କିଏ ସେହି ହିମାଙ୍ଗୀ ସାଖି, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବେ ଟକ୍କର
ନୂଆଦିଲ୍ଲୀ,୧୦।୩:ଟ୍ରାନ୍ସଜେଣ୍ଡର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସାଖି ଆଗାମୀ ଲୋକ ସଭା ର୍ନିବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଖିଳ ଭାରତ ହିନ୍ଦୁ ମହାସଭା ତାଙ୍କୁ ବାରାଣସୀ ସଂସଦୀୟ ଆସନରୁ ଟିକେଟ ଦେଇଛି। ସେ ଆସନ୍ତା ସପ୍ତାହରେ ବାରାଣସୀ ଆସି ତାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ସେମାନଙ୍କର ଅଧିକାର ଏବଂ ସମ୍ମାନ ଦେବା ପାଇଁ ସେ ନିର୍ବାଚନ କ୍ଷେତ୍ରକୁ ପ୍ରବେଶ କରିଛନ୍ତି ବୋଲି ହିମାଙ୍ଗୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଗାନ ‘ବେଟି ବାଚାଓ-ବେଟି ପଢାଓ’ […] The post କିଏ ସେହି ହିମାଙ୍ଗୀ ସାଖି, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବେ ଟକ୍କର appeared first on Dharitri Odia News.
ନୂଆଦିଲ୍ଲୀ,୧୦।୩:ଟ୍ରାନ୍ସଜେଣ୍ଡର ମହାମଣ୍ଡଳେଶ୍ୱର ହିମାଙ୍ଗୀ ସାଖି ଆଗାମୀ ଲୋକ ସଭା ର୍ନିବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ଅଖିଳ ଭାରତ ହିନ୍ଦୁ ମହାସଭା ତାଙ୍କୁ ବାରାଣସୀ ସଂସଦୀୟ ଆସନରୁ ଟିକେଟ ଦେଇଛି। ସେ ଆସନ୍ତା ସପ୍ତାହରେ ବାରାଣସୀ ଆସି ତାଙ୍କ ନିର୍ବାଚନ ପ୍ରଚାର ଆରମ୍ଭ କରିବେ।
ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ସେମାନଙ୍କର ଅଧିକାର ଏବଂ ସମ୍ମାନ ଦେବା ପାଇଁ ସେ ନିର୍ବାଚନ କ୍ଷେତ୍ରକୁ ପ୍ରବେଶ କରିଛନ୍ତି ବୋଲି ହିମାଙ୍ଗୀ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସ୍ଲୋଗାନ ‘ବେଟି ବାଚାଓ-ବେଟି ପଢାଓ’ ଭଲ କିନ୍ତୁ ‘କିନ୍ନର ବାଚାଓ-କିନ୍ନର ପଢାଓ’ର ଆବଶ୍ୟକତା କେହି ବୁଝିପାରିଲେ ନାହିଁ। ସେମାନଙ୍କର ଦାବି ହେଉଛି ଲୋକ ସଭା, ବିଧାନ ସଭା ଏବଂ ପଞ୍ଚାୟତ ନିର୍ବାଚନରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟ ପାଇଁ ଚାକିରି ଏବଂ ଆସନ ସଂରକ୍ଷିତ କରାଯିବା ଉଚିତ, ଯାହା ଦ୍ୱାରା ସେମାନେ ଗୃହରେ ମଧ୍ୟ ପ୍ରତିନିଧିତ୍ୱ କରିପାରିବେ ଏବଂ ସେମାନଙ୍କର ସମସ୍ୟା ଏବଂ ଦାବିକୁ ବିଚାର କରାଯାଇପାରିବ।
ହିମାଙ୍ଗୀ ସେ ଭଗବତ କଥାର ୫ଟି ଭାଷାରେ ବର୍ଣ୍ଣନା କରିବା ପାଇଁ ପ୍ରସିଦ୍ଧ। ସେ ଭଗବତ କଥାକୁ ପଞ୍ଜାବୀ, ଗୁଜରାଟୀ, ହିନ୍ଦୀ, ଇଂରାଜୀ ଏବଂ ମରାଠୀ ଇତ୍ୟାଦି ଭାଷାରେ ବାଖ୍ୟା କରିଛନ୍ତି। ଭାରତ ବ୍ୟତୀତ ହିମାଙ୍ଗୀ ବ୍ୟାଙ୍କକ, ସିଙ୍ଗାପୁର ଏବଂ ମରିସସ ଇତ୍ୟାଦି ସ୍ଥାନରେ ଭଗବତ କଥା ପାଠ କରିଛନ୍ତି।
The post କିଏ ସେହି ହିମାଙ୍ଗୀ ସାଖି, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବେ ଟକ୍କର appeared first on Dharitri Odia News.