କିଏ ହେବ ପରବର୍ତ୍ତୀ ମହିଳା କମିଶନ? ବିଜେପି ଶିବିରରେ ଅନେକ ଆଶାୟୀ । କିଏ ହେବେ ଥଇଥାନ?
କନକ ବ୍ୟୁରୋ: ମିନତି ବେହେରା ମହିଳା କମିଶନ ଅଧ୍ୟକ୍ଷା ପଦରୁ ବିଦା ହେବା ପରେ ଏବେ ନୂଆ ନିଯୁକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ଶିବିରରେ ଅନେକ ଆଶାୟୀଙ୍କ ନାଁ ସାମ୍ନାକୁ ଆସିଛି । ଏପଟେ ଖୁବଶୀଘ୍ର ନୂଆ ନିଯୁକ୍ତି ହେବ ବୋଲି ଉପମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଲବି ବି ବଢିଛି । କିଏ ହେବ ପରବର୍ତ୍ତୀ ମହିଳା କମିଶନ? ବିଜେପି ଶିବିରରେ ଅନେକ ଆଶାୟୀ କିଏ ହେବେ ଥଇଥାନ? ବିବାଦ ମଧ୍ୟରେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରାଙ୍କୁ ରାଜ୍ୟ ସରକାର ବିଦା କରିବା ପରେ ଏବେ ନୂଆ ମହିଳା କମିଶନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହା ଏକ ରାଜନୈତିକ ପଦବୀ ହୋଇଥିବାରୁ କିଏ ଥଇଥାନ ହେବେ ସେ ନେଇ ବିଜେପି ସରକାର ବିଚାରବିମର୍ଷ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏହି ପଦବୀ ପୂରଣ ହେବ ବୋଲି କହିବା ପରେ ଆଶାୟୀଙ୍କ ସଂଖ୍ୟା ବି ବଢିଯାଇଛି । ଲବିରେ ବିଜେପିର ପ୍ରମୁଖ ନାରୀନେତ୍ରୀ କାହା ନାଁରେ ବାଜିବ ମୋହର? ମହିଳା କମିଶନ ଅଧ୍ୟକ୍ଷା ପଦ ପାଇଁ ବିଜେପିରେ ଅନେକ ଆଶାୟୀ ଅଛନ୍ତି । ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ଅଛନ୍ତି… ସୁକେଶୀ ଓରାମ, ବିଜେପି ରାଜ୍ୟ ଉପସଭାପତି ସୁକେଶୀ ଜାତୀୟ ମହିଳା କମିଶନର ସଦସ୍ୟା ରହିସାରିଛନ୍ତି ରାଜ୍ୟ ବିଜେପିର ଜଣେ ମହିଳା ଆଦିବାସୀ ଚେହେରା ଡାକ୍ତର ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି ପେଶାରେ ଡାକ୍ତର ଅନେକ ଦିନ ରାଷ୍ଟ

କନକ ବ୍ୟୁରୋ: ମିନତି ବେହେରା ମହିଳା କମିଶନ ଅଧ୍ୟକ୍ଷା ପଦରୁ ବିଦା ହେବା ପରେ ଏବେ ନୂଆ ନିଯୁକ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ଶିବିରରେ ଅନେକ ଆଶାୟୀଙ୍କ ନାଁ ସାମ୍ନାକୁ ଆସିଛି । ଏପଟେ ଖୁବଶୀଘ୍ର ନୂଆ ନିଯୁକ୍ତି ହେବ ବୋଲି ଉପମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଲବି ବି ବଢିଛି ।
- କିଏ ହେବ ପରବର୍ତ୍ତୀ ମହିଳା କମିଶନ?
- ବିଜେପି ଶିବିରରେ ଅନେକ ଆଶାୟୀ
- କିଏ ହେବେ ଥଇଥାନ?
ବିବାଦ ମଧ୍ୟରେ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରାଙ୍କୁ ରାଜ୍ୟ ସରକାର ବିଦା କରିବା ପରେ ଏବେ ନୂଆ ମହିଳା କମିଶନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହା ଏକ ରାଜନୈତିକ ପଦବୀ ହୋଇଥିବାରୁ କିଏ ଥଇଥାନ ହେବେ ସେ ନେଇ ବିଜେପି ସରକାର ବିଚାରବିମର୍ଷ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଏହି ପଦବୀ ପୂରଣ ହେବ ବୋଲି କହିବା ପରେ ଆଶାୟୀଙ୍କ ସଂଖ୍ୟା ବି ବଢିଯାଇଛି ।
- ଲବିରେ ବିଜେପିର ପ୍ରମୁଖ ନାରୀନେତ୍ରୀ
- କାହା ନାଁରେ ବାଜିବ ମୋହର?
ମହିଳା କମିଶନ ଅଧ୍ୟକ୍ଷା ପଦ ପାଇଁ ବିଜେପିରେ ଅନେକ ଆଶାୟୀ ଅଛନ୍ତି । ପ୍ରମୁଖ ଦାବିଦାରଙ୍କ ମଧ୍ୟରେ ଅଛନ୍ତି…
ସୁକେଶୀ ଓରାମ, ବିଜେପି ରାଜ୍ୟ ଉପସଭାପତି
- ସୁକେଶୀ ଜାତୀୟ ମହିଳା କମିଶନର ସଦସ୍ୟା ରହିସାରିଛନ୍ତି
- ରାଜ୍ୟ ବିଜେପିର ଜଣେ ମହିଳା ଆଦିବାସୀ ଚେହେରା
ଡାକ୍ତର ଐଶ୍ୱର୍ଯ୍ୟା ବିଶ୍ୱାଳ, ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି
- ପେଶାରେ ଡାକ୍ତର
- ଅନେକ ଦିନ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚାର ସମ୍ପାଦିକା ରହିଥିଲେ
ପିଙ୍କି ପ୍ରଧାନ, ବିଜେପି ନେତ୍ରୀ
- ଓଲିଉଡର ଏହି ଅଭିନେତ୍ରୀ ବିଜେପିରେ ବହୁଦିନ ହେଲା ସକ୍ରିୟ
- ଦିଗପହଣ୍ଡିରେ ୨୦୧୯ରେ ପ୍ରାର୍ଥୀ ହୋଇଥିଲେ
- ମହିଳା ମୋର୍ଚ୍ଚା ଉପସଭାପତି, ରାଜ୍ୟ ସମ୍ପାଦିକା ଓ ରାଜ୍ୟ ବିଜେପିର ଷ୍ଟାର କ୍ୟାମ୍ପେନର ରହିଆସିଛନ୍ତି
ସ୍ମୃତି ପଟ୍ଟନାୟକ, ବିଜେପି ନେତ୍ରୀ
- ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ସଭାପତି
- କଟକର ଜଣେ ଜଣାଶୁଣା ସଙ୍ଗଠକ
ନୂଆ ସରକାର ଗଠନର ୬ ମାସ ପୂରିଯାଇଥିବାରୁ ଖୁବଶୀଘ୍ର ନିଗମ ଗୁଡିକରେ ନେତାଙ୍କୁ ଥଇଥାନ କରିବେ ସରକାର । ତା ସହ ନୂଆ ମହିଳା କମିଶନ ବି ନିଯୁକ୍ତି ହେବେ ବୋଲି ଚର୍ଚ୍ଚା ଚାଲିଛି ।