କିଏ ହେବେ ଲୋକ ସଭାର ଉପବାଚସ୍ପତି, ଚର୍ଚ୍ଚାରେ…

ନୂଆଦିଲ୍ଲୀ,୩।୭: ଓମ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଏବେ ଉପବାଚସ୍ପତି କିଏ ହେବେ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନରେ ବାଚସ୍ପତି ପରେ ଉପବାଚସ୍ପତି ପଦକୁ ନେଇ ସରକାର ଏବଂ ବିରୋଧି ଦଳ ମଧ୍ୟରେ କଥା କଟାକଟି ଲାଗିଛି। ଏସବୁ ମଧ୍ୟରେ ଖବର ଆସିଛି ଯେ ତୃଳମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଏହି ପଦ ପାଇଁ ଏସପିଙ୍କ ଅବଧେଶ ପ୍ରସାଦଙ୍କ ନାମ ରଖିଛନ୍ତି। ସୋମବାର […] The post କିଏ ହେବେ ଲୋକ ସଭାର ଉପବାଚସ୍ପତି, ଚର୍ଚ୍ଚାରେ… appeared first on Dharitri Odia News.

କିଏ ହେବେ ଲୋକ ସଭାର ଉପବାଚସ୍ପତି, ଚର୍ଚ୍ଚାରେ…

ନୂଆଦିଲ୍ଲୀ,୩।୭: ଓମ ବିର୍ଲା ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ଏବେ ଉପବାଚସ୍ପତି କିଏ ହେବେ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ୧୮ତମ ଲୋକ ସଭାର ପ୍ରଥମ ଅଧିବେଶନରେ ବାଚସ୍ପତି ପରେ ଉପବାଚସ୍ପତି ପଦକୁ ନେଇ ସରକାର ଏବଂ ବିରୋଧି ଦଳ ମଧ୍ୟରେ କଥା କଟାକଟି ଲାଗିଛି।

ଏସବୁ ମଧ୍ୟରେ ଖବର ଆସିଛି ଯେ ତୃଳମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ଏହି ପଦ ପାଇଁ ଏସପିଙ୍କ ଅବଧେଶ ପ୍ରସାଦଙ୍କ ନାମ ରଖିଛନ୍ତି। ସୋମବାର ଆମ ଆଦମୀ ପାର୍ଟି ଟିଏମସିର ପ୍ରସ୍ତାବକୁ ସମର୍ଥନ କରିଛି। ଏଏପିର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ କହିଛନ୍ତି ଯେ ଅବଧେଶ ପ୍ରସାଦଙ୍କୁ ଡେପୁଟି ସ୍ପିକର କରାଯିବା ଉଚିତ୍‌ ଏବଂ ଟିଏମସିର ଦାବି ଯଥାର୍ଥ ଅଟେ।

ଅନ୍ୟପଟେ, ଓମ ବିର୍ଲା ଲୋକ ସଭା ପରିଚାଳନା ପାଇଁ ଏକ ପ୍ୟାନେଲ ଗଠନ କରିଛନ୍ତି। ଯେଉଁମାନେ ତାଙ୍କ ଉପସ୍ଥିତିରେ ଲୋକ ସଭା ବାଚସ୍ପତି ଭାବରେ ପରିଚାଳନା ଦାୟିତ୍ୱ ତୁଲାଇବେ ।

The post କିଏ ହେବେ ଲୋକ ସଭାର ଉପବାଚସ୍ପତି, ଚର୍ଚ୍ଚାରେ… appeared first on Dharitri Odia News.