କୁଜଙ୍ଗର ପୂର୍ବତନ ଆର୍‌ଆଇ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୨ା୩ (କାର୍ତ୍ତିକ ସାହୁ) ଜଗତସିଂହପୁର ଜିଲା କୁଜଙ୍ଗ ସର୍କଲର ଅବସରପ୍ରାପ୍ତ ପୂର୍ବତନ ଆର୍‌ଆଇ ସୁବାସ ଚନ୍ଦ୍ର ଦାସ କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଦାସଙ୍କ ବିରୋଧରେ ରୁଜୁ ଏକ ଲାଞ୍ଚ ମାମଲାର ବିଚାର କରି ଅଦାଲତ ତାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେବା ସହ ୧୦୦୦୦ ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗ କରିବାକୁ ରାୟରେ ସ୍ପଷ୍ଟ କରିଛନ୍ତି। ମାମଲାର ବିବରଣୀ […] The post କୁଜଙ୍ଗର ପୂର୍ବତନ ଆର୍‌ଆଇ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ appeared first on Dharitri Odia News.

କୁଜଙ୍ଗର ପୂର୍ବତନ ଆର୍‌ଆଇ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୨ା୩ (କାର୍ତ୍ତିକ ସାହୁ) ଜଗତସିଂହପୁର ଜିଲା କୁଜଙ୍ଗ ସର୍କଲର ଅବସରପ୍ରାପ୍ତ ପୂର୍ବତନ ଆର୍‌ଆଇ ସୁବାସ ଚନ୍ଦ୍ର ଦାସ କଟକ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଦାସଙ୍କ ବିରୋଧରେ ରୁଜୁ ଏକ ଲାଞ୍ଚ ମାମଲାର ବିଚାର କରି ଅଦାଲତ ତାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେବା ସହ ୧୦୦୦୦ ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗ କରିବାକୁ ରାୟରେ ସ୍ପଷ୍ଟ କରିଛନ୍ତି। ମାମଲାର ବିବରଣୀ ଅନୁସାରେ, ପୂର୍ବତନ ଆର୍‌ଆଇ ଦାସ ଜଣେ ବ୍ୟକ୍ତିଙ୍କ ଜମି କିସମ ପରିବର୍ତ୍ତନ ମାମଲାରେ ଜମିପଟ୍ଟା ଇସ୍ୟୁ କରିବା ପାଇଁ ୮୦୦୦ ଟଙ୍କା ଲାଞ୍ଚ ଦାବି କରି ନେଇଥିଲେ। ସେ ଭିଜିଲାନ୍ସ ହାତରେ ଧରାପଡ଼ିବା ସହ ଭିଜିଲାନ୍ସ ଥାନାରେ ୨୦୧୮ ଜାନୁୟାରି ୧୭ ତାରିଖରେ ଏକ କେସ୍‌ ରୁଜୁ ହୋଇଥିଲା। ଶୁକ୍ରବାର ମାମଲାର ରାୟ ପ୍ରକାଶ ପରେ ଭିଜିଲାନ୍ସ ତାଙ୍କର ପେନ୍‌ସନ୍‌ ବନ୍ଦ କରିବାକୁ ବିଭାଗୀୟ ଅଧିକାରୀଙ୍କ ନିକଟକୁ ଯିବ ବୋଲି ଜଣାଯାଇଛି।

The post କୁଜଙ୍ଗର ପୂର୍ବତନ ଆର୍‌ଆଇ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ appeared first on Dharitri Odia News.