କିଏ ହେବେ ବାଚସ୍ପତି ! ଓମ୍ ବିର୍ଲା ନା’ କେ ସୁରେଶ
ନୂଆଦିଲ୍ଲୀ : ବାଚସ୍ପତି କିଏ ହେୟବେ। ତାକୁ ନେଇ ନାନା ଅଙ୍କକଷା ଚାଲିଛି। ଚର୍ଚ୍ଚା ହେଉଛି ଯେ ଓମ୍ ବିର୍ଲା ପୁଣି ଥରେ ବାଚସ୍ପତି ହୋଇପାରନ୍ତି। ଏନଡିଏ ପକ୍ଷରୁ ଓମ୍ ବିର୍ଲାଙ୍କ ନାଁ ଏକରକମ ଚୂଡ଼ାନ୍ତ ହୋଇସାରିଛି। ସର୍ବସମ୍ମତିକ୍ରମେ ଓମ୍ ବିର୍ଲାଙ୍କୁ ବାଚସ୍ପତି କରିବା ନେଇ ବିରୋଧୀ ଦଳଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ବାଚସ୍ପତି ପଦକୁ ନେଇ ଶାସକ ଓ […]

ନୂଆଦିଲ୍ଲୀ : ବାଚସ୍ପତି କିଏ ହେୟବେ। ତାକୁ ନେଇ ନାନା ଅଙ୍କକଷା ଚାଲିଛି। ଚର୍ଚ୍ଚା ହେଉଛି ଯେ ଓମ୍ ବିର୍ଲା ପୁଣି ଥରେ ବାଚସ୍ପତି ହୋଇପାରନ୍ତି। ଏନଡିଏ ପକ୍ଷରୁ ଓମ୍ ବିର୍ଲାଙ୍କ ନାଁ ଏକରକମ ଚୂଡ଼ାନ୍ତ ହୋଇସାରିଛି। ସର୍ବସମ୍ମତିକ୍ରମେ ଓମ୍ ବିର୍ଲାଙ୍କୁ ବାଚସ୍ପତି କରିବା ନେଇ ବିରୋଧୀ ଦଳଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ବାଚସ୍ପତି ପଦକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଟଣା ଓଟରା ଚାଲିଛି। ଏହାରି ଭିତରେ ସାମ୍ନାକୁ ଆସିଛି ଏକ ନୂଆ ଟ୍ୱିଷ୍ଟ। ଏନ୍ଡିଏର ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ଟକ୍କର ଦେବେ କେ.ସୁରେଶ। ଇତିହାସର ପ୍ରଥମ ଥର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ଲୋକ ସଭା ବାଚସ୍ପତି ପଦକୁ ନେଇ ସହମତ ହୋଇ ନପାରିବା ପରେ ବିରୋଧୀ ଦଳ ନିଜ ଜିଦ୍ରେ ଅଟଳ ରହିଛନ୍ତି। ବାଚସ୍ପତି ପଦ ପାଇଁ ବିରୋଧୀ ନିଜ ପ୍ରାର୍ଥୀ ଘୋଷଣା କରିଛି। କେ. ସୁରେଶଙ୍କୁ ବିରୋଧୀ ଦଳର ବାଚସ୍ପତି ପଦ ପାଇଁ ପ୍ରାର୍ଥୀ କରାଯାଇଛି।