କୁନି ଝିଅ ଉପରେ ଚଢ଼ିଗଲା ହାଇୱା
କଟକ: କଟକ ଯୋବ୍ରାରୁ ନୂଆପାଟଣା ଆଡ଼କୁ ଯାଇଥିବା ରିଙ୍ଗ ରୋଡ଼ରେ ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ନିଜ ମଉସାଙ୍କ ସହ ଯାଉଥିବା ଜଣେ କୁନି ଝିଅ ଉପରେ ଚଢ଼ିଗଲା ହାଇୱା। ଆଜି ନୂଆବର୍ଷ ହୋଇଥିବା ବେଳେ ନିଜ ମଉସାଙ୍କ ସହ ବାଇକ୍ରେ ଖୁସି ମନରେ ବୁଲି ବାହାରିଥିଲା କୁନି ଝିଅଟି। ମାତ୍ର ଯୋବ୍ରା ବ୍ୟାରେଜ ନିକଟରେ ତାଙ୍କ ବାଇକ୍କୁ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ ଭାରସାମ୍ୟ ହରାଇ ଉଭୟ ମଉସା, ଝିଆରୀ ତଳେ […]

କଟକ: କଟକ ଯୋବ୍ରାରୁ ନୂଆପାଟଣା ଆଡ଼କୁ ଯାଇଥିବା ରିଙ୍ଗ ରୋଡ଼ରେ ଆଜି ସକାଳେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ନିଜ ମଉସାଙ୍କ ସହ ଯାଉଥିବା ଜଣେ କୁନି ଝିଅ ଉପରେ ଚଢ଼ିଗଲା ହାଇୱା।
ଆଜି ନୂଆବର୍ଷ ହୋଇଥିବା ବେଳେ ନିଜ ମଉସାଙ୍କ ସହ ବାଇକ୍ରେ ଖୁସି ମନରେ ବୁଲି ବାହାରିଥିଲା କୁନି ଝିଅଟି। ମାତ୍ର ଯୋବ୍ରା ବ୍ୟାରେଜ ନିକଟରେ ତାଙ୍କ ବାଇକ୍କୁ ଏକ ହାଇୱା ଧକ୍କା ଦେଇଥିଲା। ଫଳରେ ଭାରସାମ୍ୟ ହରାଇ ଉଭୟ ମଉସା, ଝିଆରୀ ତଳେ ପଡ଼ି ଯାଇଥିବା ବେଳେ କୁନି ଝିଅଟି ଉପରେ ମାଡ଼ି ଯାଇଛି ହାଇୱା। ଫଳରେ ଘଟଣାସ୍ଥଳରେ ପିଲାଟିର ମୃତ୍ୟୁ ହୋଇଥିବା ବେଳେ ତା’ ମଉସା ଗୁରୁତର ହୋଇ ପଡ଼ିଛନ୍ତି। ତାଙ୍କୁ ତୁରନ୍ତ କଟକ ଏସସିବିରେ ଭର୍ତ୍ତି କରାଯାଇଛି। । ମାଲଗୋଦାମ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ ରଖିଛି।