କିପରି ଆରମ୍ଭ ହୋଇଥିଲା ରଣବୀର-ଆଲିଆଙ୍କ ଲଭଷ୍ଟୋରୀ, ଅଭିନେତା କଲେ ଖୁଲାସା
ମୁମ୍ଵାଇ ୦୬।୦୮: ବଲିଉଡ୍ର ମୋଷ୍ଟ ଆଡରେବଲ କପଲ ରଣବୀର ଏବଂ ଆଲିଆ। ଏହି ଦମ୍ପତିଙ୍କ ପ୍ୟାନ୍ସ ଫଲୋର୍ସ ଖୁବ୍ ଅଧିକ । ଏହି ଯୋଡିକୁ ସଭିଏଁ ଖୁବ୍ ପସନ୍ଦ କରନ୍ତି । ଏମାନେ ଯେତେ ସିମ୍ପଲ ତାଙ୍କ କେମେଷ୍ଟ୍ରି ସେତେ ଜବରଦସ୍ତ । ୨୦୨୨ ମସିହାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର ପ୍ରାଇଭେଟ୍ ବିବାହ ହୋଇଥିଲା। ଏହି ଦମ୍ପତିଙ୍କର ଏକ ସୁନ୍ଦର ଝିଅ ରାହା କପୁର ଅଛନ୍ତି। କିନ୍ତୁ ଆପଣ ଜାଣନ୍ତି ରଣବୀର ଏବଂ ଆଲିଆଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହେଲା? ରଣବୀର ନିଜେ ଏକ ସାକ୍ଷାତକାରରେ ଆଲିଆଙ୍କ ସହ ତାଙ୍କର ପ୍ରେମ କାହାଣୀ ପ୍ରକାଶ କରିଛନ୍ତି।ନିକଟରେ ରଣବୀର ନିଖିଲ କାମାଥଙ୍କ ପୋଡକାଷ୍ଟରେ ନଜର ଆସିଥିଲେ। ଏହି ସମୟରେ, ଅଭିନେତା ଆଲିଆଙ୍କ ସହ ତାଙ୍କର ପ୍ରେମ କାହାଣୀ ପ୍ରକାଶ କରି କହିଥିଲେ ମୁଁ ବହୁତ ଭାଗ୍ୟବାନ ..ଯେ ମୁଁ ଜଣେ ଏଭଳି ବ୍ୟକ୍ତିଙ୍କୁ ବିବାହ କରିଛି । ଯାହାଙ୍କ ସହ ମୁଁ ବନ୍ଧୁ ଭାବରେ ଅତି ନିକଟତର ଅଟେ। ସେ ମୋର ସର୍ବୋତ୍ତମ ବନ୍ଧୁ ଏବଂ ପ୍ରକୃତରେ ଭାଗ୍ୟବାନ । ସେ ଜଣେ ବ୍ୟକ୍ତି ଭାବରେ ବହୁତ ରଙ୍ଗୀନମିଜାଜ୍ର, ବହୁତ ମଜାଳିଆ, ' ସେ ମୋ ଠାରୁ ୧୧ ବର୍ଷ ସାନ ହେଲେ ବହୁତ ମ୍ୟାଚ୍ୟୁର। ”ରଣବୀର ଆହୁରି କହିଛନ୍ତି, “ବ୍ରହ୍ମାସ୍ତ୍ର'ର ସୁଟିଂ ସମୟରେ ସେମାନେ ତାଙ୍କର ପ୍ରଥମେ ଫ୍ଲାଇଟ୍ରେ ଡେଟିଂ ଆରମ୍ଭ କରିଥିଲେ। ସେ କହିଛନ୍ତି, “ଏହା ୨୦୧୮ ମସିହା ଥିଲା, ଆମେ‘ ବ୍ରହ୍ମାସ୍ତ୍ର ’ନାମକ ଏକ ଫିଲ୍ମରେ କା
ମୁମ୍ଵାଇ ୦୬।୦୮: ବଲିଉଡ୍ର ମୋଷ୍ଟ ଆଡରେବଲ କପଲ ରଣବୀର ଏବଂ ଆଲିଆ। ଏହି ଦମ୍ପତିଙ୍କ ପ୍ୟାନ୍ସ ଫଲୋର୍ସ ଖୁବ୍ ଅଧିକ । ଏହି ଯୋଡିକୁ ସଭିଏଁ ଖୁବ୍ ପସନ୍ଦ କରନ୍ତି । ଏମାନେ ଯେତେ ସିମ୍ପଲ ତାଙ୍କ କେମେଷ୍ଟ୍ରି ସେତେ ଜବରଦସ୍ତ । ୨୦୨୨ ମସିହାରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର ପ୍ରାଇଭେଟ୍ ବିବାହ ହୋଇଥିଲା। ଏହି ଦମ୍ପତିଙ୍କର ଏକ ସୁନ୍ଦର ଝିଅ ରାହା କପୁର ଅଛନ୍ତି। କିନ୍ତୁ ଆପଣ ଜାଣନ୍ତି ରଣବୀର ଏବଂ ଆଲିଆଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହେଲା? ରଣବୀର ନିଜେ ଏକ ସାକ୍ଷାତକାରରେ ଆଲିଆଙ୍କ ସହ ତାଙ୍କର ପ୍ରେମ କାହାଣୀ ପ୍ରକାଶ କରିଛନ୍ତି।

