କୁଚ ବିହାର ଟ୍ରଫି ପାଇଁ ଓସିଏ ଘୋଷଣା କଲା ଟିମ, ଶ୍ରେୟାଂଶ ଅଧିନାୟକ
ଡେସ୍କ: ବିସିସିଆଇ ଘରୋଇ ସିଜିନ ୧୯ ବର୍ଷରୁ କମ କୁଚ ବିହାର ଟ୍ରଫି ପାଇଁ ଓଡିଶା ପୁରୁଷ ଦଳ ଘୋଷଣା କରାଯାଇଛି। ଓଡିଶା କ୍ରିକେଟ ଆସୋସିଏସନ ୧୮ ଜଣିଆ ଟିମ ଘୋଷଣା କରିଛି। ଶ୍ରେୟାନ୍ସ ଭରଦ୍ୱାଜଙ୍କୁ ଟିମର ଅଧିନାୟକ ଅଛନ୍ତି। ଉଭୟ ଅଭିଜ୍ଞ ଓ ନବାଗତଙ୍କୁ ଟିମରେ ସାମିଲ କରାଯାଇଛି। ଟିମରେ ଆୟୁଷ ସୁତାର, ପ୍ରୟାନ ପି ସାମଲ, ଶ୍ରେୟାଂଶୁ ପଟ୍ଟନାୟକ, ସମ୍ବିତ କୁମାର ବେଜା, ବିଶ୍ଵଜିତ ପ୍ରଧାନ, ପାନାକାଲା ମକସିତ, ଅନୁରାଗ ମଲ୍ଲିକଙ୍କ ଭଳି ଦକ୍ଷ […]

ଡେସ୍କ: ବିସିସିଆଇ ଘରୋଇ ସିଜିନ ୧୯ ବର୍ଷରୁ କମ କୁଚ ବିହାର ଟ୍ରଫି ପାଇଁ ଓଡିଶା ପୁରୁଷ ଦଳ ଘୋଷଣା କରାଯାଇଛି। ଓଡିଶା କ୍ରିକେଟ ଆସୋସିଏସନ ୧୮ ଜଣିଆ ଟିମ ଘୋଷଣା କରିଛି। ଶ୍ରେୟାନ୍ସ ଭରଦ୍ୱାଜଙ୍କୁ ଟିମର ଅଧିନାୟକ ଅଛନ୍ତି। ଉଭୟ ଅଭିଜ୍ଞ ଓ ନବାଗତଙ୍କୁ ଟିମରେ ସାମିଲ କରାଯାଇଛି। ଟିମରେ ଆୟୁଷ ସୁତାର, ପ୍ରୟାନ ପି ସାମଲ, ଶ୍ରେୟାଂଶୁ ପଟ୍ଟନାୟକ, ସମ୍ବିତ କୁମାର ବେଜା, ବିଶ୍ଵଜିତ ପ୍ରଧାନ, ପାନାକାଲା ମକସିତ, ଅନୁରାଗ ମଲ୍ଲିକଙ୍କ ଭଳି ଦକ୍ଷ ଖେଳାଳି ରହିଛନ୍ତି।
କୁଚ ବିହାର ଟ୍ରଫି ପାଇଁ ଓସିଏ ଘୋଷଣା କଲା ଟିମ, ଶ୍ରେୟାଂଶ ଅଧିନାୟକ pic.twitter.com/EbQwcwsl1D
— Samaja Live (@samajalive) November 1, 2024
ଆସନ୍ତା ୬ ତାରିଖରେ ଦିଲ୍ଲୀ ବିପକ୍ଷରେ ଓଡିଶା ପ୍ରଥମ ମ୍ୟାଚ ଖେଳିବ। ତେବେ ଏହି ଟିମ ଚୟନ ପୂର୍ବରୁ ଅନେକ ଅଭ୍ୟାସ ମ୍ୟାଚ ଓ କ୍ୟାମ୍ପ କରାଯାଇଛି। ଯାହା ଫଳରେ କୁଚ ବିହାର ଟ୍ରଫିରେ ଓଡିଶା ଭଲ ପ୍ରଦର୍ଶନ କରିବ ବୋଲି ଓଡିଶା ଅଣ୍ଡର-୧୯ ଚୟନ କମିଟି ଅଧକ୍ଷ ନଟରାଜ ବେହେରା କହିଛନ୍ତି। ଅନ୍ୟପଟେ ବିଗତ ଅନେକ ବର୍ଷ ଧରି ଜୁନିୟର ଵର୍ଗରେ ଓସିଏ ଘରୋଇ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଆସୁଛି। ହେଲେ ଅନେକ ଯୁବ ତାରକା ରଣଜୀ ଟ୍ରଫିରେ ପଦାର୍ପଣ କରିଛନ୍ତି। ତେଣୁ କୁଚ ବିହାର ଟ୍ରଫିରେ ଓଡିଶାର ପ୍ରଦର୍ଶନ ବେଶ ଉଚ୍ଚକୋଟିର ରହିବ ବୋଲି ଦଳର କୋଚ୍ ପ୍ରଭଞ୍ଜନ ମଲ୍ଲିକ କହିଛନ୍ତି।