କୁଲାଡରେ ଭଞ୍ଜଜୟନ୍ତୀରେ ଉଲ୍ଲେଖନିୟ ଅବଦାନ ପାଇଁ 4 ଜଣଙ୍କୁ ସମ୍ବର୍ଦ୍ଧନା, ଭଞ୍ଜ ସଙ୍ଗୀତରେ ବିଭୋର ଦର୍ଶକ
ବେଲଗୁଣ୍ଠା,15/02, ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ବୁଧବାର ସନ୍ଧ୍ୟାରେ ଭଞ୍ଜନଗର ବ୍ଳକ୍ କୁଲାଡ ଭଞ୍ଜ ମଣ୍ଡପରେ ଘୁମୁସର ନାଟକ ମହୋତ୍ସବ ସମିତି,ବାର୍ଡ୍ ସଂସ୍ଥା ଏବଂ ଅମୃତର ହସ ପରିବାରର ମିଳିତ ସହଯୋଗରେ ଘୁମୁସର ମାଟିର ବରେଣ୍ୟ ବରପୁତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଜୟନ୍ତୀ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ଅମୃତର ହସ ପରିବାର ପକ୍ଷରୁ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରି ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି […] The post କୁଲାଡରେ ଭଞ୍ଜଜୟନ୍ତୀରେ ଉଲ୍ଲେଖନିୟ ଅବଦାନ ପାଇଁ 4 ଜଣଙ୍କୁ ସମ୍ବର୍ଦ୍ଧନା, ଭଞ୍ଜ ସଙ୍ଗୀତରେ ବିଭୋର ଦର୍ଶକ appeared first on Odisha.News.

ବେଲଗୁଣ୍ଠା,15/02, ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ବୁଧବାର ସନ୍ଧ୍ୟାରେ ଭଞ୍ଜନଗର ବ୍ଳକ୍ କୁଲାଡ ଭଞ୍ଜ ମଣ୍ଡପରେ ଘୁମୁସର ନାଟକ ମହୋତ୍ସବ ସମିତି,ବାର୍ଡ୍ ସଂସ୍ଥା ଏବଂ ଅମୃତର ହସ ପରିବାରର ମିଳିତ ସହଯୋଗରେ ଘୁମୁସର ମାଟିର ବରେଣ୍ୟ ବରପୁତ୍ର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଜୟନ୍ତୀ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି I ଏହି ଅବସରରେ ଅମୃତର ହସ ପରିବାର ପକ୍ଷରୁ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରି ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି I ସୂଚନା ପ୍ରକାରେ ବିଶିଷ୍ଟ ଶିକ୍ଷାବିତ୍ ମଞ୍ଚପ୍ରାଣ ଜଗନ୍ନାଥ ନାଇକଙ୍କ ଅଧ୍ୟକ୍ଷତା ତଥା ପଣ୍ଡିତ ଶଶାଙ୍କ କିରଣ ତ୍ରୀପାଠୀ ଏବଂ ଅନୁଷ୍ଠାନ ସମ୍ପାଦକ ଉମାଶଙ୍କର ସ୍ୱାଇଁଙ୍କ ସଂଯୋଜନାରେ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ଭଞ୍ଜ ଜୟନ୍ତୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଭି. ସଂଯୁକ୍ତା ରାଜୁ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତାରୂପେ ବୁଗୁଡ଼ା ମହିଳା