କିଏ ଏହି ଦୁଲାରି ଦେବୀ ? ଯାହାଙ୍କ ଉପହାର ପିନ୍ଧିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ନୂଆଦିଲ୍ଲୀ ୦୨।୦୨: ଉପସ୍ଥାପନ ହୋଇଛି ସାଧାରଣ ବଜେଟ୍ ୨୦୨୫ । ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦକୁ ମଧୁବନୀ କଳାରେ ସଜାଯାଇଥିବା ଏକ କ୍ରିମ୍ କଲର ସାଢୀ ପିନ୍ଧି ପହଞ୍ଚିଥିଲେ ଅର୍ଥମନ୍ତ୍ରୀ । ଏହି ସ୍ବତନ୍ତ୍ର ଶାଢୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଶାଢୀଟିକୁ ବିତ୍ତମନ୍ତ୍ରୀଙ୍କୁ ଉପହାର ଦେଇଥିଲେ ପଦ୍ମଶ୍ରୀ ଦୁଲାରି ଦେବୀ । ପଦ୍ମଶ୍ରୀ ଦୁଲାରୀ ଦେବୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏହି ଶାଢ଼ି କେବଳ ଏକ ଶାଢ଼ି ନୁହେଁ ବରଂ ସଂଘର୍ଷ, ପରମ୍ପରା ଏବଂ କଳାର ଏକ ସୁନ୍ଦର ଯାତ୍ରାର କାହାଣୀ । ଦୁଲାରୀ ଦେବୀ ଶାଢ଼ିଟିକୁ ଅର୍ଥମନ୍ତ୍ରୀଙ୍କୁ ଦେଇଥିଲେ ଉପହାର । ଆଉ ଏହି ଶାଢ଼ି ପିନ୍ଧି ୨୦୨୫ ବଜେଟ୍ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀଙ୍କୁ କରିଥିଲେ ଅନୁରୋଧ । ମିଥିଳା କଳା ସଂସ୍ଥାନରେ କ୍ରେଡିଟ୍ ଆଉଟରିଚ୍ ପାଇଁ ମଧୁବନୀ ଆସିଥିବା ସମୟରେ ଦୁଲାରୀ ଦେବୀ ନିର୍ମଳା ସୀତାରମଣଙ୍କୁ ଏହି ଶାଢ଼ି ଉପହାର ଦେଇଥିଲେ।ତେବେ କିଏ ଏହି ଦୁଲାରୀ ଦେବୀ ? ଯାହାଙ୍କ ଉପହାର ଦିଆଯାଇଥିବା ଶାଢୀ ପିନ୍ଧି ସଂସଦରେ ପହଞ୍ଚିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୁଲାରୀ ଦେବୀ ହେଉଛନ୍ତି ବିହାରର ପ୍ରସିଦ୍ଧ ମଧୁବନୀ ଚିତ୍ରଶିଳ୍ପୀ । ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ବିହାରର ମଧୁବନୀ ଜିଲ୍ଲାରେ ଜନ୍ମିତ ଦୁଲାରୀ ଦେବୀ । ସେ ଏକ ମତ୍ସ୍ୟଜୀବୀ ସମ୍ପ୍ରଦାୟରୁ ଆସିଛନ୍ତି, ଯେଉଁଠ
ନୂଆଦିଲ୍ଲୀ ୦୨।୦୨: ଉପସ୍ଥାପନ ହୋଇଛି ସାଧାରଣ ବଜେଟ୍ ୨୦୨୫ । ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦକୁ ମଧୁବନୀ କଳାରେ ସଜାଯାଇଥିବା ଏକ କ୍ରିମ୍ କଲର ସାଢୀ ପିନ୍ଧି ପହଞ୍ଚିଥିଲେ ଅର୍ଥମନ୍ତ୍ରୀ । ଏହି ସ୍ବତନ୍ତ୍ର ଶାଢୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଶାଢୀଟିକୁ ବିତ୍ତମନ୍ତ୍ରୀଙ୍କୁ ଉପହାର ଦେଇଥିଲେ ପଦ୍ମଶ୍ରୀ ଦୁଲାରି ଦେବୀ । ପଦ୍ମଶ୍ରୀ ଦୁଲାରୀ ଦେବୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଏହି ଶାଢ଼ି କେବଳ ଏକ ଶାଢ଼ି ନୁହେଁ ବରଂ ସଂଘର୍ଷ, ପରମ୍ପରା ଏବଂ କଳାର ଏକ ସୁନ୍ଦର ଯାତ୍ରାର କାହାଣୀ ।
ଦୁଲାରୀ ଦେବୀ ଶାଢ଼ିଟିକୁ ଅର୍ଥମନ୍ତ୍ରୀଙ୍କୁ ଦେଇଥିଲେ ଉପହାର । ଆଉ ଏହି ଶାଢ଼ି ପିନ୍ଧି ୨୦୨୫ ବଜେଟ୍ ଉପସ୍ଥାପନ କରିବାକୁ ଅର୍ଥମନ୍ତ୍ରୀଙ୍କୁ କରିଥିଲେ ଅନୁରୋଧ । ମିଥିଳା କଳା ସଂସ୍ଥାନରେ କ୍ରେଡିଟ୍ ଆଉଟରିଚ୍ ପାଇଁ ମଧୁବନୀ ଆସିଥିବା ସମୟରେ ଦୁଲାରୀ ଦେବୀ ନିର୍ମଳା ସୀତାରମଣଙ୍କୁ ଏହି ଶାଢ଼ି ଉପହାର ଦେଇଥିଲେ।
