‘କିଏ କହୁଥିଲା ଯେ ବିରାଟ ଟେଷ୍ଟରୁ ଅବସର ନେଇସାରିଛନ୍ତି… ସ୍ଲୋ ଇନିଂସ ପାଇଁ ପ୍ରଶଂସକଙ୍କ ଟାର୍ଗେଟରେ କୋହଲି

ଅହମ୍ମଦାବାଦ : ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଫାଇନାଲ ରୋମାଞ୍ଚକର ମୋଡ୍‌ରେ ରହିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୯୦ ରନ୍‌ କରିଛି। ତେବେ ଏହି ମ୍ୟାଚ୍‌ରେ ବାଙ୍ଗାଲୋରର କୌଣସି ବ୍ୟାଟର ଅର୍ଦ୍ଧଶତକ କରିପାରିନଥିଲେ। ସବୁଠୁ ବଡ଼ କଥା ହେଉଛି ବଡ଼ ମ୍ୟାଚ୍‌ରେ ଷ୍ଟାର ଖେଳାଳି ବିରାଟ କୋହଲି ବଡ଼ ସ୍କୋର କରିପାରିନଥିଲେ। ଫାଇନାଲ ମ୍ୟାଚରେ […]

‘କିଏ କହୁଥିଲା ଯେ ବିରାଟ ଟେଷ୍ଟରୁ ଅବସର ନେଇସାରିଛନ୍ତି… ସ୍ଲୋ ଇନିଂସ ପାଇଁ ପ୍ରଶଂସକଙ୍କ ଟାର୍ଗେଟରେ କୋହଲି
VIRAT

ଅହମ୍ମଦାବାଦ : ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଫାଇନାଲ ରୋମାଞ୍ଚକର ମୋଡ୍‌ରେ ରହିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୯୦ ରନ୍‌ କରିଛି। ତେବେ ଏହି ମ୍ୟାଚ୍‌ରେ ବାଙ୍ଗାଲୋରର କୌଣସି ବ୍ୟାଟର ଅର୍ଦ୍ଧଶତକ କରିପାରିନଥିଲେ। ସବୁଠୁ ବଡ଼ କଥା ହେଉଛି ବଡ଼ ମ୍ୟାଚ୍‌ରେ ଷ୍ଟାର ଖେଳାଳି ବିରାଟ କୋହଲି ବଡ଼ ସ୍କୋର କରିପାରିନଥିଲେ। ଫାଇନାଲ ମ୍ୟାଚରେ କୋହଲି ୩୫ ବଲ୍‌ରେ ୪୩ରନ୍‌ କରିଥିଲେ। ଯେଉଁଥିରେ ୩ଟି ଚୌକା ରହିଥିଲା।


ଫାଇନାଲ ମ୍ୟାଚ୍‌ ଭଳି ବଡ଼ ମ୍ୟାଚ୍‌ରେ ବିରାଟଙ୍କ ସ୍ଲୋ ଇନିଂସ  ପ୍ରଶଂସକଙ୍କୁ ନିରାଶ କରିଛି। ଯାହା ଫଳରେ ପ୍ରଶଂସକ ମାନେ ବରାଟଙ୍କୁ ଟାର୍ଗେଟ କରିଛନ୍ତି। ଟି-୨୦ରେ ବିରାଟଙ୍କ ସ୍ଲୋ ଇନିଂସ ପାଇଁ ବିରାଟ ଟେଷ୍ଟରୁ ଅବସର ନେଇ ନଥିବା କହି ସୋସିଆଲ ମିଡିଆରେ ଟାର୍ଗେଟ କରିଛନ୍ତି।

whatsapp image 2025 06 03 at 90025 pm 683f1550386f5