କିଏ ହଂସିତାଙ୍କ ପ୍ରକୃତ ସ୍ୱାମୀ?  ମନୋଜ, ସରୋଜ ନା ଅନୀଲ

କନକ ବ୍ୟୁରୋ : ହଂସିତା ଅଭିଲିପ୍ସାଙ୍କ  ପ୍ରକୃତ ସ୍ବାମୀ କିଏ ? ଏହାକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଅନ୍ତରୀଣ ଜାମିନ ପାଇଁ ହଂସିତା ଦେଇଥିବା ତଥ୍ୟ ସମସ୍ତଙ୍କୁ ଚମକାଇ ଦେଇଛି । ତଥ୍ୟରେ ତାଙ୍କ ସ୍ବାମୀ ସରୋଜ ସାହୁ ବୋଲି ସେ ଦର୍ଶାଇଛନ୍ତି । ଆବେଦନର ଶୁଣାଣି ୧୮ ତାରିଖରେ ହେବ । ଅନ୍ତରୀଣ ଜାମିନ ପାଇଁ ଆଉ ଏକ ସ୍ୱାମୀ ବାବଦରେ ତଥ୍ୟ ଦେଇଛନ୍ତି ହଂସିତା ଅଭିଲିପ୍ସା। ତାଙ୍କ ସ୍ୱାମୀ ସରୋଜ ସାହୁ ବୋଲି ସେ ଦର୍ଶାଇଛନ୍ତି । ତାଙ୍କ ଦେହ ଖରାପ ଥିବାରୁ ସେ ତାଙ୍କର ଦେଖାଶୁଣା କରିବେ। ତାଙ୍କ ପାଖରେ ରହିବେ, ତେଣୁ ତାଙ୍କୁ ଅନ୍ତରୀଣ ଜାମିନ ମିଳୁ ବୋଲି କୋର୍ଟରେ ଆବେଦନ କରିଛନ୍ତି ହଂସିତା। ଏ ହେଉଛନ୍ତି ସେହି ଧୃତ ମହିଳା ହଂସିତା। ସ୍ତ୍ରୀ ଏକ, ସ୍ୱାମୀ ଅନେକ। କେବେ ଅନୀଲ, କେବେ ମନୋଜ ତ ପୁଣି କେତେବେଳେ ସରୋଜ। ଏକଥା ପୁଲିସର ତଥ୍ୟରୁ ଜଣାପଡୁଛି। ଟିକିଏ ଭଲକରି ନଜର ପକାନ୍ତୁ ଇନଫୋସିଟି ଥାନାର ଏହି ସିଜର ଲିଷ୍ଟ ଉପରେ। ଗିରଫ ହୋଇ କୋର୍ଟ ଚାଲାଣ ବେଳେ, ଅନୀଲ ମହାନ୍ତିଙ୍କୁ ହଂସିତା ଅଭିଲିପ୍ସାଙ୍କ ସ୍ୱାମୀ ବୋଲି ଦର୍ଶାଇଛି ପୁଲିସ। ସ୍ପଷ୍ଟ ଭାବରେ ଏହି ଲେଟରରେ ଉଲ୍ଲେଖ କରାଯାଇଛି। ତଦନ୍ତ ବେଳେ, ଆଉ ଜଣେ ସ୍ୱାମୀ ମନୋଜ ଆଚାର୍ୟ୍ୟଙ୍କ ଚେହେରା ପଦାକୁ ଆସିବାରୁ ତାଙ୍କୁ ଆୟକର ବିଭାଗରୁ ସମନ ଜାରି ହୋଇଥିଲା। ସେହିପରି ସରୋଜ ସାହୁଙ୍କୁ ବି ସେ ବିବାହ କରିଥିଲେ, କିନ୍ତୁ ଅନୀଲଙ୍କୁ ସ୍ୱାମୀର ପରିଚୟ ଦେଇ ତାଙ୍କ ସହ ରହି

କିଏ ହଂସିତାଙ୍କ ପ୍ରକୃତ ସ୍ୱାମୀ?  ମନୋଜ, ସରୋଜ ନା ଅନୀଲ

କନକ ବ୍ୟୁରୋ : ହଂସିତା ଅଭିଲିପ୍ସାଙ୍କ  ପ୍ରକୃତ ସ୍ବାମୀ କିଏ ? ଏହାକୁ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଅନ୍ତରୀଣ ଜାମିନ ପାଇଁ ହଂସିତା ଦେଇଥିବା ତଥ୍ୟ ସମସ୍ତଙ୍କୁ ଚମକାଇ ଦେଇଛି । ତଥ୍ୟରେ ତାଙ୍କ ସ୍ବାମୀ ସରୋଜ ସାହୁ ବୋଲି ସେ ଦର୍ଶାଇଛନ୍ତି । ଆବେଦନର ଶୁଣାଣି ୧୮ ତାରିଖରେ ହେବ ।

