କୁଟୁରାଚୁଆଁ କନିଷ୍ଠ କଲେଜ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ
ସମ୍ବଲପୁର /କୁଚିଣ୍ଡା: କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀଙ୍କ ସଭାପତିତ୍ବରେ ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଓ ସ୍ବେଛାସେବୀ ସରୋଜ ମେହେରଙ୍କ ନେତୃତ୍ବରେ କଲେଜ କ୍ୟାମ୍ପସରେ ସଫେଇ ଅଭିଯାନ ଅନୁଷ୍ଠିତ ହେଇଥିଲା । କଲେଜର ବାଡ ଭିତର ଓ ସମ୍ମୁୁଖ ରେ ଥିବା ସମସ୍ତ ଆବର୍ଜନାକୁ ଛାତ୍ର […] The post କୁଟୁରାଚୁଆଁ କନିଷ୍ଠ କଲେଜ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ appeared first on Odisha.News.

ସମ୍ବଲପୁର /କୁଚିଣ୍ଡା: କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅଧ୍ୟକ୍ଷ ନିଳାଞ୍ଚଳ ତିୱାରୀଙ୍କ ସଭାପତିତ୍ବରେ ସମ୍ବଲପୁର ନେହେରୁ ଯୁବ କେନ୍ଦ୍ର ଦ୍ୱାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଓ ସ୍ବେଛାସେବୀ ସରୋଜ ମେହେରଙ୍କ ନେତୃତ୍ବରେ କଲେଜ କ୍ୟାମ୍ପସରେ ସଫେଇ ଅଭିଯାନ ଅନୁଷ୍ଠିତ ହେଇଥିଲା । କଲେଜର ବାଡ ଭିତର ଓ ସମ୍ମୁୁଖ ରେ ଥିବା ସମସ୍ତ ଆବର୍ଜନାକୁ ଛାତ୍ର ଛାତ୍ରୀମାନେ ମିଶି ସଫା କରିଥିଲେ। ଛାତ୍ର,ଛାତ୍ରୀ ଙ୍କୁ ସ୍ୱଚ୍ଛତା ପାଇଁ ଦଶଟି ବିଷୟକୁ ନେଇ ଶପଥପାଠ କରାଇବା ସହ ବିଭିନ୍ନ ସ୍ଲୋଗାନ ଦେଇ ଏକ ସଚେତନତା ପରିକ୍ରମା ଅନୁଷ୍ଠିତ ହୋଇଥିଲା ।କଲେଜ ର ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ,ଅଧ୍ୟାପିକା ଭାବନା ପାଣ୍ଡେ,ଅଧ୍ୟାପକ ସତ୍ୟନାରାରଣ ପଟେଳ,ଅଧ୍ୟାପକ ସୁଧୀର କୁମାର ନାଏକ,ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ,ଡିଇଓ ସମିନ ରଞ୍ଜନ ନାଏକ,କିରାଣୀ ଭେଷଜ ଗରଡିଆ,ଅଣଶିକ୍ଷକ ଜୟଦେବ ରାଉତ ଓ ଅସିମ କୁମାର ପରୁଆ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
The post କୁଟୁରାଚୁଆଁ କନିଷ୍ଠ କଲେଜ ରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ appeared first on Odisha.News.