କିଏ ହେବେ ବିରୋଧୀ ଦଳ ନେତା ? ରାହୁଲ କେଉଁ ସିଟରୁ ଦେବେ ଇସ୍ତଫା ? ଆଜି ଖଡ଼ଗେଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଆଜି ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ସନ୍ଧ୍ୟା ୫ଟାରେ ହେବାକୁ ଥିବା ବୈଠକରେ ଲୋକସଭା ବାଚସ୍ପତି ନିର୍ବାଚନ, ବିରୋଧୀ ଦଳ ନେତା ଓ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଆଦି ପ୍ରସଙ୍ଗରେ ଆଲୋଚନା କରାଯିବ। ସୂଚନା ଅନୁଯାୟୀ, ଏହି ବୈଠକରେ ରାହୁଲ ଗାନ୍ଧୀ ରାୟବରେଲୀ ଏବଂ ଓ୍ଵାୟନାଡ ଏହି ଦୁଇଟି ଲୋକସଭା ସିଟରୁ କେଉଁଟା ରଖିବେ ଏବଂ କେଉଁଥିରୁ ଇସ୍ତଫା ଦେବେ ତାହା ଉପରେ ନିଷ୍ପତ୍ତି ନିଆଯାଇପାରେ।ଲୋକସଭାରେ ବିରୋଧୀ ଦଳ ନେତା କିଏ ହେବେ ଏବଂ ଲୋକସଭା ବାଚସ୍ପତି ନିର୍ବାଚନ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହେବ। ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ରାଜାଜୀ ମାର୍ଗ ସ୍ଥିତ ବାସଭବନରେ କଂଗ୍ରେସ ଅଧ୍ୟକ୍ଷ  ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିଲେ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ରିଜିଜୁ କହିଛନ୍ତି। କିଏ ହେବେ ବିରୋଧୀ ଦଳ ନେତା ?ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ପାର୍ଟିକୁ ୯୯ ଆସନ ମିଳିଛି, ଯାହା ୨୦୧୯ ତୁଳନାରେ ୪୭ ସିଟ୍ ଅଧିକ। ଗତ ନିର୍ବାଚନରେ କଂଗ୍ରେସ ୫୨ ସିଟ୍ ଜିତିଥିଲେ ହେଁ ବିରୋଧୀ ଦଳ ନେତାର ମାନ୍ୟତା ପାଇ ପାରି ନ ଥିଲା। କାରଣ ଦଳ ନିମ୍ନ ସଦନର ମୋଟ୍ ସିଟରୁ ୧୦ ପ୍ରତିଶତ ଅର୍ଥାତ ୫୫ ସିଟ୍ ଜିତି ପାରି ନ ଥିଲା। କିନ୍ତୁ ଏଥର କଂଗ୍ରେସ ପାଖରେ ବିରୋଧୀ ଦଳ ନେତା ଚୟନ କରିବାର ଅଧିକାର ରହି

କିଏ ହେବେ ବିରୋଧୀ ଦଳ ନେତା ? ରାହୁଲ କେଉଁ ସିଟରୁ ଦେବେ ଇସ୍ତଫା ? ଆଜି ଖଡ଼ଗେଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଆଜି ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ସନ୍ଧ୍ୟା ୫ଟାରେ ହେବାକୁ ଥିବା ବୈଠକରେ ଲୋକସଭା ବାଚସ୍ପତି ନିର୍ବାଚନ, ବିରୋଧୀ ଦଳ ନେତା ଓ ରାହୁଲ ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର ଆଦି ପ୍ରସଙ୍ଗରେ ଆଲୋଚନା କରାଯିବ। 

ସୂଚନା ଅନୁଯାୟୀ, ଏହି ବୈଠକରେ ରାହୁଲ ଗାନ୍ଧୀ ରାୟବରେଲୀ ଏବଂ ଓ୍ଵାୟନାଡ ଏହି ଦୁଇଟି ଲୋକସଭା ସିଟରୁ କେଉଁଟା ରଖିବେ ଏବଂ କେଉଁଥିରୁ ଇସ୍ତଫା ଦେବେ ତାହା ଉପରେ ନିଷ୍ପତ୍ତି ନିଆଯାଇପାରେ।ଲୋକସଭାରେ ବିରୋଧୀ ଦଳ ନେତା କିଏ ହେବେ ଏବଂ ଲୋକସଭା ବାଚସ୍ପତି ନିର୍ବାଚନ ଉପରେ ମଧ୍ୟ ବିସ୍ତୃତ ଆଲୋଚନା ହେବ। ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ରାଜାଜୀ ମାର୍ଗ ସ୍ଥିତ ବାସଭବନରେ କଂଗ୍ରେସ ଅଧ୍ୟକ୍ଷ  ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଥିଲେ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ରିଜିଜୁ କହିଛନ୍ତି। 

କିଏ ହେବେ ବିରୋଧୀ ଦଳ ନେତା ?

ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ପାର୍ଟିକୁ ୯୯ ଆସନ ମିଳିଛି, ଯାହା ୨୦୧୯ ତୁଳନାରେ ୪୭ ସିଟ୍ ଅଧିକ। ଗତ ନିର୍ବାଚନରେ କଂଗ୍ରେସ ୫୨ ସିଟ୍ ଜିତିଥିଲେ ହେଁ ବିରୋଧୀ ଦଳ ନେତାର ମାନ୍ୟତା ପାଇ ପାରି ନ ଥିଲା। କାରଣ ଦଳ ନିମ୍ନ ସଦନର ମୋଟ୍ ସିଟରୁ ୧୦ ପ୍ରତିଶତ ଅର୍ଥାତ ୫୫ ସିଟ୍ ଜିତି ପାରି ନ ଥିଲା। କିନ୍ତୁ ଏଥର କଂଗ୍ରେସ ପାଖରେ ବିରୋଧୀ ଦଳ ନେତା ଚୟନ କରିବାର ଅଧିକାର ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ ପ୍ରସ୍ତାବ ଦେଇଛନ୍ତି। ଏବେ ଦେଖିବା ବାକି ରହିଲା ଯେ, ଏହା ଉପରେ ରାହୁଲ ସହମତ ହେଉଛନ୍ତି କି ନାହିଁ। କାରଣ ସେ ବିରୋଧୀ ଦଳ ନେତା ହେବାକୁ ମନା କରି ଦେଇଛନ୍ତି।

ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୨୪ରେ ଆରମ୍ଭ ହେବାକୁ ଯାଉଛି। ଅଧିବେଶନରେ ନବ ନିର୍ବାଚନ ସାଂସଦ ଶପଥ ଗ୍ରହଣ ସହ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁନ ୨୭ ତାରିଖରେ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ଏବଂ ଆଗାମୀ ପାଞ୍ଚ ବର୍ଷ ପାଇଁ ନୂତନ ସରକାରଙ୍କ ରୋଡ ମ୍ୟାପ୍‌ର ବ୍ଲୁ ପ୍ରିଣ୍ଟ ଉପସ୍ଥାପନ କରିବେ। ଜୁଲାଇ ୩ରେ ସଂସଦର ସ୍ଵତନ୍ତ୍ର ଅଧିବେଶନର ସମାପନ ହେବ।