ମହାବିଦ୍ୟାଳୟ ଅଧ୍ୟାପକ ବିଭୂତିଭୂଷଣ ମିଶ୍ର ଯୋଗ ଦେଇଥିଲେ I ସେହିପରି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥି, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟାପକ ନିମାକନ୍ତି ରାଉତରାୟ,ଅଧ୍ୟାପକ ଲୋକନାଥ ମହାନ୍ତି, ସଂସ୍କୃତି ରତ୍ନ ନାରାୟଣ ମହାରଣା,ବାର୍ଡ୍ ସଂସ୍ଥା ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ,ଜଗନ୍ନାଥପ୍ରସାଦ ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ I ଏହି କାର୍ଯ୍ୟକ୍ରମରେ ଅମୃତର ହସ ପରିବାର ପକ୍ଷରୁ ଗୁରୁ ନିମାକାନ୍ତ ରାଉତରାୟଙ୍କୁ ଅମୃତ ସ୍ୱର ସମ୍ମାନ-2024,ସାମ୍ବାଦିକ ତଥା ସମାଜସେବୀ ପ୍ରଦ୍ୟୁମ୍ନ ପାତ୍ରଙ୍କୁ ଅମୃତ ହସ ସମ୍ମାନ-2024,ସଂସ୍କୃତି ରତ୍ନ ଗୁରୁ ନାରାୟଣ ମହାରଣାଙ୍କୁ ପ୍ରଥମ ଅମୃତ ଶିଳ୍ପୀ ଯୋଗୀ ମହାରଣା ସ୍ମୃତି ସମ୍ମାନ ଏବଂ ଭଗବାନ ସାହୁଙ୍କୁ ଅମୃତ ହସ ଶିକ୍ଷା ସମ୍ମାନ-2024 ରେ ସମ୍ମାନିତ କରାଯାଇଥିଲା I ଏହି ଅବସରରେ ଉପରୋକ୍ତ ପ୍ରତିଭାଙ୍କୁ ଅତିଥି ମାନେ ଉପଢୌକନ, ପୁଷ୍ପଗୁଛ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନାରେ ଅମୃତ ହସ ପରିବାରର ଉପଦେଷ୍ଟା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ଆଦିକନ୍ଦ ଗୌଡ଼, ନାଟ୍ୟକାର ପ୍ରଫୁଲ୍ଲ ବେହେରା, ସାଂସ୍କୃତିକ ସମ୍ପାଦକ ନାଟ୍ୟ ନିର୍ଦ୍ଦେଶକ ରବି ନାରାୟଣ ଦାସ, ଶିକ୍ଷକ ଛାୟାକାନ୍ତ ମହାପାତ୍ର, ପିତାମ୍ବର ପରିଡ଼ା, ଅଜିତ୍ କୁମାର ପଣ୍ଡା, ସାଂଗଠନିକ ସମ୍ପାଦକ ନାଟ୍ୟ ନିର୍ଦ୍ଦେଶକ ମନ୍ମଥ କୁମାର ପାଢୀ, ଶୁଭେନ୍ଦୁ କୁମାର ଗୌଡ଼, ପ୍ରଶାନ୍ତ କୁମାର ବିଷୋୟୀ,କାହ୍ନୁ ଚରଣ ଷଡ଼ଙ୍ଗୀ, ଜୟନ୍ତ ବେହେରା, କୋଷାଧ୍ୟକ୍ଷ ଦିଲ୍ଲୀପ କୁମାର ନାୟକ ଏବଂ ସମସ୍ତ ସଦସ୍ୟ ସହଯୋଗ କରିଥିଲେ I ଏହି ଅବସରରେ ଭୁବନେଶ୍ୱର ଆଳାପ କଲଚୁରାଲ୍ ଟ୍ରଷ୍ଟ୍ ର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ I ସଂସ୍କୃତି ବନ୍ଧୁ ନାଟ୍ୟକାର ଉମାଶଙ୍କର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I
The post କୁଲାଡରେ ଭଞ୍ଜଜୟନ୍ତୀରେ ଉଲ୍ଲେଖନିୟ ଅବଦାନ ପାଇଁ 4 ଜଣଙ୍କୁ ସମ୍ବର୍ଦ୍ଧନା, ଭଞ୍ଜ ସଙ୍ଗୀତରେ ବିଭୋର ଦର୍ଶକ appeared first on Odisha.News.