କିଟରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ଆଜି ହେବ ଶବ ବ୍ୟବଚ୍ଛେଦ

ଓଡ଼ିଶା ଡଟ୍ ନ୍ୟୁଜ୍: କିଟ୍‌ ବିଶ୍ୱବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆଜି ହେବ ଶବ ବ୍ୟବଚ୍ଛେଦ । ଭୁବନେଶ୍ବର ଏମ୍ସରେ ପରିବାର ଲୋକଙ୍କ ଉପସ୍ଥିତିରେ ହେବ ଶବ ବ୍ୟବଚ୍ଛେଦ । ଏପଟେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଚନ୍ତି ଜାତୀୟ ମାନବାଧିକାର କମିଶନ । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନୋଟିସ୍‌ ଜାରି କରାଯାଇଛି । ୩ ମାସ ମଧ୍ୟରେ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ […] The post କିଟରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ଆଜି ହେବ ଶବ ବ୍ୟବଚ୍ଛେଦ appeared first on Odisha.News.

କିଟରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ଆଜି ହେବ ଶବ ବ୍ୟବଚ୍ଛେଦ

ଓଡ଼ିଶା ଡଟ୍ ନ୍ୟୁଜ୍: କିଟ୍‌ ବିଶ୍ୱବିଦ୍ୟାଳୟରେ ଆତ୍ମହତ୍ୟା କରିଥିବା ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆଜି ହେବ ଶବ ବ୍ୟବଚ୍ଛେଦ । ଭୁବନେଶ୍ବର ଏମ୍ସରେ ପରିବାର ଲୋକଙ୍କ ଉପସ୍ଥିତିରେ ହେବ ଶବ ବ୍ୟବଚ୍ଛେଦ । ଏପଟେ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଚନ୍ତି ଜାତୀୟ ମାନବାଧିକାର କମିଶନ । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନୋଟିସ୍‌ ଜାରି କରାଯାଇଛି । ୩ ମାସ ମଧ୍ୟରେ ଦୁଇ ଜଣ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଅତ୍ୟନ୍ତ ସ୍ପର୍ଶକାତର ପ୍ରସଙ୍ଗ । ଏହା ଉଭୟ ମୃତ ଛାତ୍ରୀଙ୍କ ମାନବଧିକାର ଉଲ୍ଲଂଘନ କରିଛି, ତେଣୁ ତୁରନ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହ ୯ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ ଏନଏଚଆରସି ନିର୍ଦ୍ଦେଶ ଦେଇଛନ୍ତି । 

ସେହିପରି ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ମାମଲା ଦାୟର କରି ଘଟଣାର ସଠିକ୍ ତଦନ୍ତ ଦାବି କରିଛନ୍ତି ଜଣେ ଆବେଦନକାରୀ । ଶିକ୍ଷାନୁଷ୍ଠାନର ଦୋଷ ତ୍ରୁଟି ସାମ୍ନାକୁ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପିଟିସନର ଅନୁରୋଧ କରିଛନ୍ତି । ସେପଟେ ଘଟଣାର ତଦନ୍ତ ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରିଛି ୟୁଜିସି । ପୂରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ୧୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ଫେବ୍ରୁଆରୀ ୧୬ ତାରିଖ ଓ ମେ’ ପହିଲାରେ ଦୁଇ ଜଣ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣାକୁ ଗୁରୁତର ସହ ନେଇ ୟୁଜିସି ପକ୍ଷରୁ ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରାଯାଇଛି । କମିଟିର ଅଧ୍ୟକ୍ଷ ଅଛନ୍ତି ଇଗ୍ନୋର ପୂର୍ବତନ ଭାଇସ ଚାନସେଲର ପ୍ରଫେସର ନାଗେଶ୍ୱର ରାଓ । ୟୁଜିସିର ଯୁଗ୍ମ ସଚିବ ଡକ୍ଟର ସୁନୀତି ସିୱାଚ ଫ୍ୟାକ୍ଟ ଫାଇଣ୍ଡିଂ ଟିମର କୋଅର୍ଡିନେଟର ଅଛନ୍ତି । ସେହିପରି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନଲ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନର ଭାଇସ ଚାନସେଲର ଶଶୀକଳା ୱାଞ୍ଜରି, ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ ବିହାର ଗୟାର ପୂର୍ବତନ ଚାନସେଲର ପ୍ରଫେସର ଏଚଏସସି ରାଠୋର ସଦସ୍ୟ ରହିଛନ୍ତି । ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଦୁଇ ଛାତ୍ରୀଙ୍କ ଆତ୍ମହତ୍ୟାର ପାରିପାର୍ଶ୍ୱିକ ସ୍ଥିତି, ଆତ୍ମହତ୍ୟା ପଛର କାରଣ, ବିଶ୍ୱବିଦ୍ୟାଳୟର ନୀତି, ଏକାଡେମିକ ପ୍ରେସର, ଗ୍ରୀଭାନ୍ସ ରିଡ୍ରେସାଲ ମେକାନିଜମ, କାଉନସେଲିଂ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଯୋଗ ଆଦି ଦିଗରେ ତଦନ୍ତ କରିବେ ।

The post କିଟରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା, ଆଜି ହେବ ଶବ ବ୍ୟବଚ୍ଛେଦ appeared first on Odisha.News.