କିଏ ଏହି ହିନ୍ଦୁଜା ପରିବାର, ଯାହାଙ୍କୁ ନେଇ ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ/ଜେନେଭା,୨୨।୬: ହିନ୍ଦୁଜା ଗୋଷ୍ଠୀର ଭିତ୍ତିପ୍ରସ୍ତର ଅବିଭାଜିତ ଭାରତର ସିନ୍ଧ ପ୍ରଦେଶର ପ୍ରସିଦ୍ଧ ଶିଖରପୁରରେ ଜନ୍ମଗ୍ରହଣ କରିଥିବା ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ୧୯୧୪ରେ ସେ ମୁମ୍ବାଇ ଆସି ସେଠାରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କର ବ୍ୟବସାୟ ବିଶ୍ୱର ଅନ୍ୟ ଦେଶକୁ ମଧ୍ୟ ବିସ୍ତାର ହେଲା। ୧୯୧୯ରେ, ସେ ତାଙ୍କର ଅନ୍ତର୍ଜାତୀୟ ବ୍ୟବସାୟକୁ ବିସ୍ତାର କରି ଇରାନରେ ଏକ କାର୍ଯ୍ୟାଳୟ ଖୋଲିଥିଲେ। ୧୯୭୯ପର୍ଯ୍ୟନ୍ତ, ହିନ୍ଦୁଜା ଗୋଷ୍ଠୀର ମୁଖ୍ୟ କ୍ୱାର୍ଟର ଇରାନରେ ରହିଲା। […] The post କିଏ ଏହି ହିନ୍ଦୁଜା ପରିବାର, ଯାହାଙ୍କୁ ନେଇ ହେଉଛି ଚର୍ଚ୍ଚା appeared first on Dharitri Odia News.
ନୂଆଦିଲ୍ଲୀ/ଜେନେଭା,୨୨।୬: ହିନ୍ଦୁଜା ଗୋଷ୍ଠୀର ଭିତ୍ତିପ୍ରସ୍ତର ଅବିଭାଜିତ ଭାରତର ସିନ୍ଧ ପ୍ରଦେଶର ପ୍ରସିଦ୍ଧ ଶିଖରପୁରରେ ଜନ୍ମଗ୍ରହଣ କରିଥିବା ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ୧୯୧୪ରେ ସେ ମୁମ୍ବାଇ ଆସି ସେଠାରେ ତାଙ୍କର ବ୍ୟବସାୟ ଆରମ୍ଭ କରିଥିଲେ। ଧୀରେ ଧୀରେ ତାଙ୍କର ବ୍ୟବସାୟ ବିଶ୍ୱର ଅନ୍ୟ ଦେଶକୁ ମଧ୍ୟ ବିସ୍ତାର ହେଲା। ୧୯୧୯ରେ, ସେ ତାଙ୍କର ଅନ୍ତର୍ଜାତୀୟ ବ୍ୟବସାୟକୁ ବିସ୍ତାର କରି ଇରାନରେ ଏକ କାର୍ଯ୍ୟାଳୟ ଖୋଲିଥିଲେ। ୧୯୭୯ପର୍ଯ୍ୟନ୍ତ, ହିନ୍ଦୁଜା ଗୋଷ୍ଠୀର ମୁଖ୍ୟ କ୍ୱାର୍ଟର ଇରାନରେ ରହିଲା। ଏହା ପରେ ପରିବାର ୟୁରୋପ ଯାଇଥିଲେ।
ପରମାନନ୍ଦ ଦୀପଚାନ୍ଦ ହିନ୍ଦୁଜାଙ୍କ ପରେ ତାଙ୍କର ତିନି ପୁଅ – ଶ୍ରୀଚାନ୍ଦ, ଗୋପୀଚାନ୍ଦ ଏବଂ ପ୍ରକାଶ ହିଞ୍ଜୁଜା କମ୍ପାନୀ ଗ୍ରହଣ କରିଥିଲେ। ହିନ୍ଦୁଜା ପରିବାର ବ୍ରିଟେନରେ ରାଫଲେସ ନାମକ ଏକ ହୋଟେଲ ସମେତ ଅନେକ ମୂଲ୍ୟବାନ ସମ୍ପତ୍ତି କିଣିଥିଲେ। ଏହି ହୋଟେଲଟି ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ବାସଭବନ ୧୦ ଡାଉନିଂ ଷ୍ଟ୍ରିଟ ଠାରୁ ମାତ୍ର କିଛି ମିଟର ଦୂରରେ।
ଭାରତୀୟ ମୂଳର ହିନ୍ଦୁଜା ପରିବାର ବ୍ରିଟେନର ସବୁଠାରୁ ଧନୀ ପରିବାର ମଧ୍ୟରେ ଗଣାଯାଏ। ବର୍ତ୍ତମାନ ଏହି ପରିବାରର ଚାରି ଜଣଙ୍କୁ ସାଢେ ଚାରି ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଏହି ସମସ୍ତ ଧନୀ ବ୍ୟକ୍ତି ନିଜ ଘରୋଇ ଚାକରମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି।
ଏହି ମାମଲାରେ ସ୍ବିସ ପ୍ରଶାସନ ପାଇଁ ହାଜର ହୋଇଥିବା ସରକାରୀ ଓକିଲ ୟେଭ ବର୍ଟୋସା କୋର୍ଟରେ କହିଛନ୍ତି, ‘ସେମାନେ (ହିନ୍ଦୁଜା ପରିବାର) ସେମାନଙ୍କ ମଧ୍ୟରୁ ଗୋଟିଏ କୁକୁରର ରକ୍ଷଣାବେକ୍ଷଣ ଏବଂ ଖାଦ୍ୟ ପାଇଁ ଅଧିକ ଖର୍ଚ୍ଚ କରନ୍ତି। ଏହି ପରିବାର ସେମାନଙ୍କ କୁକୁର ପାଇଁ ବର୍ଷକୁ ପ୍ରାୟ ୧୦ ହଜାର ଆମେରିକୀୟ ଡଲାର ବା ସାଢେ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଜଣେ ଘରୋଇ ଚାକର ବା କେୟାର ଟେକର ମାତ୍ର ୭.୮୪ ଡଲାର ଅର୍ଥାତ୍ ଦିନକୁ ୧୮ ଘଣ୍ଟା କାମ କରିବା ପାଇଁ କେବଳ ୬୫୫ଟଙ୍କା ପାଇଥାଆନ୍ତି।
ବର୍ଟୋସା କହିଛନ୍ତି ଯେ ଅନେକ ସେବକଙ୍କୁ ସପ୍ତାହରେ ସାତ ଦିନ କାମ କରିବାକୁ ପଡୁଥିଲା ଏବଂ ସେମାନଙ୍କୁ ସ୍ବିସ ଫ୍ରାଙ୍କ ନୁହେଁ ବରଂ ଭାରତୀୟ ଟଙ୍କାରେ ଦରମା ଦିଆଯାଉଥିଲା।
The post କିଏ ଏହି ହିନ୍ଦୁଜା ପରିବାର, ଯାହାଙ୍କୁ ନେଇ ହେଉଛି ଚର୍ଚ୍ଚା appeared first on Dharitri Odia News.