କିଟ୍ ହଷ୍ଟେଲରେ ଛାତ୍ରୀ ମୃତ୍ୟୁ ମାମଲା : ନେପାଳ କାଉନସେଲରଙ୍କ ସହ ଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

କନକବ୍ୟୁରୋ : କିଟ୍ ଛାତ୍ରୀ ମୃତ୍ୟୁ ଘଟଣା । ମୃତ ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର ।  ଏମ୍ସରେ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର। ବିଳମ୍ବିତ ରାତିରେ ମୃତଦେହ ନେପାଳ ନେଇଗଲେ ପରିବାର ଲୋକ।   ସେପଟେ କିଟ୍ ବିଶ୍ୱବିଦ୍ୟାଳୟରେ ଲାଗି ରହିଛି ଚାପା ଉତ୍ତେଜନା । ନ୍ୟାୟ ଦାବିରେ ଗତରାତିରେ କିଟ୍ ଛାତ୍ରଛାତ୍ରୀ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଏବେ କିଟ୍ ମୁଖ୍ୟ ଫାଟକ ସାମନାରେ ପୋଲିସ୍ ଛାଉଣୀ ।  ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି । ଅତିରିକ୍ତ ଡିସିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଅଶାନ୍ତ ପରିସ୍ଥତି କୁ ଦୃଷ୍ଟିରେ ରଖି ପୋଲିସ୍ ମୃତୟନ ଅଛନ୍ତି। ସେହିପରି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଗିରଫ ୫ ଜଣଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ବର JMFC - 2 କୋର୍ଟ । ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ ବଣ୍ଡରେ ଏମାନଙ୍କୁ ଜାମିନ ମିଳିଛି । ତଦନ୍ତ ରେ ସହଯୋଗ କରିବା ସହ ଛାତ୍ରଛାତ୍ରୀ ଙ୍କୁ ପ୍ରଭାବିତ ନକରିବାକୁ କୋର୍ଟଙ୍କ ନିର୍ଦେଶ ରହିଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା ଇନଫୋସିଟି ଥାନା ପୋଲିସ । ଜାମିନ ପାଇଛନ୍ତି ତିନି ଡାଇରେକ୍ଟର ଏବଂ ଦୁଇ ସିକ୍ୟୁରିଟି ଗାର୍ଡ । ଏଥିସହ ଏହି ଘଟଣା ରେ ନ୍ୟାୟ ଦାବି କଲେ ମୃତ ଛାତ୍ରୀଙ୍କ ବାପା, ମୃତ୍ୟୁ ପୂର୍ବରୁ ମାଆଙ୍କ ସହ କଥା ହୋଇଥି

କିଟ୍ ହଷ୍ଟେଲରେ ଛାତ୍ରୀ ମୃତ୍ୟୁ ମାମଲା : ନେପାଳ କାଉନସେଲରଙ୍କ ସହ ଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ

କନକବ୍ୟୁରୋ : କିଟ୍ ଛାତ୍ରୀ ମୃତ୍ୟୁ ଘଟଣା । ମୃତ ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର ।  ଏମ୍ସରେ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର। ବିଳମ୍ବିତ ରାତିରେ ମୃତଦେହ ନେପାଳ ନେଇଗଲେ ପରିବାର ଲୋକ।   ସେପଟେ କିଟ୍ ବିଶ୍ୱବିଦ୍ୟାଳୟରେ ଲାଗି ରହିଛି ଚାପା ଉତ୍ତେଜନା । ନ୍ୟାୟ ଦାବିରେ ଗତରାତିରେ କିଟ୍ ଛାତ୍ରଛାତ୍ରୀ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଏବେ କିଟ୍ ମୁଖ୍ୟ ଫାଟକ ସାମନାରେ ପୋଲିସ୍ ଛାଉଣୀ ।  ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ଅଛନ୍ତି । ଅତିରିକ୍ତ ଡିସିପିଙ୍କ ସହ ବହୁ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଅଶାନ୍ତ ପରିସ୍ଥତି କୁ ଦୃଷ୍ଟିରେ ରଖି ପୋଲିସ୍ ମୃତୟନ ଅଛନ୍ତି।

ସେହିପରି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ଗିରଫ ୫ ଜଣଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ। ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ବର JMFC - 2 କୋର୍ଟ । ଜଣେ ଜାମିନଦାର ଓ ୨୦ ହଜାର ଟଙ୍କା ବେଲ ବଣ୍ଡରେ ଏମାନଙ୍କୁ ଜାମିନ ମିଳିଛି । ତଦନ୍ତ ରେ ସହଯୋଗ କରିବା ସହ ଛାତ୍ରଛାତ୍ରୀ ଙ୍କୁ ପ୍ରଭାବିତ ନକରିବାକୁ କୋର୍ଟଙ୍କ ନିର୍ଦେଶ ରହିଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିଥିଲା ଇନଫୋସିଟି ଥାନା ପୋଲିସ । ଜାମିନ ପାଇଛନ୍ତି ତିନି ଡାଇରେକ୍ଟର ଏବଂ ଦୁଇ ସିକ୍ୟୁରିଟି ଗାର୍ଡ ।

