କିପରି ହୋଇଥାଏ ବ୍ରେନ୍ ଷ୍ଟ୍ରୋକ୍
କିପରି ସଂଘଟିତ ହୁଏ ବ୍ରେନ୍ ଷ୍ଟ୍ରୋକ୍- ଏ ବିଷୟରେ ଆମେ ନିଶ୍ଚୟ କିଛି ଜାଣିବା ନିହାତି ଦରକାର। ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀ ଅଭ୍ୟନ୍ତରରେ ରକ୍ତ ଜମାଟ ବାନ୍ଧିଲେ ସ୍ନାୟୁକୋଷ ନିକଟକୁ ରକ୍ତ ସଂଚାଳନ ହୋଇପାରେ ନାହିଁ। ଏହାଦ୍ୱାରା ସ୍ନାୟୁକୋଷଗୁଡ଼ିକ ଆଶାନୁରୂପ ଅକ୍ସିଜେନ ପାଇପାରନ୍ତି ନାହିଁ କି ଗ୍ଲୁକୋଜ ତଥା ପୁଷ୍ଟି ପାଇପାରନ୍ତି ନାହିଁ। ଅନ୍ୟପକ୍ଷରେ ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ରକ୍ତନଳୀ ହଠାତ୍ ଫାଠିଗଲେ ମଧ୍ୟ ସ୍ନାୟୁକୋଷ ନିକଟକୁ ରକ୍ତ ସଂଚାଳନ ସମ୍ଭବ ହୋଇ ନ ଥାଏ। […] The post କିପରି ହୋଇଥାଏ ବ୍ରେନ୍ ଷ୍ଟ୍ରୋକ୍ appeared first on Dharitri Odia News.
କିପରି ସଂଘଟିତ ହୁଏ ବ୍ରେନ୍ ଷ୍ଟ୍ରୋକ୍- ଏ ବିଷୟରେ ଆମେ ନିଶ୍ଚୟ କିଛି ଜାଣିବା ନିହାତି ଦରକାର। ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ଧମନୀ ଅଭ୍ୟନ୍ତରରେ ରକ୍ତ ଜମାଟ ବାନ୍ଧିଲେ ସ୍ନାୟୁକୋଷ ନିକଟକୁ ରକ୍ତ ସଂଚାଳନ ହୋଇପାରେ ନାହିଁ। ଏହାଦ୍ୱାରା ସ୍ନାୟୁକୋଷଗୁଡ଼ିକ ଆଶାନୁରୂପ ଅକ୍ସିଜେନ ପାଇପାରନ୍ତି ନାହିଁ କି ଗ୍ଲୁକୋଜ ତଥା ପୁଷ୍ଟି ପାଇପାରନ୍ତି ନାହିଁ। ଅନ୍ୟପକ୍ଷରେ ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ରକ୍ତନଳୀ ହଠାତ୍ ଫାଠିଗଲେ ମଧ୍ୟ ସ୍ନାୟୁକୋଷ ନିକଟକୁ ରକ୍ତ ସଂଚାଳନ ସମ୍ଭବ ହୋଇ ନ ଥାଏ। ଏହାର ପରିଣତିରେ ଆକ୍ରାନ୍ତ ସ୍ନାୟୁକୋଷଗୁଡ଼ିକର ମୃତ୍ୟୁ ଘଟି ସେମାନେ ଅକାମୀ ହୋଇପଡ଼ନ୍ତି। ଏହାର ପ୍ରଧାନ ଲକ୍ଷଣଗୁଡ଼ିକ ସଂକ୍ଷେପରେ ଫାଷ୍ଟ (FAST) ଭାବରେ ଉଲ୍ଲେଖ କରାଯାଏ। ‘F’ ଅର୍ଥ ‘ଫେସିଆଲ ଡଫ୍ରି’। ଏ କ୍ଷେତ୍ରରେ ମୁଖମଣ୍ଡଳର ଗୋଟିଏ ପଟ ବଙ୍କା ହୋଇଯାଏ। ହସିଲେ ଓଠ ବାଙ୍କିଯାଏ। ପାଟିରୁ ଲାଳ ଗଡ଼ିବାକୁ ରୋକି ହୁଏନି। ‘ଏ’ର ଅର୍ଥ ହେଲା ଆର୍ମ ବା ଲେଗ୍ (ହାତ-ଗୋଡ଼ର ଦୁର୍ବଳତା)। ହାତ ଉଠେଇ ହୁଏନି କି କିଛି ଧରି ହୁଏନି। ହାତ ଓ ଗୋଡ଼ ଅଶକ୍ତ ବା ଅଚଳ ହୋଇପଡ଼େ। ‘S’ ହେଉଛି ସ୍ପିଚ୍ ଡିଫିକଲ୍ଟି। ଷ୍ଟ୍ରୋକ୍ ରୋଗୀ ଭଲ ଭାବରେ କଥାବାର୍ତ୍ତା କରିପାରେନା। ପୂରା ବାକ୍ୟଟିଏ ବି ପୂରା ଭାବରେ ଉଚ୍ଚାରଣ କରିପାରେନି। ‘T’ ହେଉଛି ଟାଇମ। ଅର୍ଥାତ୍ କାଳବିଳମ୍ବ ନ କରି ରୋଗୀକୁ ହସ୍ପିଟାଲକୁ ନେଇଯିବା ଦରକାର। ତେବେ ଷ୍ଟ୍ରୋକ୍ ଲକ୍ଷଣ ପ୍ରକାଶ ପାଇବାର ଚାରି ଘଣ୍ଟାରୁ କମ୍ ସମୟ ଭିତରେ ରୋଗୀକୁ ହସ୍ପିଟାଲରେ ପହଞ୍ଚେଇବା ବାଞ୍ଛନୀୟ। ଉଚ୍ଚ ରକ୍ତଚାପ, ଡାଇବେଟିସ୍, ହୃଦ୍ରୋଗ, ପୃଥୁଳତା ବା ଓବେସିଟି ସମସ୍ୟା ଥିଲେ, ନିଶାଦ୍ରବ୍ୟ ସେବନ, ଆଳସ୍ୟ ଜୀବନଶୈଳୀ, ରକ୍ତରେ କୋଲେଷ୍ଟରଲ ମାତ୍ରା ବେଶି ରହିଲେ ଷ୍ଟ୍ରୋକ୍ରେ ଆକ୍ରାନ୍ତ ହୋଇପଡ଼ିବା ଆଶଙ୍କା ବେଶି ଥାଏ। ଏଥିରୁ ରକ୍ଷା ପାଇବା ପାଇଁ ନିୟମିତ ବ୍ୟାୟାମ କରିବା ସହ ଶରୀରର ଓଜନ ନିୟନ୍ତ୍ରଣ କରନ୍ତୁ। ବେଶି ତେଲ, ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ। ନିଶାଦ୍ରବ୍ୟ ସେବନ ବର୍ଜନ କରନ୍ତୁ। ରକ୍ତଚାପ ଏବଂ କୋଲେଷ୍ଟରଲକୁ ନିୟନ୍ତ୍ରଣରେ ରଖନ୍ତୁ।
The post କିପରି ହୋଇଥାଏ ବ୍ରେନ୍ ଷ୍ଟ୍ରୋକ୍ appeared first on Dharitri Odia News.