କୁଢ଼ କୁଢ଼ ଅଳିଆ ଆବର୍ଜନା, ଦୁର୍ଗନ୍ଧରେ ନାକ ଫାଟୁଛି: ସାଧାରଣରେ ଅସନ୍ତୋଷ
ଦାରିଙ୍ଗବାଡି,୨୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ମଧ୍ୟ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ପୂର୍ବ ଦିନ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସମ୍ପୂର୍ଣ୍ଣ ସଫେଇ କରାଯାଇଥିଲା। ଏଥିପାଇଁ ପ୍ରଶାସନ ସହ ଅଞ୍ଚଳବାସୀ ଛାତ୍ରୀଛାତ୍ର ସମସ୍ତେ ମିଶି ମନପ୍ରାଣ ଦେଇ ସଫେଇ କରିଥିଲେ। ହେଲେ ଏହି ଦିବସ ପାଳନ ପରେ ହେଲିପ୍ୟାଡ଼ ପଡିଆର ଅବସ୍ଥା ସମ୍ପୂର୍ଣ୍ଣ ବେହାଲ ହୋଇପଡିଛି। ଏହି ଜାତୀୟ ଦିବସ ପାଳନ ପରଠାରୁ ପଡିଆ ସାରା ପ୍ଲାଷ୍ଟିକ ଆଉ […] The post କୁଢ଼ କୁଢ଼ ଅଳିଆ ଆବର୍ଜନା, ଦୁର୍ଗନ୍ଧରେ ନାକ ଫାଟୁଛି: ସାଧାରଣରେ ଅସନ୍ତୋଷ appeared first on Dharitri Odia News.
ଦାରିଙ୍ଗବାଡି,୨୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ମଧ୍ୟ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ପୂର୍ବ ଦିନ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସମ୍ପୂର୍ଣ୍ଣ ସଫେଇ କରାଯାଇଥିଲା। ଏଥିପାଇଁ ପ୍ରଶାସନ ସହ ଅଞ୍ଚଳବାସୀ ଛାତ୍ରୀଛାତ୍ର ସମସ୍ତେ ମିଶି ମନପ୍ରାଣ ଦେଇ ସଫେଇ କରିଥିଲେ। ହେଲେ ଏହି ଦିବସ ପାଳନ ପରେ ହେଲିପ୍ୟାଡ଼ ପଡିଆର ଅବସ୍ଥା ସମ୍ପୂର୍ଣ୍ଣ ବେହାଲ ହୋଇପଡିଛି। ଏହି ଜାତୀୟ ଦିବସ ପାଳନ ପରଠାରୁ ପଡିଆ ସାରା ପ୍ଲାଷ୍ଟିକ ଆଉ ଅଇଁଠା ପତ୍ର ସହ କୁଢ଼ କୁଢ଼ ଅଳିଆ ଆବର୍ଜନାରେ ଭର୍ତ୍ତି। ପୁତ୍ତିମୟ ଗନ୍ଧ ରେ ନାକ ଫାଟୁଛି। ଦାରିଙ୍ଗବାଡିର ଏକ ମାତ୍ର ପଡିଆ ଯେଉଁଠି ପ୍ରତିଦିନ ପ୍ରାତଃ ଭ୍ରମଣ ଓ ଖେଳକୁଦ, ଯୋଗଭ୍ୟାସ ପାଇଁ ସ୍ଥାନୀୟ ଲୋକ ନିର୍ଭର କରନ୍ତି। କିନ୍ତୁ ଜାତୀୟ ଦିବସ ପାଳନ ପରେ ପଡିଆର ଅବସ୍ଥା ଶୋଚନୀୟ ପରେ ପରିବେଶବିତଙ୍କ ମଧ୍ୟରେ ଦେଖାଯାଇଛି ଉଦବେଗ। ପଞ୍ଚାୟତ କାହିଁକି ଏସବୁକୁ ସଫେଇ କରେଇବାରେ ଅବହେଳା ପ୍ରଦର୍ଶନ କରୁଛି ସେ ନେଇ ସାଧାରଣରେ ଅସନ୍ତୋଷ ଦେଖାଯିବା ସହ ଉଦବେଗ ପ୍ରକାଶ ପାଇଛି। ଜାତୀୟ ଦିବସ ପାଳନ ପରେ ସ୍ଥାନୀୟ ପ୍ରଶାସନ ତାର ଦାୟିତ୍ୱରେ କାହିଁକି ଅବହେଳା କରୁଛି ସେ ନେଇ ଅସନ୍ତୋଷ ଦେଖାଯାଇଛି।
The post କୁଢ଼ କୁଢ଼ ଅଳିଆ ଆବର୍ଜନା, ଦୁର୍ଗନ୍ଧରେ ନାକ ଫାଟୁଛି: ସାଧାରଣରେ ଅସନ୍ତୋଷ appeared first on Dharitri Odia News.