି ଏବଂ ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ତାହାର ଉତ୍ତର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତିନି, ପୂର୍ବରୁ ଥିବା ଅନ୍ୟ ପ୍ରଧାନମନ୍ତ୍ରୀମାନେ ପ୍ରେସ୍ କନଫରେନ୍ସ କରିଥିବା ବେଳେ ନରେନ୍ଦ୍ର ମୋଦି କାହିଁକି ଏଥିରୁ ଦୂରେଇ ରହିଛନ୍ତି? ଏହି ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।
ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ସମୟରେ କାହିଁକି ଗଣମାଧ୍ୟମକୁ ଖୁବ୍ କମ୍ ପ୍ରତିକ୍ରିୟା ଦିଅନ୍ତି ଏବଂ ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ପ୍ରଶ୍ନର ଜବାବ ରଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଗଣମାଧ୍ୟମକୁ ଏକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର କରାଯାଇଛି, ସେ ସେହି ରାସ୍ତାକୁ ଯିବାକୁ ଚାହୁଁନାହାଁନ୍ତି।
ସେ ଆହୁରି କହିଛନ୍ତି, "ବର୍ତ୍ତମାନର ଗଣମାଧ୍ୟମ ପୂର୍ବ ପରି ନାହିଁ। ପୂର୍ବରୁ ଗଣମାଧ୍ୟମ ମୁଖହୀନ(ଚେହେରା ହୀନ) ଥିଲା। କିଏ ଏହି ଖବର ଲେଖିଛି, ଲେଖିଥିବା ବ୍ୟକ୍ତିର ଚିନ୍ତାଧାରା କେମିତି ସେସବୁ ଖୋଜା ପଡ଼ୁନଥିଲା। କିନ୍ତୁ ବର୍ତ୍ତମାନ ଆଉ ସେପରି ନାହିଁ।"
ପୂର୍ବରୁ ଯୋଗାଯୋଗର କେବଳ ଗୋଟିଏ ଉତ୍ସ ଥିଲା, କିନ୍ତୁ ଆଜି ଅନେକ ମାଧ୍ୟମ ଖୋଲିଗଲାଣି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।
ସେ କହିଛନ୍ତି, "ପୂର୍ବରୁ ଗଣମାଧ୍ୟମ ବିନା କେଉଁଠିକୁ ଯାଇ ହେଉନଥିଲା। କିନ୍ତୁ ଆଜି ଯୋଗାଯୋଗର ଅନେକ ମାଧ୍ୟମ ଅଛି। ଜନସାଧାରଣ ମଧ୍ୟ ଗଣମାଧ୍ୟମ ବିନା ନିଜର ସ୍ୱର ପ୍ରକାଶ କରିପାରୁଛନ୍ତି, ସେମାନଙ୍କ ମତାମତ ଦେଇପାରୁଛନ୍ତି।"