କୁଚିଣ୍ଡାରେ ଗଣଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ
ସମ୍ବଲପୁର : କୁଚିଣ୍ଡାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା। ବିଜେପି କର୍ମୀ ହରିହର ପାଣିକୁ ଗିରଫ କରିଛି କୁଚିଣ୍ଡା ପୋଲିସ। ଅଭିଯୁକ୍ତକୁ... The post କୁଚିଣ୍ଡାରେ ଗଣଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ appeared first on .
ସମ୍ବଲପୁର : କୁଚିଣ୍ଡାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା। ବିଜେପି କର୍ମୀ ହରିହର ପାଣିକୁ ଗିରଫ କରିଛି କୁଚିଣ୍ଡା ପୋଲିସ। ଅଭିଯୁକ୍ତକୁ କାହିଁକି ଗିରଫ କରାଯାଉ ନାହିଁ ବୋଲି ପ୍ରେସମିଟରେ ପ୍ରଶ୍ନ ଉଠାଇଥିଲା ବିଜେଡି। ଅନୁଧ୍ଯାନ କରିବା ଲାଗି କୁଚିଣ୍ଡା ଯାଇଛି ବିଜେଡି ତଥ୍ଯ ଅନୁସନ୍ଧାନକାରୀ ଟିମ୍। ଦୁଷ୍କର୍ମ ଘଟଣା ନେଇ ପରିବାର ଲୋକ ଆଣିଥିଲେ ସାଙ୍ଘାତିକ ଅଭିଯୋଗ l କୁଚିଣ୍ଡାରୁ ନାବାଳିକା ଝିଅକୁ ଉଠାଇ ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଥିଲେ ପରିବାର ଲେକ। ଏପରିକି ଏ କଥା ଘରେ କହିଲେ ପୂରା ପରିବାରକୁ ମାରି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ l ଏହା ସହିତ ସେମାନେ ମନ୍ତ୍ରୀଙ୍କ ଅତି ନିଜର ଲୋକ ବୋଲି ମଧ୍ୟ କହି ନାବାଳିକା ଝିଅକୁ ଧମକ ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ। ଘଟଣାରେ ମୁଖ୍ୟ ଅଭିଯୁକ୍ତ ହରିହର ପାଣିକୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲା ବିଜେଡି।
The post କୁଚିଣ୍ଡାରେ ଗଣଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ appeared first on .