କିର୍ତ୍ତୀ ସୁରେଶଙ୍କ ପଡିବ ହାତଗଣ୍ଠି, ଦୀର୍ଘ ଦିନର ପ୍ରେମିକଙ୍କର ଧରିବେ ହାତ

ମୁମ୍ଵାଇ ୧୯।୧୧; ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କିର୍ତ୍ତୀ ସୁରେଶ। ଦୀର୍ଘ ଦିନର ପ୍ରେମିକ ଅଣ୍ଟୋନି ଥାଟିଲଙ୍କ ସହ ସାତଫେରା ନେବେ। ଡିସେମ୍ବର ଦ୍ୱିତୀୟ ସପ୍ତାହରେ  କିର୍ତ୍ତୀଙ୍କ ହାତଗଣ୍ଠି ପଡ଼ିବା ନେଇ ସୂଚନା ମିଳିଛି। ଏନେଇ ଅଭିନେତ୍ରୀ ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି।କହିବାକୁ ଗଲେ ଆଣ୍ଟୋନି ଦୁବାଇର ଜଣେ ବ୍ୟବସାୟୀ। ଆଣ୍ଟୋନି ଏବଂ କିର୍ତ୍ତୀ ସୁରେଶ ପିଲାଦିନର ବନ୍ଧୁ। ଉଭୟ ଗୋଟିଏ ବିଦ୍ୟାଳୟରେ ପଢୁଥିଲେ। ଉଭୟ ଦୀର୍ଘ ୧୫ ବର୍ଷ ହେବ ରିଲେସନସିପରେ ଥିଲେ। ଗୋଆରେ ସେମାନଙ୍କ ବିବାହ ହେବା ନେଇ ଚର୍ଚ୍ଚା ହେଉଛି। କିର୍ତ୍ତୀ ସୁରେଶ ୨୦୦୦ରେ ଶିଶୁ କଳାକାର ଜରିଆରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ । ଏହାପରେ ମାଲୟାଲମ ସିନେମା ଗୀତାଞ୍ଜଳିରେ ମୁଖ୍ୟ ଭୂମିକାରେ ଅଭିନୟ କରି ଯାତ୍ରା ଆରମ୍ଭ କରିଥିଲେ।'ମହାନତୀ'ରେ ଉଚ୍ଚକୋଟୀର ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଥିଲେ। 'ମହାନତୀ' କିମ୍ବଦନ୍ତୀ ଅଭିନେତ୍ରୀ ସାବିତ୍ରୀଙ୍କ ଆତ୍ମଜୀବନୀ ଉପରେ ଆଧାରିତ ସିନେମା। ବରୁଣ ଧାୱନଙ୍କ ବେବି ଜନ୍ ଫିଲ୍ମ ମାଧ୍ୟମରେ ବଲିଉଡ୍ ଡେବ୍ୟୁ କରିବେ କିର୍ତ୍ତୀ ସୁରେଶ।     

କିର୍ତ୍ତୀ ସୁରେଶଙ୍କ ପଡିବ ହାତଗଣ୍ଠି, ଦୀର୍ଘ ଦିନର ପ୍ରେମିକଙ୍କର ଧରିବେ ହାତ

ମୁମ୍ଵାଇ ୧୯।୧୧; ବିବାହ କରିବାକୁ ଯାଉଛନ୍ତି ଅଭିନେତ୍ରୀ କିର୍ତ୍ତୀ ସୁରେଶ। ଦୀର୍ଘ ଦିନର ପ୍ରେମିକ ଅଣ୍ଟୋନି ଥାଟିଲଙ୍କ ସହ ସାତଫେରା ନେବେ। ଡିସେମ୍ବର ଦ୍ୱିତୀୟ ସପ୍ତାହରେ  କିର୍ତ୍ତୀଙ୍କ ହାତଗଣ୍ଠି ପଡ଼ିବା ନେଇ ସୂଚନା ମିଳିଛି। ଏନେଇ ଅଭିନେତ୍ରୀ ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି।

କହିବାକୁ ଗଲେ ଆଣ୍ଟୋନି ଦୁବାଇର ଜଣେ ବ୍ୟବସାୟୀ। ଆଣ୍ଟୋନି ଏବଂ କିର୍ତ୍ତୀ ସୁରେଶ ପିଲାଦିନର ବନ୍ଧୁ। ଉଭୟ ଗୋଟିଏ ବିଦ୍ୟାଳୟରେ ପଢୁଥିଲେ। ଉଭୟ ଦୀର୍ଘ ୧୫ ବର୍ଷ ହେବ ରିଲେସନସିପରେ ଥିଲେ। ଗୋଆରେ ସେମାନଙ୍କ ବିବାହ ହେବା ନେଇ ଚର୍ଚ୍ଚା ହେଉଛି। 

କିର୍ତ୍ତୀ ସୁରେଶ ୨୦୦୦ରେ ଶିଶୁ କଳାକାର ଜରିଆରେ ଅଭିନୟ ଜଗତରେ ଡେବ୍ୟୁ କରିଥିଲେ । ଏହାପରେ ମାଲୟାଲମ ସିନେମା ଗୀତାଞ୍ଜଳିରେ ମୁଖ୍ୟ ଭୂମିକାରେ ଅଭିନୟ କରି ଯାତ୍ରା ଆରମ୍ଭ କରିଥିଲେ।

'ମହାନତୀ'ରେ ଉଚ୍ଚକୋଟୀର ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଥିଲେ। 'ମହାନତୀ' କିମ୍ବଦନ୍ତୀ ଅଭିନେତ୍ରୀ ସାବିତ୍ରୀଙ୍କ ଆତ୍ମଜୀବନୀ ଉପରେ ଆଧାରିତ ସିନେମା। ବରୁଣ ଧାୱନଙ୍କ ବେବି ଜନ୍ ଫିଲ୍ମ ମାଧ୍ୟମରେ ବଲିଉଡ୍ ଡେବ୍ୟୁ କରିବେ କିର୍ତ୍ତୀ ସୁରେଶ।