କିଏ ଏହି ଦିପେନ୍ଦ୍ର ସିଂହ ? ଯିଏ ଛଅ ବଲ୍‌ରେ ମାରିଲେ ୬ ଛକା...

ନୂଆଦିଲ୍ଲୀ ୧୪।୦୪ : ଦିପେନ୍ଦ୍ର ସିଂହଙ୍କ ଆଉ ଏକ ରେକର୍ଡ । ୮ ମାସ ତଳେ ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଥିଲେ । ଯାହାକି ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା । ଆଉ ଏବେ ପୁଣି ଥରେ ଆସିଛନ୍ତି ଲାଇମ୍‌ଲାଇଟ୍‌କୁ । ଗୋଟିଏ ଓଭରରେ ୬ ଛକା ମାରି ପୁଣି ଥରେ ଆଉ ଏକ ରେକର୍ଡ କରିଛନ୍ତି ଦିପେନ୍ଦ୍ର ସିଂହ । ତେବେ କିଏ ଏହି ଦିପେନ୍ଦ୍ର ସିଂହ ? ଯିଏ ଏହି ରେକର୍ଡ କରିଛନ୍ତି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା...୨୪ ଜାନୁଆରୀ ୨୦୦୦ରେ ଦିପେନ୍ଦ୍ର ସିଂହ ଏରିଙ୍କ ଜନ୍ମ । ୨୦୧୮ରେ ଦିପେନ୍ଦ୍ର ନେଦରଲାଣ୍ଡସ୍‌ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍‌ ଜରିଆରେ ଡେବ୍ୟୁ କରିଥିଲେ । ନେପାଳ କ୍ରିକେଟ୍‌ରୁ ଜଣେ ଉଦୀୟମାନ ଅଲ୍‌ରାଉଣ୍ଡର । ସେ ଅଫ୍‌ ବ୍ରେକ୍‌ ବୋଲିଂ କରନ୍ତି । ଗତ ବର୍ଷ (୨୦୨୩) ସେପ୍ଟେମ୍ବର-ଅକ୍ଟୋବରେ ଚୀନ୍‌ରେ ଆୟୋଜିତ ଏସିଆନ୍‌ ଗେମ୍‌ସରେ ମାତ୍ର ୯ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । ଯାହାକୁ ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଥିଲା । ୨୦୦୭ ମସିହାରେ  ଟି-୨୦ ବିଶ୍ୱକପ୍‌ରେ ଯୁବରାଜ ସିଂହ ୧୨ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଦିପେନ୍ଦ୍ର ଜଣେ ମିଡିଲା ଅର୍ଡର ବ୍ୟାଟସମ୍ୟାନ୍‌ । ୧୭ ବର୍ଷ ବୟସରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଜଗତରେ ପାଦ ଥାପିଥିଲେ । ୨୦୧୬ରେ ୧୯ ବର୍ଷରୁ କମ୍‌ ବୟସ ବିଶ୍ୱକପ୍‌ ଖେଳିସାରିଛନ୍ତି । ପାଓ୍ୱାର ହିଟିର ଭାବେ ଦିପେନ୍ଦ୍ର ବେଶ୍‌ ଜଣାଶୁଣି । ଦିପେନ୍ଦ୍ରେ ଏବେ ଏସିସି ଗ

କିଏ ଏହି ଦିପେନ୍ଦ୍ର ସିଂହ ? ଯିଏ ଛଅ ବଲ୍‌ରେ ମାରିଲେ ୬ ଛକା...