ତେବେ କିଏ ଏହି ଦୁଲାରୀ ଦେବୀ ? ଯାହାଙ୍କ ଉପହାର ଦିଆଯାଇଥିବା ଶାଢୀ ପିନ୍ଧି ସଂସଦରେ ପହଞ୍ଚିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୁଲାରୀ ଦେବୀ ହେଉଛନ୍ତି ବିହାରର ପ୍ରସିଦ୍ଧ ମଧୁବନୀ ଚିତ୍ରଶିଳ୍ପୀ । ସେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ବିହାରର ମଧୁବନୀ ଜିଲ୍ଲାରେ ଜନ୍ମିତ ଦୁଲାରୀ ଦେବୀ । ସେ ଏକ ମତ୍ସ୍ୟଜୀବୀ ସମ୍ପ୍ରଦାୟରୁ ଆସିଛନ୍ତି, ଯେଉଁଠାରେ ମହିଳାମାନଙ୍କର କଳା ସହିତ କୌଣସି ସମ୍ପର୍କ ନଥିଲା।
ଦୁଲାରୀ ଦେବୀଙ୍କ ଜୀବନରେ ଏପରି ନଥିଲା କି ସେ ପିଲାଦିନରୁ ମଧୁବନୀ ଚିତ୍ରକଳା ପ୍ରତି ଆକୃଷ୍ଟ ଥିଲେ କି ପିଲାଦିନରୁ ଶିଖୁଥିଲେ ବରଂ ସେ ପରିସ୍ଥିତିରେ ପଡି ମଧୁବନୀ ଚିତ୍ରକଳାର ନିକଟତର ହୋଇଥିଲେ । ଏହାପରେ ସେ ଏହାକୁ ନିଜର ସାଧନା କରିଦେଇଥିଲେ । ଆଉ ନିଜର ପରିଚୟ ସୃଷ୍ଟି କରି ସଫଳତାର ଶିଖରକୁ ଚଢ଼ି ଚାଲିଲେ। ଦୁଲାରୀ ଦେବୀଙ୍କର ବିବାହ କମ୍ ବୟସରେ ହୋଇଥିଲା । ମାତ୍ର ୧୬ ବର୍ଷ ବୟସରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦେଇଥିଲେ । ଏହାଠାରୁ ବଡ ଦୁଃଖ ସେତେବେଳେ ଲାଗିଲା ଯେତେବେଳେ ସେ ନିଜ ପିଲାକୁ ହରାଇଥିଲେ । ଏହାପରେ ଜୀବିକା ନିର୍ବାହ ପାଇଁ ସେ ୧୬ ବର୍ଷ ଯାଏଁ ଲୋକଙ୍କ ଘରେ ଘରେ କାମ କରିଥିଲେ ।
କିନ୍ତୁ ତାଙ୍କ ଭାଗ୍ୟକୁ ଅନ୍ୟ କିଛି ମଞ୍ଜୁର ଥିଲା । ଯେଉଁ ଘରେ ସେ କାମ କରୁଥିଲେ ସେହି ଘରେ ରହୁଥିଲେ ପ୍ରସିଦ୍ଧ ମଧୁବନୀ ଚିତ୍ରଶିଳ୍ପୀ କର୍ପୁରୀ ଦେବୀ । ସେମାନଙ୍କୁ ଦେଖି ଦୁଲାରୀ ଦେବୀ ମଧ୍ୟ ଏହି କଳା ପ୍ରତି ଆଗ୍ରହୀ ହୋଇଥିଲେ । ଆଉ ସେ ଧୀରେ ଧୀରେ ଚିତ୍ରକଳା ଶିଖିବା ଆରମ୍ଭ କଲେ । ଏଠାରୁ ତାଙ୍କର ପ୍ରତିଭା ସଫଳତାର ରାସ୍ତା ପାଇଥିଲା । ତାଙ୍କର କଠିନ ପରିଶ୍ରମ ଏବଂ ପ୍ରତିଭା ଜରିଆରେ ସେ ହୋଇଥିଲେ ଜଣେ ଜାତୀୟସ୍ତରର କଳାକାର । ଆଉ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ କରାଗଲା ସମ୍ମାନିତ । ଦୁଲାରୀ ଦେବୀଙ୍କ ମଧୁବନୀ ଚିତ୍ରକଳା କେବଳ ରଙ୍ଗର ମିଶ୍ରଣ ନୁହେଁ, ବରଂ ସମାଜରେ ସଚେତନତା ପ୍ରସାର କରିବାର ଏକ ମାଧ୍ୟମ ମଧ୍ୟ ।
ସେ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ପେଣ୍ଟିଙ୍ଗ୍ କରିସାରିଛନ୍ତି । ଯେଉଁଥିରେ ସେ ବାଲ୍ୟବିବାହ, ଏଡସ୍ ସଚେତନତା, କନ୍ୟା ଭ୍ରୁଣ ହତ୍ୟା ଇତ୍ୟାଦି ପ୍ରସଙ୍ଗଗୁଡ଼ିକୁ ଆଲୋକପାତ କରିଛନ୍ତି । ତାଙ୍କ କଳା କେବଳ ବିହାରରେ ନୁହେଁ ବରଂ ଦେଶବ୍ୟାପୀ ପ୍ରଦର୍ଶନୀର ଏକ ଅଂଶ ପାଲଟିଛି। କେବଳ ଏତିକି ନୁହେଁ, ସେ ମଧୁବନୀରେ ହଜାରରୁ ଅଧିକ ଛାତ୍ରଙ୍କୁ ତାଲିମ ଦେଇଥିଲେ ଏବଂ ମଧୁବନୀ କଳାର ଐତିହ୍ୟକୁ ଆଗକୁ ବଢାଇବାର କାମ କରିଥିଲେ ।