କୁଳପତିଙ୍କ କଡ଼ା ଚେତାବନୀ; କଲେଜ କ୍ୟାମ୍ପସ୍‌ରେ ହେବନି ସନିଙ୍କ ଷ୍ଟେଜ ଶୋ’

କୁଳପତିଙ୍କ ଅନୁମତି ବିନା ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା କଲେଜ ୟୁନିୟନ । ମାତ୍ର କ୍ୟାମ୍ପସ୍‌ରେ ଏପରି ପ୍ରୋଗ୍ରାମ୍‌କୁ କୁଳପତି ତୀବ୍ର ବିରୋଧ କରିବା ସହ ଏଥିପାଇଁ ଅନୁମତି ବି ପ୍ରଦାନ କରି ନାହାନ୍ତି।

କୁଳପତିଙ୍କ କଡ଼ା ଚେତାବନୀ; କଲେଜ କ୍ୟାମ୍ପସ୍‌ରେ ହେବନି ସନିଙ୍କ ଷ୍ଟେଜ ଶୋ’

ବଲିଉଡର ବେବି ଡଲ ସନି ଲିଓନିଙ୍କ ପ୍ରତି ଏବେ ବି ଲୋକଙ୍କ ମନରେ ପ୍ରବଳ କ୍ରେଜ ଭରି ରହିଛି । ବଲିଉଡ ସମେତ ଦକ୍ଷିଣ ଭାରତୀୟ ଫିଲ୍ମରେ ବି ସେ ବେଶ୍‌ ସକ୍ରିୟ। ଆସନ୍ତା ୫ରେ କେରଳର ଥିରୁବନ୍ତପୁରମ୍‌ସ୍ଥିତ ଏକ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସ୍‌ରେ ଆୟୋଜିତ ହୋଇଥାନ୍ତା ସନିଙ୍କ ଷ୍ଟେଜ ଶୋ’ । ଏଥିନିମନ୍ତେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଥିବା ବେଳେ ମନା କରିଦେଲେ କୁଳପତି ।

କୁଳପତିଙ୍କ ଅନୁମତି ବିନା ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା କଲେଜ ୟୁନିୟନ । ମାତ୍ର କ୍ୟାମ୍ପସ୍‌ରେ ଏପରି ପ୍ରୋଗ୍ରାମ୍‌କୁ କୁଳପତି ତୀବ୍ର ବିରୋଧ କରିବା ସହ ଏଥିପାଇଁ ଅନୁମତି ବି ପ୍ରଦାନ କରି ନାହାନ୍ତି। ଏପରିକି କଲେଜର ପ୍ରୋଗ୍ରାମ୍‌ ଲିଷ୍ଟରୁ ସନିଙ୍କ ପ୍ରୋଗ୍ରାମ୍‌କୁ ତୁରନ୍ତ ହଟାଇବାକୁ କୁଳପତି କଲେଜ ରେଜିଷ୍ଟାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

କୋଚିନର ଏକ ୟୁନିଭରସିଟିରେ କିଛି ଦିନ ପୂର୍ବେ ସମାରୋହ ଆୟୋଜନ ବେଳେ ଧାଁଦୌଡ଼ ହୋଇଥିବା ବେଳେ ଦଳା ଚକଟାରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୫୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିଲେ।

ଏହାପରେ କ୍ୟାମ୍ପସ୍‌ରେ ଏପରି କାର୍ଯ୍ୟକ୍ରମ କରିବାକୁ ସରକାର ବାରଣ କରିଥିଲେ। ଏପରିକି କଲେଜ କ୍ୟାମ୍ପସ୍‌ରେ ଡିଜେ ନାଇଟ୍ସ ଉପରେ ବି ଲାଗି ସାରିଛି ପ୍ରତିବନ୍ଧକ । ଏହାସତ୍ତ୍ୱେ କଲେଜ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଛାତ୍ର ୟୁନିୟନ ଏପରି ଆୟୋଜନ କରିବା ମହଙ୍ଗା ପଡ଼ିଛି।

କଲେଜ ଭିତରେ କିମ୍ବା ବାହାରେ ୟୁନିୟନ ନାମରେ ଏପରି କାର୍ଯ୍ୟକ୍ରମ ଆୟୋଜନକୁ କେବେ ବି ଅନୁମତି ମିଳିବନି ବୋଲି କୁଳପତି କହିଛନ୍ତି। ଏହାସତ୍ତ୍ୱେ ଏପରି କାର୍ଯ୍ୟକ୍ରମ ଆୟୋଜନ ହେଲେ ସେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।