ନୂଆଦିଲ୍ଲୀ ୧୪।୦୪ : ଦିପେନ୍ଦ୍ର ସିଂହଙ୍କ ଆଉ ଏକ ରେକର୍ଡ । ୮ ମାସ ତଳେ ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଥିଲେ । ଯାହାକି ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା । ଆଉ ଏବେ ପୁଣି ଥରେ ଆସିଛନ୍ତି ଲାଇମ୍‌ଲାଇଟ୍‌କୁ । ଗୋଟିଏ ଓଭରରେ ୬ ଛକା ମାରି ପୁଣି ଥରେ ଆଉ ଏକ ରେକର୍ଡ କରିଛନ୍ତି ଦିପେନ୍ଦ୍ର ସିଂହ । ତେବେ କିଏ ଏହି ଦିପେନ୍ଦ୍ର ସିଂହ ? ଯିଏ ଏହି ରେକର୍ଡ କରିଛନ୍ତି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି କଥା...

୨୪ ଜାନୁଆରୀ ୨୦୦୦ରେ ଦିପେନ୍ଦ୍ର ସିଂହ ଏରିଙ୍କ ଜନ୍ମ । ୨୦୧୮ରେ ଦିପେନ୍ଦ୍ର ନେଦରଲାଣ୍ଡସ୍‌ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍‌ ଜରିଆରେ ଡେବ୍ୟୁ କରିଥିଲେ । ନେପାଳ କ୍ରିକେଟ୍‌ରୁ ଜଣେ ଉଦୀୟମାନ ଅଲ୍‌ରାଉଣ୍ଡର । ସେ ଅଫ୍‌ ବ୍ରେକ୍‌ ବୋଲିଂ କରନ୍ତି । ଗତ ବର୍ଷ (୨୦୨୩) ସେପ୍ଟେମ୍ବର-ଅକ୍ଟୋବରେ ଚୀନ୍‌ରେ ଆୟୋଜିତ ଏସିଆନ୍‌ ଗେମ୍‌ସରେ ମାତ୍ର ୯ଟି ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । ଯାହାକୁ ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଥିଲା । ୨୦୦୭ ମସିହାରେ  ଟି-୨୦ ବିଶ୍ୱକପ୍‌ରେ ଯୁବରାଜ ସିଂହ ୧୨ ବଲ୍‌ରେ ଅର୍ଦ୍ଧଶତକ ହାସଲ କରିଥିଲେ । 

ତେବେ ଦିପେନ୍ଦ୍ର ଜଣେ ମିଡିଲା ଅର୍ଡର ବ୍ୟାଟସମ୍ୟାନ୍‌ । ୧୭ ବର୍ଷ ବୟସରୁ ଅନ୍ତର୍ଜାତୀୟ କ୍ରିକେଟ୍‌ ଜଗତରେ ପାଦ ଥାପିଥିଲେ । ୨୦୧୬ରେ ୧୯ ବର୍ଷରୁ କମ୍‌ ବୟସ ବିଶ୍ୱକପ୍‌ ଖେଳିସାରିଛନ୍ତି । ପାଓ୍ୱାର ହିଟିର ଭାବେ ଦିପେନ୍ଦ୍ର ବେଶ୍‌ ଜଣାଶୁଣି । ଦିପେନ୍ଦ୍ରେ ଏବେ ଏସିସି ଗେମସ ପ୍ରିମିୟର କପ୍‌ରେ କତ୍ତର ବିରୋଧରେ କରିଛନ୍ତି ନୂଆ ରେକର୍ଡ । ଏହି ମ୍ୟାଚ୍‌ରେ ଗୋଟିଏ ଓଭରରେ ୬ ଛକା ମାରି ନୂଆ ରେକର୍ଡ କରିଛନ୍ତି । କତ୍ତାରର ବୋଲ କମ୍‌ରାନ ଖାନ୍‌ଙ୍କ ଓଭରରେ ଏହି କାର୍‌ନାମା କରିଛନ୍ତି । ଦିପେନ୍ଦ୍ର ଟି-୨୦ କ୍ରିକେଟ୍‌ରେ ଗୋଟିଏ ଓଭରରେ ୬ଟି ଛକା ମାରିବାର ତୃତୀୟ ଖେଳାଳି ।