ଅନ୍ତରୀଣ ଜାମିନ ପାଇଁ ଆଉ ଏକ ସ୍ୱାମୀ ବାବଦରେ ତଥ୍ୟ ଦେଇଛନ୍ତି ହଂସିତା ଅଭିଲିପ୍ସା। ତାଙ୍କ ସ୍ୱାମୀ ସରୋଜ ସାହୁ ବୋଲି ସେ ଦର୍ଶାଇଛନ୍ତି । ତାଙ୍କ ଦେହ ଖରାପ ଥିବାରୁ ସେ ତାଙ୍କର ଦେଖାଶୁଣା କରିବେ। ତାଙ୍କ ପାଖରେ ରହିବେ, ତେଣୁ ତାଙ୍କୁ ଅନ୍ତରୀଣ ଜାମିନ ମିଳୁ ବୋଲି କୋର୍ଟରେ ଆବେଦନ କରିଛନ୍ତି ହଂସିତା। ଏ ହେଉଛନ୍ତି ସେହି ଧୃତ ମହିଳା ହଂସିତା। ସ୍ତ୍ରୀ ଏକ, ସ୍ୱାମୀ ଅନେକ। କେବେ ଅନୀଲ, କେବେ ମନୋଜ ତ ପୁଣି କେତେବେଳେ ସରୋଜ। ଏକଥା ପୁଲିସର ତଥ୍ୟରୁ ଜଣାପଡୁଛି। ଟିକିଏ ଭଲକରି ନଜର ପକାନ୍ତୁ ଇନଫୋସିଟି ଥାନାର ଏହି ସିଜର ଲିଷ୍ଟ ଉପରେ। ଗିରଫ ହୋଇ କୋର୍ଟ ଚାଲାଣ ବେଳେ, ଅନୀଲ ମହାନ୍ତିଙ୍କୁ ହଂସିତା ଅଭିଲିପ୍ସାଙ୍କ ସ୍ୱାମୀ ବୋଲି ଦର୍ଶାଇଛି ପୁଲିସ। ସ୍ପଷ୍ଟ ଭାବରେ ଏହି ଲେଟରରେ ଉଲ୍ଲେଖ କରାଯାଇଛି। ତଦନ୍ତ ବେଳେ, ଆଉ ଜଣେ ସ୍ୱାମୀ ମନୋଜ ଆଚାର୍ୟ୍ୟଙ୍କ ଚେହେରା ପଦାକୁ ଆସିବାରୁ ତାଙ୍କୁ ଆୟକର ବିଭାଗରୁ ସମନ ଜାରି ହୋଇଥିଲା। ସେହିପରି ସରୋଜ ସାହୁଙ୍କୁ ବି ସେ ବିବାହ କରିଥିଲେ, କିନ୍ତୁ ଅନୀଲଙ୍କୁ ସ୍ୱାମୀର ପରିଚୟ ଦେଇ ତାଙ୍କ ସହ ରହି ସିଣ୍ଡିକେଟ ଚଳାଇଥିଲେ। 

ସେପଟେ ଏହି ଅନ୍ତରୀଣ ଜାମିନ ଆବେଦନର ଶୁଣାଣୀ ଆସନ୍ତା ୧୮ ତାରିଖକୁ ଘୁଞ୍ଚାଇଛନ୍ତି ଏଡିଜେ- ଟୁ କୋର୍ଟ। ଅନ୍ୟପଟେ ସରକାରୀ ଓକିଲ ଅବଜେକ୍ସନ ଫାଇଲ କରିବା ପରେ, ବଣ୍ଟି ବବଲୀଙ୍କ ପାଇଁ ଅଡୁଆ ସୃଷ୍ଟି ହୋଇଛି। 

ସାରା ଓଡିଶାରେ ସିଣ୍ଡିକେଟ ଚଳାଇଥିବା ଏହି ଚାଲବାଜ ମହିଳାଙ୍କ କାରନାମାକୁ ନେଇ ରାଜ୍ୟ ଉଠୁଛି ପଡୁଛି। ହଂସିତା ସହ ଅନୀଲର ବୟାନ ରେକର୍ଡ କରି, ଲୁଚି ଯାଇଥିବା ଅଭିଯୁକ୍ତଙ୍କୁ କାଠଗଡାକୁ ଟାଣିବାକୁ ଉଦ୍ୟମ କରୁଛି ତଦନ୍ତକାରୀ ସଂସ୍ଥା। ଆଉ ଆଇନର ଗଳାବାଟ ଦେଇ ଖସିବାକୁ ଜୋରସୋର ଷଡଯନ୍ତ୍ର ଚଳାଇଛନ୍ତି ଏହି ହାଇ ପ୍ରୋଫାଇଲ୍ ଦଲାଲ ଦମ୍ପତି।