କିଭ୍‌ରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

କିଭ: କିଭରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି- ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟଘାଟ। ରୁଷିଆ ଓ ୟୁକ୍ରେନ ମଧ୍ଯରେ... The post କିଭ୍‌ରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି appeared first on .

କିଭ୍‌ରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି

କିଭ: କିଭରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି- ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟଘାଟ। ରୁଷିଆ ଓ ୟୁକ୍ରେନ ମଧ୍ଯରେ ଯୁଦ୍ଧ ମଧ୍ଯରେ ଦୁଇ ନେତାଙ୍କ ମଧ୍ଯରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା। ୟୁକ୍ରେନ ରାଜଧାନୀ କିବରେ ଦୁଇ ନେତା ପରସ୍ପରକୁ ଆଲିଙ୍ଗନ କରିଥିବାବେଳେ ସେଠାରେ ଥିବା ମହାତ୍ମା ଗାନ୍ଧି ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

୧୯୯୧ରେ ସ୍ବାଧୀନତା ଲାଭ ପରେ ୟୁକ୍ରେନକୁ ଜଣେ ଭାରତୀୟ ନେତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ପ୍ରଥମ ଗସ୍ତ। ଏହି ଅବସରରେ ମୋଦି ବିଶ୍ବଶାନ୍ତି, ଏକତା, ସହଭାଗିତା, ମାନବିକତା ପ୍ରତିଷ୍ଠା କ୍ଷେତ୍ରରେ ଭାରତର ଭୂମିକାକୁ ଦୋହରାଇଛନ୍ତି।

ମାନବିକତା କ୍ଷେତ୍ରରେ ଆସୁଥିବା ଚାଲେଞ୍ଜର ମୁକାବିଲା ଲାଗି ଭାରତ ସର୍ବଦା ଜାଗତିଆର ବୋଲି କହିଛନ୍ତି ମୋଦି। ୟୁକ୍ରେନ ଓ ଭାରତ ମଧ୍ଯରେ ରାଜନୈତିକ, ବାଣିଜ୍ଯିକ, ଅର୍ଥନୈତିକ, ନିବେଶ, ଶିକ୍ଷା, ସାଂସ୍କୃତିକ ସହଭାଗିତା, ମାନବିକ ସହାୟତା ପ୍ରସଙ୍ଗରେ ଆଲୋଚନା ହେବ। ରୁଷିଆ ଗସ୍ତର ୬ ସପ୍ତାହ ପରେ ମୋଦିଙ୍କ ୟୁକ୍ରେନ ଗସ୍ତର ଗୁରୁତ୍ବ ରହିଛି। ମୋଦିଙ୍କ ରୁଷିଆ ଗସ୍ତକୁ ପୂର୍ବରୁ ବିରୋଧ କରିଥିଲେ ଜେଲେନସ୍କି। ଗତ ଜୁନ ମାସରେ ଇଟାଲିରେ ଗ୍ରୁପ-୭ ସମ୍ମିଳନୀରେ ଶେଷ ଥର ଲାଗି ଜେଲେନସ୍କିଙ୍କୁ ଭେଟିଥିଲେ ମୋଦି।

The post କିଭ୍‌ରେ ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି appeared first on .