କିମ୍ ଜୋଙ୍ଗ୍ ଉନ୍ ନା ଜର୍ଜ ସୋରୋସ୍ କାହା ସହ ଡିନର କରିବେ ଜୟଶଙ୍କର, ଏମିତି ଦେଲେ ଜବାବ…
ନୂଆଦିଲ୍ଲୀ,୬ା୧୦: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ କାର୍ଯ୍ୟକ୍ରମ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଏପରି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ସମସ୍ତଙ୍କ ହୃଦୟକୁ ଛୁଇଁଛି। ଜୟଶଙ୍କରଙ୍କୁ ପଚରାଯାଇଥିଲା ସେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍ ନା ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସ୍ଙ୍କ ସହ କାହା ସହିତ ଡିନର କରିବାକୁ ଚାହୁଁଛନ୍ତି? ସେ ଏହି ପ୍ରଶ୍ନର ଅତି ଚତୁରତାର ସହ ଉତ୍ତର ଦେଇଥିଲେ। ସେ କହିଛନ୍ତି, ‘ବର୍ତ୍ତମାନ ନବରାତ୍ରୀଙ୍କ ସମୟ। ମୁଁ […] The post କିମ୍ ଜୋଙ୍ଗ୍ ଉନ୍ ନା ଜର୍ଜ ସୋରୋସ୍ କାହା ସହ ଡିନର କରିବେ ଜୟଶଙ୍କର, ଏମିତି ଦେଲେ ଜବାବ… appeared first on Dharitri Odia News.
ନୂଆଦିଲ୍ଲୀ,୬ା୧୦: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ କାର୍ଯ୍ୟକ୍ରମ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଏପରି ପ୍ରଶ୍ନ ପଚରାଯାଇଥିଲା। ଯାହାର ଉତ୍ତର ସମସ୍ତଙ୍କ ହୃଦୟକୁ ଛୁଇଁଛି।
ଜୟଶଙ୍କରଙ୍କୁ ପଚରାଯାଇଥିଲା ସେ ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍ ନା ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସ୍ଙ୍କ ସହ କାହା ସହିତ ଡିନର କରିବାକୁ ଚାହୁଁଛନ୍ତି? ସେ ଏହି ପ୍ରଶ୍ନର ଅତି ଚତୁରତାର ସହ ଉତ୍ତର ଦେଇଥିଲେ। ସେ କହିଛନ୍ତି, ‘ବର୍ତ୍ତମାନ ନବରାତ୍ରୀଙ୍କ ସମୟ। ମୁଁ ଉପବାସ କରିବାକୁ ଚାହେଁ।’।
ଜୟଶଙ୍କରଙ୍କ ଉତ୍ତର ପରେ ଲୋକମାନେ ସୋସିଆଲ ମିଡିଆରେ କଡ଼ା ମନ୍ତବ୍ୟ ଦେଉଛନ୍ତି। ଆମେରିକାର ବ୍ୟବସାୟୀ ଜର୍ଜ ସୋରୋସ୍ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ଅନେକ ଥର ଭାଜପା ତାଙ୍କ ବିବୃତ୍ତିକୁ ଦର୍ଶାଇ ଭାରତୀୟ ଗଣତନ୍ତ୍ରରେ ହସ୍ତକ୍ଷେପ କରୁଥିବା ଅଭିଯୋଗ କରିଛି।
The post କିମ୍ ଜୋଙ୍ଗ୍ ଉନ୍ ନା ଜର୍ଜ ସୋରୋସ୍ କାହା ସହ ଡିନର କରିବେ ଜୟଶଙ୍କର, ଏମିତି ଦେଲେ ଜବାବ… appeared first on Dharitri Odia News.