କିରୋସିନି ଢାଳି ଆତ୍ମହତ୍ୟା କରିବା ଘଟଣା । ଛୁଆ ପରେ ଆଖି ବୁଜିଲା ମାଆ ।

କନକ ବ୍ୟୁରୋ: ଜଗତପୁର ଥାନା ଅନ୍ତର୍ଗତ ଅତୋଡ଼ା ଗାଁରେ ଶିଶୁ ଓ ମାଆ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ଘଟଣା । ଶିଶୁ କନ୍ୟା ପରେ ଡାକ୍ତରଖାନାରେ ମାଆର ବି ମୃତ୍ୟୁ ହୋଇଛି। କଟକ ବଡ଼ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମାଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ରାତିରେ ପାରିବାରିକ ଅଶାନ୍ତି କାରଣରୁ ଛୁଆ ସହ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇଲା ମା। ଗୁରୁତର ଅବସ୍ଥାରେ ଅବସ୍ଥାରେ ମାଆ ଓ ୪ ମାସର ଶିଶୁ କନ୍ୟାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ଜଗତପୁର ଥାନା ଅଧୀନ ଆତୋଡା ଗାଁ ଘଟଣା। ପାରିବାରିକ ଅଶାନ୍ତି କାରଣରୁ ଘର ବନ୍ଦ କରି ନିଆଁ ଲଗାଇଦେଇଥିଲା ମା ସୁଚିସ୍ମିତା। ଘଟଣାରେ ସୁଚିସ୍ମିତାଙ୍କ ସ୍ବାମୀଙ୍କୁ ଅଟକ ରଖି ତଦନ୍ତ କରୁଛି ଜଗତପୁର ପୋଲିସ।  