କିରଣ ଖେର୍‌ଙ୍କ କଟିଲା ଟିକେଟ୍‌

ଚଣ୍ଡିଗଡ଼ରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା କିରଣ ଖେରଙ୍କୁ ଏଥର ବିଜେପି ଟିକେଟ୍‌ ଦେଇନି।

କିରଣ ଖେର୍‌ଙ୍କ କଟିଲା ଟିକେଟ୍‌

କଟିଲା ଚଣ୍ଡିଗଡ ସାଂସଦ କିରଣ ଖେର୍‌ଙ୍କ ଟିକେଟ୍‌। ବିଜେପିରା ପ୍ରାର୍ଥୀ ତାଲିକାରେ ନାହିଁ ତାଙ୍କ ନାଁ। ଲୋକ ସଭା ନିର୍ବାଚନ ପାଇଁ ବିଜେପି ତା'ର ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୯ ଜଣଙ୍କ ନାଁ ରହିଛି। ଏହି ତାଲିକାରେ ଉତ୍ତରପ୍ରଦେଶର ୭ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି।

ତେବେ ଚଣ୍ଡିଗଡ଼ରୁ ଦୁଇ ଦୁଇ ଥର ସାଂସଦ ହୋଇଥିବା କିରଣ ଖେରଙ୍କ ଟିକେଟ୍‌ କାଟିଛି ଦଳ। ତାଙ୍କ ସ୍ଥାନରେ ସଞ୍ଜୟ ଟଣ୍ଡନଙ୍କୁ ପ୍ରାର୍ଥୀ କରିଛି। ୨୦୧୪ ଏବଂ ୨୦୧୯ରେ ଦୁଇଥର ଲୋକ ସଭା ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ କିରଣ ଖେର ଜିତିଥିଲେ। ଏହା ବ୍ୟତୀତ ରୀତା ବହୁଗୁଣା ଯୋଶୀଙ୍କ ଟିକେଟ କାଟି ଆହ୍ଲାବାଦ ଆସନରୁ ନୀରଜ ତ୍ରିପାଠୀଙ୍କୁ ପ୍ରାର୍ଥୀ କରାଯାଇଛି ବିଜେପି। ନୀରଜ ତ୍ରିପାଠୀ ହେଉଛନ୍ତି ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ପୁଅ।

ସେହିପରି ପଶ୍ଚିମବଙ୍ଗର ଆସନସୋଲ ଆସରୁ ଏସ୍‌ଏସ୍‌ ଆଲୁଓ୍ୱାଲିଆଙ୍କୁ ଦଳ ପ୍ରାର୍ଥୀ କରିଛି। ବିଜେପି ପୂର୍ବରୁ ଭୋଜପୁରୀ ଷ୍ଟାର ପୱନ ସିଂହଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲା। କିନ୍ତୁ ପରେ ସେ ଟିକେଟ୍‌ ଫେରାଇ ଦେଇଥିଲେ। ଟିଏମସି ଏହି ଆସନରୁ ଅଭିନେତା ଶତୃଘ୍ନ ସିହ୍ନାଙ୍କୁ ପ୍ରାର୍ଥୀ କରିଛି।

ଉତ୍ତରପ୍ରଦେଶର ମେନପୁରୀ ଆସନରୁ ଜୟବୀର ସିଂହ ଠାକୁର, କୌଶାମ୍ବୀରୁ ବିନୋଦ ସୋନକର, ଫୁଲପୁରରୁ ପ୍ରବୀଣ ପଟେଲ, ଆହ୍ଲାବାଦରୁ ନୀରଜ ତ୍ରିପାଠୀ, ବାଲିଆରୁ ନୀରଜ ଶେଖର, ମଛଲିନଗରରୁ ବିପି ସରୋଜ ଏବଂ ଗାଜିପୁର ଆସନରୁ ପାରସ ନାଥ ରାୟଙ୍କୁ ଟିକେଟ୍‌ ଦିଆଯାଇଛି।