କୁବେର RTO ! ଠାବ ହେଲା ମୋଟ ୧୯ କୋଟିର ଅଚଳାଚଳ ସମ୍ପତ୍ତି
ବୌଦ୍ଧ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ RTO ବସନ୍ତ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା। ଠାବ ହେଲା ଆରଟିଓଙ୍କ ମୋଟ ୧୯ କୋଟି ସମ୍ପତ୍ତି। ଯେଉଁଥିରୁ ଆରଟିଓଙ୍କ ଦୋକାନ ଘର ମୂଲ୍ୟ ୧୪.୫ କୋଟି ରହିଥିବାବେଳେ । ବିଭିନ୍ନ ନିବେଶ, ଜମା, ବୀମା ସୁନାର ମୂଲ୍ୟ ୪.୫ କୋଟି ରହିଛି । ସୂଚନାଯୋଗ୍ୟ, ଗୁରୁବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଟିଓଙ୍କ ଅଫିସ୍ ସମେତ, ଗଞ୍ଜାମ, ବୌଦ୍ଧ ଏବଂ ଭୁବନେଶ୍ବରରେ ଥିବା ପୈତୃକ ଘର, ସମ୍ପର୍କୀୟଙ୍କ ଘର ସମେତ ୧୦ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ଏହି ଚଢଉରେ ୨ ଜଣ ଅତିରିକ୍ତ DSP, ୬ ଜଣ DSP, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ଭିଜିଲାନ୍ସ ଅଧିକାରୀ ରହିଥିଲେ। ଆହୁରି ପଢ଼ନ୍ତୁ: ନିର୍ବାଚନ ପୂର୍ବରୁ ED ରାଡାରରେ ନେତା, ଭଣ୍ଡାରିପୋଖରୀ ବିଧାୟକଙ୍କ ଘରେ ରେଡ୍ ତେବେ ଯେଉଁ ସ୍ଥାନରେ ରେଡ୍ ହୋଇଥିଲା ସେଗୁଡ଼ିକ ହେଉଛି- ବୌଦ୍ଧ RTO ଅଫିସ ସମେତ, ଭଞ୍ଜନଗରର ପୈତୃକ ଘର, ବ୍ରହ୍ମପୁରର ସମ୍ପର୍କୀୟଙ୍କ ଘର, ବୌଦ୍ଧର ଭଡ଼ାଘର, ରଙ୍ଗମାଟିଆର ହରପ୍ରିୟା ଏନକ୍ଳେଭରେ ଫ୍ଲାଟ, ଶୈଳଶ୍ରୀବିହାର ୱେଷ୍ଟ ଏଣ୍ଡ ଆପାର୍ଟମେଣ୍ଟରେ ଫ୍ଲାଟ, କଳ୍ପନା ରୟାଲ ରେସିଡେନ୍ସୀରେ ଥ୍ରୀ BHK ଫ୍ଲାଟ, କଳାରାହାଙ୍ଗ Z-1 ଇଷ୍ଟେଟରେ ଫ୍ଲାଟ, ଉତ୍କଳ କନିକା ଗ୍ୟଲେରିଆରେ ଦୁଇଟି କମରସିଆଲ ସପିଙ୍ଗ କମ୍ପ୍ଲେକ୍ସ, ପାହାଳ ଉତ୍କଳ ସିଗ୍ନେଚରରେ ଗୋଟିଏ ରୁମ୍ ଠା
ବୌଦ୍ଧ: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ RTO ବସନ୍ତ କୁମାର ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ଘଟଣା। ଠାବ ହେଲା ଆରଟିଓଙ୍କ ମୋଟ ୧୯ କୋଟି ସମ୍ପତ୍ତି। ଯେଉଁଥିରୁ ଆରଟିଓଙ୍କ ଦୋକାନ ଘର ମୂଲ୍ୟ ୧୪.୫ କୋଟି ରହିଥିବାବେଳେ । ବିଭିନ୍ନ ନିବେଶ, ଜମା, ବୀମା ସୁନାର ମୂଲ୍ୟ ୪.୫ କୋଟି ରହିଛି ।
ସୂଚନାଯୋଗ୍ୟ, ଗୁରୁବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆରଟିଓଙ୍କ ଅଫିସ୍ ସମେତ, ଗଞ୍ଜାମ, ବୌଦ୍ଧ ଏବଂ ଭୁବନେଶ୍ବରରେ ଥିବା ପୈତୃକ ଘର, ସମ୍ପର୍କୀୟଙ୍କ ଘର ସମେତ ୧୦ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ। ଏହି ଚଢଉରେ ୨ ଜଣ ଅତିରିକ୍ତ DSP, ୬ ଜଣ DSP, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ଭିଜିଲାନ୍ସ ଅଧିକାରୀ ରହିଥିଲେ।
ଆହୁରି ପଢ଼ନ୍ତୁ: ନିର୍ବାଚନ ପୂର୍ବରୁ ED ରାଡାରରେ ନେତା, ଭଣ୍ଡାରିପୋଖରୀ ବିଧାୟକଙ୍କ ଘରେ ରେଡ୍
ତେବେ ଯେଉଁ ସ୍ଥାନରେ ରେଡ୍ ହୋଇଥିଲା ସେଗୁଡ଼ିକ ହେଉଛି- ବୌଦ୍ଧ RTO ଅଫିସ ସମେତ, ଭଞ୍ଜନଗରର ପୈତୃକ ଘର, ବ୍ରହ୍ମପୁରର ସମ୍ପର୍କୀୟଙ୍କ ଘର, ବୌଦ୍ଧର ଭଡ଼ାଘର, ରଙ୍ଗମାଟିଆର ହରପ୍ରିୟା ଏନକ୍ଳେଭରେ ଫ୍ଲାଟ, ଶୈଳଶ୍ରୀବିହାର ୱେଷ୍ଟ ଏଣ୍ଡ ଆପାର୍ଟମେଣ୍ଟରେ ଫ୍ଲାଟ, କଳ୍ପନା ରୟାଲ ରେସିଡେନ୍ସୀରେ ଥ୍ରୀ BHK ଫ୍ଲାଟ, କଳାରାହାଙ୍ଗ Z-1 ଇଷ୍ଟେଟରେ ଫ୍ଲାଟ, ଉତ୍କଳ କନିକା ଗ୍ୟଲେରିଆରେ ଦୁଇଟି କମରସିଆଲ ସପିଙ୍ଗ କମ୍ପ୍ଲେକ୍ସ, ପାହାଳ ଉତ୍କଳ ସିଗ୍ନେଚରରେ ଗୋଟିଏ ରୁମ୍ ଠାବ କରିଛି ଭିଜିଲାନ୍ସ।
The post କୁବେର RTO ! ଠାବ ହେଲା ମୋଟ ୧୯ କୋଟିର ଅଚଳାଚଳ ସମ୍ପତ୍ତି appeared first on Prameya News7.