କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ: ରେସ୍‌ରେ ଅଛି ଏମାନଙ୍କ ନାଁ…

ଭୁବନେଶ୍ୱର,୨୭।୬: ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍‌ ୩୦ରେ ଶେଷ ହେବାକୁ ଯାଉଛି। ଆଗକୁ ତାଙ୍କ କାର୍ଯ୍ୟକାଳ ବଢାଯିବ ନା ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ହଠାତ୍‌ କେନ୍ଦ୍ରରୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ମନୋଜ କେନ୍ଦ୍ରରେ ଏବେ କୃଷି ମନ୍ତ୍ରଣାଳୟର ସଚିବ ଥିଲେ। ମନୋଜ ମୁଖ୍ୟ ଶାସନ ସଚିବ […] The post କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ: ରେସ୍‌ରେ ଅଛି ଏମାନଙ୍କ ନାଁ… appeared first on Dharitri Odia News.

କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ: ରେସ୍‌ରେ ଅଛି ଏମାନଙ୍କ ନାଁ…

ଭୁବନେଶ୍ୱର,୨୭।୬: ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ୍‌ ୩୦ରେ ଶେଷ ହେବାକୁ ଯାଉଛି। ଆଗକୁ ତାଙ୍କ କାର୍ଯ୍ୟକାଳ ବଢାଯିବ ନା ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ହଠାତ୍‌ କେନ୍ଦ୍ରରୁ ଓଡ଼ିଶାକୁ ଫେରାଇ ଅଣାଯାଇଛି। ମନୋଜ କେନ୍ଦ୍ରରେ ଏବେ କୃଷି ମନ୍ତ୍ରଣାଳୟର ସଚିବ ଥିଲେ। ମନୋଜ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।
ମନୋଜଙ୍କ ସହ ମୁଖ୍ୟ ଶାସନ ସଚିବ ରେସ୍‌ରେ ଅନେକ ଆଇଏଏସ୍‌ ଅଛନ୍ତି। ବରିଷ୍ଠ ଦୃଷ୍ଟିରୁ ୧୯୯୧ ବ୍ୟାଚ୍‌ର ଆଇଏଏସ ଅଧିକାରୀ ତଥା ବର୍ତ୍ତମାନର ଉନ୍ନୟନ କମିଶନର ଅନୁ ଗର୍ଗ ଏବଂ ସ୍ବତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଗରେ ରହିଛନ୍ତି। ୧୯୯୩ ବ୍ୟାଚର ଆଇଏଏସ ଅଧିକାରୀ ତଥା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ନାଁକୁ ନେଇ ବି ଚର୍ଚ୍ଚା ଲାଗି ରହିଛି। ତେବେ ମୁଖ୍ୟ ଶାସନ ସଚିବ କିଏ ହେବେ, ତାହାକୁ ସ୍ପଷ୍ଟ ହୋଇଯିବ।

The post କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ: ରେସ୍‌ରେ ଅଛି ଏମାନଙ୍କ ନାଁ… appeared first on Dharitri Odia News.