କିପରି ରୋକାଯାଇ ପାରିବ ଦୁର୍ଘଟଣା: ସବୁଠୁ ଅଧିକ ଶିକାର ହେଉଛନ୍ତି…
ପୁରୁଷୋତ୍ତମପୁର,୨୧।୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ପୁରୁଷୋତ୍ତମପୁର ତାରାତାରିଣୀ କଲେଜପରିଷରରେ ଶଡ଼କସୁରକ୍ଷା ସଚ୍ଚେତନତା କାର୍ଯ୍ୟକ୍ରମ ଏମ୍ଭିଆଇ ରବିନ୍ଦ୍ରନାଥ ଯେନାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧକ୍ଷ ଡ. ସୁରେନ୍ଦ୍ରନାଥ ପଣ୍ଡା ପୌରହିତ୍ୟ କରିଥିବାବେଳେ ସମ୍ମାନିତଅତିଥି ଭାବେ ଅଧ୍ୟାପକ ଡ.ରମେଶଚନ୍ଦ୍ର ସେନାପତି,ନାଇଡୁ ମୋହନ, ଅଧ୍ୟାପିକା ଡ. ସନ୍ଧ୍ୟାରାଣୀ ପାତ୍ର, ମିନାକ୍ଷୀ ଦାଶ, କନକେଶ୍ବରୀ ବସ୍ ମାଲିକସଂଘ ଲିଗାଲ ଆଡଭାଇଜର ସିମାଞ୍ଚଳ ମିଶ୍ର, ସଭାପତି ସନ୍ତୋଷକୁମାର ପତି, ସମ୍ପାଦକ ଶରତଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସୁଦର୍ଶନ […] The post କିପରି ରୋକାଯାଇ ପାରିବ ଦୁର୍ଘଟଣା: ସବୁଠୁ ଅଧିକ ଶିକାର ହେଉଛନ୍ତି… appeared first on Dharitri Odia News.
ପୁରୁଷୋତ୍ତମପୁର,୨୧।୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ପୁରୁଷୋତ୍ତମପୁର ତାରାତାରିଣୀ କଲେଜପରିଷରରେ ଶଡ଼କସୁରକ୍ଷା ସଚ୍ଚେତନତା କାର୍ଯ୍ୟକ୍ରମ ଏମ୍ଭିଆଇ ରବିନ୍ଦ୍ରନାଥ ଯେନାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧକ୍ଷ ଡ. ସୁରେନ୍ଦ୍ରନାଥ ପଣ୍ଡା ପୌରହିତ୍ୟ କରିଥିବାବେଳେ ସମ୍ମାନିତଅତିଥି ଭାବେ ଅଧ୍ୟାପକ ଡ.ରମେଶଚନ୍ଦ୍ର ସେନାପତି,ନାଇଡୁ ମୋହନ, ଅଧ୍ୟାପିକା ଡ. ସନ୍ଧ୍ୟାରାଣୀ ପାତ୍ର, ମିନାକ୍ଷୀ ଦାଶ, କନକେଶ୍ବରୀ ବସ୍ ମାଲିକସଂଘ ଲିଗାଲ ଆଡଭାଇଜର ସିମାଞ୍ଚଳ ମିଶ୍ର, ସଭାପତି ସନ୍ତୋଷକୁମାର ପତି, ସମ୍ପାଦକ ଶରତଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସୁଦର୍ଶନ ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରରେ ଏମ୍ଭିଆଇ ରବିନ୍ଦ୍ରନାଥ ଯେନା ଶଡକ ଦୁର୍ଘଟଣା କାରଣରୁ ଅକାଳରେ ଧନଜୀବନ ହାନିଘଟୁଛି। ବିଶେସକରି ଏଥିରେ ଯୁବବର୍ଗ ବହୁଳମାତ୍ରାରେ ଶିକାର ହେବାରେ ଲାଗିଛନ୍ତି । ଏଣୁ କିପରି ଏହି ଦୁର୍ଘଟଣାକୁ ରୋକାଯାଇ ଧନଜୀବନକୁ ସୁରକ୍ଷିତ କରାଯାଇପାରିବ ସେଥିନେଇ ସଚ୍ଚେତନତାମାନ କରିବାସହ ମୋଟରଯାନ ଆଇନମାନ ସମ୍ପର୍କରେ ବୁଝାଇ ଛାତ୍ରୀଛାତ୍ରମାନଙ୍କୁ ସଚ୍ଚେତନତା କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ସହରପରିକ୍ରମାକରି ପଥପ୍ରାନ୍ତ ନାଟକ ମଧ୍ୟରେ ଜନସଚ୍ଚେତନତା କରିଥିଲେ। ଏହାକୁ ପୁରୁଷୋତ୍ତମପୁର ବସ୍ମାଲିକ ସଂଘ ଓ ଅଟୋଚାଳକ ସଂଘର ସଭ୍ୟମାନେ ପରିଚାଳନା କରିଥିଲେ।
The post କିପରି ରୋକାଯାଇ ପାରିବ ଦୁର୍ଘଟଣା: ସବୁଠୁ ଅଧିକ ଶିକାର ହେଉଛନ୍ତି… appeared first on Dharitri Odia News.