କୁକୁଡା ଭାଡି ଖୋଲିଲେ, ଘର ଲୋକେ ଆସିବା ପରେ ଛୁରୀ ଦେଖାଇ ଲୁଟିଲେ

ଭଦ୍ରକ: ପ୍ରଥମେ କୁକୁଡା ଭାଡି ଖୋଲିଲେ। ଘର ଲୋକେ ଘରୁ ବାହାରିବା ପରେ ବେଲକେର ଛୁରୀ ଲଗାଇ ଲୁଟିଲେ। ବିରୋଧ କରିବାରୁ ହାଣିଲେ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଧୀନ ନପଙ୍ଗରେ। ଘର ମାଲିକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ମୁହଁରେ କଳାକପଡା ବାନ୍ଧି ଘରେ ପଶିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ କୁକୁଡାକୁ ମୋହରା କରିଥିଲେ। ଘର ସମ୍ମୁଖରେ ଥିବା […]

କୁକୁଡା ଭାଡି ଖୋଲିଲେ, ଘର ଲୋକେ ଆସିବା ପରେ ଛୁରୀ ଦେଖାଇ ଲୁଟିଲେ

ଭଦ୍ରକ: ପ୍ରଥମେ କୁକୁଡା ଭାଡି ଖୋଲିଲେ। ଘର ଲୋକେ ଘରୁ ବାହାରିବା ପରେ ବେଲକେର ଛୁରୀ ଲଗାଇ ଲୁଟିଲେ। ବିରୋଧ କରିବାରୁ ହାଣିଲେ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ଅଧୀନ ନପଙ୍ଗରେ। ଘର ମାଲିକ ଏନେଇ ଥାନାରେ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ମୁହଁରେ କଳାକପଡା ବାନ୍ଧି ଘରେ ପଶିବାକୁ ଯୋଜନା କରିଥିଲେ। ଏଥିପାଇଁ ସେମାନେ କୁକୁଡାକୁ ମୋହରା କରିଥିଲେ। ଘର ସମ୍ମୁଖରେ ଥିବା କୁକୁଡା ଭାଡିରୁ କୁକୁଡାଗୁଡିକୁ ଖୋଲି ଦେଇଥିଲେ। କୁକୁଡାମାନେ ରାତିରେ ବାହାରକୁ ଆସି ଜୋରରେ ଶଦ୍ଦ କରିବାକୁ ଆରମ୍ଭ କରିଥିଲେ।

କୁକୁଡା ଶଦ୍ଦ ଶୁଣି ପରିବାର ଲୋକେ ବାହାରକୁ ଆସି ଯାଇଥିଲେ। ଏହି ସମୟରେ ୬ ଜଣ ଡକାୟତ ଘର ଭିତରକୁ ପଶି ଯାଇଥିଲେ। ପରିବାର ଲୋକେ ସେମାନଙ୍କୁ ବାଧା ଦେବାରୁ ୪ ଜଣଙ୍କୁ ଦାରିଆ ଅସ୍ତ୍ରରେ ଆକ୍ରମଣ କରିଥିଲେ।

ପରେ ଘରୁ ସୁନାଗହଣା ଓ ଟଙ୍କା ପଇସା ନେଇ ଚମ୍ପଟ ମାରିଥିଲେ। ପରିବାରର ୩ ଜଣ ମହିଳା ଓ ଜଣେ ପୁରୁଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଛି । ପୋଲିସ ଘଟଣାର ଅଧିକ ଛାନଭିନ ଜାରି ରଖିଛି।