ନିକଟରେ ରଣବୀର ନିଖିଲ କାମାଥଙ୍କ ପୋଡକାଷ୍ଟରେ ନଜର ଆସିଥିଲେ। ଏହି ସମୟରେ, ଅଭିନେତା ଆଲିଆଙ୍କ ସହ ତାଙ୍କର ପ୍ରେମ କାହାଣୀ ପ୍ରକାଶ କରି କହିଥିଲେ ମୁଁ ବହୁତ ଭାଗ୍ୟବାନ ..ଯେ ମୁଁ ଜଣେ ଏଭଳି ବ୍ୟକ୍ତିଙ୍କୁ ବିବାହ କରିଛି । ଯାହାଙ୍କ ସହ ମୁଁ ବନ୍ଧୁ ଭାବରେ ଅତି ନିକଟତର ଅଟେ। ସେ ମୋର ସର୍ବୋତ୍ତମ ବନ୍ଧୁ ଏବଂ ପ୍ରକୃତରେ ଭାଗ୍ୟବାନ । ସେ ଜଣେ ବ୍ୟକ୍ତି ଭାବରେ ବହୁତ ରଙ୍ଗୀନମିଜାଜ୍ର, ବହୁତ ମଜାଳିଆ, ' ସେ ମୋ ଠାରୁ ୧୧ ବର୍ଷ ସାନ ହେଲେ ବହୁତ ମ୍ୟାଚ୍ୟୁର। ”
ରଣବୀର ଆହୁରି କହିଛନ୍ତି, “ବ୍ରହ୍ମାସ୍ତ୍ର'ର ସୁଟିଂ ସମୟରେ ସେମାନେ ତାଙ୍କର ପ୍ରଥମେ ଫ୍ଲାଇଟ୍ରେ ଡେଟିଂ ଆରମ୍ଭ କରିଥିଲେ। ସେ କହିଛନ୍ତି, “ଏହା ୨୦୧୮ ମସିହା ଥିଲା, ଆମେ‘ ବ୍ରହ୍ମାସ୍ତ୍ର ’ନାମକ ଏକ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲୁ। ଏବଂ ଆମର ରୋମାନ୍ସ ବିମାନରେ ହିଁ ଆରମ୍ଭ ହୋଇଥିଲା । ତା ପରେ ଆମେ ଏକାଠି ରହିବାକୁ ଲାଗିଲୁ । ପୋଡକାଷ୍ଟରେ ରଣବୀରଙ୍କୁ ତାଙ୍କ ପତ୍ନୀଙ୍କ ବିଷୟରେ ଅଧିକ ପସନ୍ଦ କଣ କରନ୍ତି ବୋଲି ପଚାରାଯାଇଥିଲା । 
ସେ କହିଛନ୍ତି, “ଆଲିଆଙ୍କୁ ମୁଁ ଅନେକ ବର୍ଷ ଧରି ଭେଟିଛି ଏବଂ ମୁଁ ଜାଣିଥିଲି ଯେ ଏହି ବ୍ୟକ୍ତି ବହୁତ ଖାସ ଅଟେ । ଜଣେ ଅଭିନେତା, କଳାକାର ଭାବରେ, ଜଣେ ବ୍ୟକ୍ତି, ଝିଅ ଭାବରେ ମୋର ତାଙ୍କ ଉପରେ ବହୁତ ସମ୍ମାନ ଅଛି ଏବଂ ସେ ମୋତେ ପ୍ରକୃତରେ ହସାନ୍ତି । ମୁଁ ତାଙ୍କ ସହିତ ଛୁଟିରେ ଯିବାକୁ ବହୁତ ପସନ୍ଦ କରେ, କିନ୍ତୁ ତାଙ୍କ ସହ ଘରକୁ ଆସିବାକୁ ଅଧିକ ପସନ୍ଦ କରେ । ସେ ବହୁତ ଉଚ୍ଚାଭିଳାଷୀ ଝିଅ, ସେ ନିଜ କାମ ପାଇଁ ବହୁତ ଆଗ୍ରହୀ ।

କହିବାକୁ ଗଲେ ଆଲିଆ ଏବଂ ରଣବୀରଙ୍କ ବିବାହ ଦୁଇ ବର୍ଷରୁ ଅଧିକ ହୋଇଗଲାଣି । ଏହି ସମୟ ମଧ୍ୟରେ ସେମାନଙ୍କର ସମ୍ପର୍କ ଆହୁରି ମଜବୁତ ହୋଇଛି । ଆଲିଆ ଏବଂ ରଣବୀରଙ୍କର ବର୍ତ୍ତମାନ ଏକ ଝିଅ ରାହାଙ୍କ ପିତାମାତା ହୋଇଛନ୍ତି । ବର୍ତ୍ତମାନ ଏହି ଦମ୍ପତି ସେମାନଙ୍କର ସୁଖୀ ଦାମ୍ପତ୍ୟ ଜୀବନକୁ ଉପଭୋଗ କରୁଛନ୍ତି ।