ଏଥିସହ ଏହି ଘଟଣା ରେ ନ୍ୟାୟ ଦାବି କଲେ ମୃତ ଛାତ୍ରୀଙ୍କ ବାପା, ମୃତ୍ୟୁ ପୂର୍ବରୁ ମାଆଙ୍କ ସହ କଥା ହୋଇଥିଲେ ଛାତ୍ରୀ ମୃତ ଛାତ୍ରୀଙ୍କ ବାପା କହିଛନ୍ତି, ''ଘଟଣା ସମ୍ବନ୍ଧରେ ଆମକୁ କିଛି ବି ଜଣାନଥିଲା । ଆମକୁ କେବଳ ଫୋନ କରିକି କୁହାଗଲା ଯେ ଏଠାକୁ ଆସିବାକୁ । ଏଠାକୁ ଆସିବା ପରେ ଆମ ଝିଅ ବିଷୟରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଜାଣିଲୁ । 

ଏହା ପୂର୍ବରୁ ଆମକୁ କିଛିବି ଜଣାନଥିଲା । ଆମକୁ ଝିଅର ମୃତ୍ୟୁ ନେଇ ରବିବାର ସନ୍ଧ୍ୟାରେ ଫୋନ ଆସିଥିଲା । ଆଉ କାହା ସହ ଏମିତି ଘଟଣା ନଘଟୁ । ଆମକୁ ଏବେ ନ୍ୟାୟ ଦରକାର ।''  କିଟ୍ ହଷ୍ଟେଲରେ ଛାତ୍ରୀ ମୃତ୍ୟୁ ମାମଲା। ନେପାଳ କାଉନସେଲରଙ୍କ ସହ ଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ।  ମୃତ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦେଲେ ପ୍ରତିଶ୍ରୁତି। ଶିକ୍ଷାନୁଷ୍ଠାନକୁ ଫେରିଆସିବାକୁ ଛାତ୍ରଛାତ୍ରୀଙ୍କୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏନେଇ ସୋସିଆଲ ମିଡ଼ିଆ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ସେପଟେ କିଟ୍ ବିଶ୍ବ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ମାମଲାରେ ବିଶ୍ୱବିଦ୍ୟାଳୟ ମାମଲାରେ ଗଠନ ହୋଇଥିବା କମିଟିର ଆଜି ବୈଠକ ଅନୁଷ୍ଠିତ ହୋଇଛି, ମୋଡାଲିଟି ଫିକ୍ସ ହୋଇଛି । ଏହି କମିଟି କିଟ ବିଶ୍ୱବିଦ୍ୟାଳୟ ଯିବାର କାର୍ଯ୍ୟକ୍ରମ ରହିଛି। ନେପାଳ ସରକାରଙ୍କ ୨ଜଣ ପ୍ରତିନିଧି ଓଡିଶା ଆସିଛନ୍ତି ।

ସେମାନଙ୍କ ସହିତ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ମୁଖ୍ୟ ଶାସନ ସଚିବଙ୍କ ଉପସ୍ଥିତରେ ଲୋକସେବା ଭବନରେ ବୈଠକ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ, ଗୃହ ସଚିବ, ଉଚ୍ଚଶିକ୍ଷାଙ୍କ ସହ ନେପାଳ ପ୍ରତିନିଧି ଆଲୋଚନା କରିଛନ୍ତି ।

 ଘଟଣା ବାବଦରେ ଉଭୟ ପକ୍ଷଙ୍କ ମଧ୍ୟରେ ବିଷଦ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆଜି ସନ୍ଧ୍ୟା ସୁଦ୍ଧା ଛାତ୍ରଛାତ୍ରୀଙ୍କ ଏକ ହେଲ୍ପ ଲାଇନ ନମ୍ବର ଜାରୀ କରାଯିବ  । ହେଲ୍ପ ଡେସ୍କ ଜରିଆରେ ସରକାରଙ୍କ ସହ ସିଧାସଳଖ ସମ୍ପର୍କ ହେବା ଦ୍ୱାରା ନେପାଳର ଛାତ୍ରଛାତ୍ରୀଙ୍କୁ ସାହସ ମିଳିବ ବୋଲି ସେ କହିଛନ୍ତି ।