‘କିଛି କରି ପାରିନୁ, ଭୋଟ କିପରି ମାଗିବୁ’: ଲୋକସଭା ନିର୍ବାଚନ ଲଢିବାକୁ ମନା କଲେ ହିମାଚଳ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ସବୁ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରୁଛନ୍ତି । କିଛି ପ୍ରାର୍ଥୀଙ୍କ ଟିକେଟ୍ ମିଳିଛି, ତ କିଛି ଜଣଙ୍କର କଟିଛି । ତେବେ ଟିକେଟ୍ ମିଳିବ ପରେ ବି କିଛି ଜଣ ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି । ହିମାଚଳ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂ ଲୋକସଭା ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି । ଉଲ୍ଲେଖୋଯ୍ୟ ଯେ ହିମାଚଳ ପ୍ରଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବ । ହିମାଚଳ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂ ମଣ୍ଡି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କଂଗ୍ରେସ ତାଙ୍କୁ ମଣ୍ଡି ଆସନକୁ ପ୍ରାର୍ଥୀ କରିଥିଲା । ପ୍ରତିଭା ସିଂ କହିଛନ୍ତି ଯେ ସରକାର ଥାଇ ସୁଦ୍ଧା କାର୍ଯ୍ୟକର୍ତ୍ତାଙ୍କ ପାଇଁ କିଛି କରାଗଲା ନାହିଁ । ଏପରି ସ୍ଥିତିରେ କାର୍ଯ୍ୟକର୍ତ୍ତାଙ୍କ କିପରି ଆମକୁ ଭୋଟ ଦେବେ ।ପଢନ୍ତୁ:କଙ୍ଗନାଙ୍କ ରାଜନୀତିରେ ଏଣ୍ଟ୍ରି କନଫର୍ମ ! ହିମାଚଳର ଏହି ଆସନରୁ ମିଳିପାରେ ଟିକେଟ୍ ?ହିମାଚଳ ପ୍ରଦେଶରେ କଂଗ୍ରେସ ଏବେ ବ୍ୟାକଫୁଟରେ ଅଛି । କଂଗ୍ରେସର ୬ ବିଦ୍ରୋହୀ ବିଧାୟକଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ ମାମଲା ଏବେ ଥମି ନାହିଁ । ଏହାରି ଭିତରେ ପିସିସି ଅଧ୍ୟକ୍ଷଙ୍କ ନିର୍ବାଚନ ଲଢିବାକୁ ମନା କରିବା ଦଳ ପାଇଁ ଚିନ୍ତା ବଢାଇପାରେ । ପ୍ରତିଭା ସିଂ ନିଜ କରକାରକୁ ଘେରି କହିଛନ୍ତି ଯେ ସରକାର ଏ

‘କିଛି କରି ପାରିନୁ, ଭୋଟ କିପରି ମାଗିବୁ’: ଲୋକସଭା ନିର୍ବାଚନ ଲଢିବାକୁ ମନା କଲେ ହିମାଚଳ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି । ସବୁ ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାଁ ମଧ୍ୟ ଘୋଷଣା କରୁଛନ୍ତି । କିଛି ପ୍ରାର୍ଥୀଙ୍କ ଟିକେଟ୍ ମିଳିଛି, ତ କିଛି ଜଣଙ୍କର କଟିଛି । ତେବେ ଟିକେଟ୍ ମିଳିବ ପରେ ବି କିଛି ଜଣ ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି । ହିମାଚଳ ପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂ ଲୋକସଭା ନିର୍ବାଚନ ଲଢିବାକୁ ମନା କରି ଦେଇଛନ୍ତି । ଉଲ୍ଲେଖୋଯ୍ୟ ଯେ ହିମାଚଳ ପ୍ରଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବ । 

ହିମାଚଳ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂ ମଣ୍ଡି ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । କଂଗ୍ରେସ ତାଙ୍କୁ ମଣ୍ଡି ଆସନକୁ ପ୍ରାର୍ଥୀ କରିଥିଲା । ପ୍ରତିଭା ସିଂ କହିଛନ୍ତି ଯେ ସରକାର ଥାଇ ସୁଦ୍ଧା କାର୍ଯ୍ୟକର୍ତ୍ତାଙ୍କ ପାଇଁ କିଛି କରାଗଲା ନାହିଁ । ଏପରି ସ୍ଥିତିରେ କାର୍ଯ୍ୟକର୍ତ୍ତାଙ୍କ କିପରି ଆମକୁ ଭୋଟ ଦେବେ ।

ପଢନ୍ତୁ:କଙ୍ଗନାଙ୍କ ରାଜନୀତିରେ ଏଣ୍ଟ୍ରି କନଫର୍ମ ! ହିମାଚଳର ଏହି ଆସନରୁ ମିଳିପାରେ ଟିକେଟ୍ ?

ହିମାଚଳ ପ୍ରଦେଶରେ କଂଗ୍ରେସ ଏବେ ବ୍ୟାକଫୁଟରେ ଅଛି । କଂଗ୍ରେସର ୬ ବିଦ୍ରୋହୀ ବିଧାୟକଙ୍କ ବିଧାନସଭା ସଦସ୍ୟ ପଦ ରଦ୍ଦ ମାମଲା ଏବେ ଥମି ନାହିଁ । ଏହାରି ଭିତରେ ପିସିସି ଅଧ୍ୟକ୍ଷଙ୍କ ନିର୍ବାଚନ ଲଢିବାକୁ ମନା କରିବା ଦଳ ପାଇଁ ଚିନ୍ତା ବଢାଇପାରେ । ପ୍ରତିଭା ସିଂ ନିଜ କରକାରକୁ ଘେରି କହିଛନ୍ତି ଯେ ସରକାର ଏବେ ଯାଏ କାର୍ଯ୍ୟକର୍ତ୍ତାଙ୍କ ପାଇଁ କିଛି କରି ନାହିଁ । କାର୍ଯ୍ୟକର୍ତ୍ତା ଆମକୁ କାହିଁକି ଭୋଟ ଦେବେ । ଏଥିପାଇଁ ମୁଁ ନିର୍ବାଚନ ଲଢିବାକୁ ମନା କରିଦେଇଛି । ସେ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ଥିବା କାରଣରୁ ମୋତେ ହିମାଚଳର ସବୁ ସଂସଦୀୟ କ୍ଷେତ୍ର ଗସ୍ତ କରିବାର ଅଛି ।

ମଣ୍ଡିରୁ ସାଂସଦ ପ୍ରତିଭା ସିଂ ବୁଧବାର ନିଜ ନିଷ୍ପତ୍ତି ଜଣାଇ କହିଛନ୍ତି, 'ଗ୍ରାଉଣ୍ଡରେ ସ୍ଥିତି ଠିକ୍ ନାହିଁ । ମୁଁ ରାଜ୍ୟର ସବୁ କ୍ଷେତ୍ରରେ ବ୍ୟାପକ ଗସ୍ତ କରିଛି । କୌଣସି ବି କାର୍ଯ୍ୟକର୍ତ୍ତା ସକ୍ରିୟ ନଥିବା ସ୍ପଷ୍ଟ ଜଣାପଡ଼ୁଛି । ଏପରି ସ୍ଥିତିରେ ସଫଳତା ମିଳିବା ମୁସ୍କଲ ଅଟେ ।'