କୁଳାଙ୍ଗାର ପୁଅ, ମା’ଙ୍କୁ ଠେଙ୍ଗାରେ ପିଟି ପିଟି ମାରିଦେଲା…
ସୁନ୍ଦରଗଡ଼ ୦୧।୧୨ : ପୁଅ ଭୁଲିଗଲା ସ୍ନେହ । ଯେଉଁ ପୁଅକୁ ଜନ୍ମ ଲାଗି ମା ୯ ମାସର ଯନ୍ତ୍ରଣା ସହି ଦୁନିଆକୁ ଆଣିଥାଏ । ଆଜି ସେଇ ପୁଅ ଭୁଲିଯାଇଛି ମାଆର ସେହି ମମତା । ଆଉ ମାରିବାକୁ ବି ପଛାଇଲାନି ସେଇ କୁଳାଙ୍ଗାର ପୁଅର ହାତ । ନିଜ ମାଆକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଦେଇଛି ପୁଅ । ସୁନ୍ଦରଗଡ଼ ତଳସରା ଥାନା ତୁମୁଳିଆ ନୂଆପଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା । କୌଣସି କାରଣରୁ ପୁଅ ବିଷ୍ଣୁ ଲାକ୍ରା ନିଜ ମାଆ ସବିତା ଲାକ୍ରାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଳସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଏହାସହିତ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ । ସେପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ରିପୋର୍ଟ ଆସିବା ପରେ ପୋଲିସର ପ୍ରାଥମିକ ତଦନ୍ତରୁ ହତ୍ୟା କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।
ସୁନ୍ଦରଗଡ଼ ୦୧।୧୨ : ପୁଅ ଭୁଲିଗଲା ସ୍ନେହ । ଯେଉଁ ପୁଅକୁ ଜନ୍ମ ଲାଗି ମା ୯ ମାସର ଯନ୍ତ୍ରଣା ସହି ଦୁନିଆକୁ ଆଣିଥାଏ । ଆଜି ସେଇ ପୁଅ ଭୁଲିଯାଇଛି ମାଆର ସେହି ମମତା । ଆଉ ମାରିବାକୁ ବି ପଛାଇଲାନି ସେଇ କୁଳାଙ୍ଗାର ପୁଅର ହାତ । ନିଜ ମାଆକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଦେଇଛି ପୁଅ ।
ସୁନ୍ଦରଗଡ଼ ତଳସରା ଥାନା ତୁମୁଳିଆ ନୂଆପଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା । କୌଣସି କାରଣରୁ ପୁଅ ବିଷ୍ଣୁ ଲାକ୍ରା ନିଜ ମାଆ ସବିତା ଲାକ୍ରାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି । ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଳସରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି । ଏହାସହିତ ଅଭିଯୁକ୍ତ ପୁଅକୁ ଗିରଫ କରିଛି ପୋଲିସ । ସେପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ରିପୋର୍ଟ ଆସିବା ପରେ ପୋଲିସର ପ୍ରାଥମିକ ତଦନ୍ତରୁ ହତ୍ୟା କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।