କୁଶଳୀ କାରିଗର ଭିତ୍ତିରେ ଦରମା ପ୍ରଦାନ: ନଚେତ ଅନିର୍ଦ୍ଦିଷ୍ଟ କାଳ ଧାରଣା ସହ ବିକ୍ଷୋଭ ଚେତାବନୀ
ଲାଞ୍ଜିଗଡ଼,୨୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଗ୍ରାମୀଣ ଜଳଯୋଗାଣ ସଂଘ ତରଫରୁ ୧୦ଦଫା ସମ୍ବଳିତ ଦାବିପତ୍ର ବିଡିଓ ଶଶାଙ୍କ ପାତ୍ରଙ୍କୁ ପ୍ରଦାନ କରାଯାଇଛି। ପ୍ରମୁଖ ଦାବି ମଧ୍ୟରେ କୁଶଳୀ କାରିଗର ଭିତ୍ତିରେ ଦରମା ପ୍ରଦାନ, ନଳକୂପ କାରିଗର ଓ ପମ୍ପ ଚାଳକମାନଙ୍କୁ ଆର୍ଡବ୍ଲ୍ୟୁଏସ୍ଏସ୍ ଦ୍ବାରା ବ୍ଲକ ମାଧ୍ୟମରେ ଦରମା ବୃଦ୍ଧି, ନଳକୂପ କାରିଗର ଓ ପମ୍ପ ଚାଳକମାନଙ୍କୁ ମେଘା ପ୍ରୋଜେକ୍ଟଠାରେ ନିୟମିତ ନିଯୁକ୍ତି, ଆର୍ଡବ୍ଲ୍ୟୁଏସ୍ଏସ୍ରେ ଖାଲି ଥିବା ପଦବୀରେ ନଳକୂପ କାରିଗର ଓ ପମ୍ପ […] The post କୁଶଳୀ କାରିଗର ଭିତ୍ତିରେ ଦରମା ପ୍ରଦାନ: ନଚେତ ଅନିର୍ଦ୍ଦିଷ୍ଟ କାଳ ଧାରଣା ସହ ବିକ୍ଷୋଭ ଚେତାବନୀ appeared first on Dharitri Odia News.
ଲାଞ୍ଜିଗଡ଼,୨୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ଗ୍ରାମୀଣ ଜଳଯୋଗାଣ ସଂଘ ତରଫରୁ ୧୦ଦଫା ସମ୍ବଳିତ ଦାବିପତ୍ର ବିଡିଓ ଶଶାଙ୍କ ପାତ୍ରଙ୍କୁ ପ୍ରଦାନ କରାଯାଇଛି। ପ୍ରମୁଖ ଦାବି ମଧ୍ୟରେ କୁଶଳୀ କାରିଗର ଭିତ୍ତିରେ ଦରମା ପ୍ରଦାନ, ନଳକୂପ କାରିଗର ଓ ପମ୍ପ ଚାଳକମାନଙ୍କୁ ଆର୍ଡବ୍ଲ୍ୟୁଏସ୍ଏସ୍ ଦ୍ବାରା ବ୍ଲକ ମାଧ୍ୟମରେ ଦରମା ବୃଦ୍ଧି, ନଳକୂପ କାରିଗର ଓ ପମ୍ପ ଚାଳକମାନଙ୍କୁ ମେଘା ପ୍ରୋଜେକ୍ଟଠାରେ ନିୟମିତ ନିଯୁକ୍ତି, ଆର୍ଡବ୍ଲ୍ୟୁଏସ୍ଏସ୍ରେ ଖାଲି ଥିବା ପଦବୀରେ ନଳକୂପ କାରିଗର ଓ ପମ୍ପ ଚାଳକଙ୍କୁ ନିଯୁକ୍ତି, କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ ପରିବାର ବର୍ଗଙ୍କୁ ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ସହ ପରିବାରର ଜଣଙ୍କୁ ନିଯୁକ୍ତି, ଦୁର୍ଘଟଣାରେ ଶାରୀରିକ ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ରାଶି ପ୍ରଦାନ ଅନ୍ୟତମ। ଦାବିପତ୍ର ପ୍ରଦାନ ସମୟରେ ଲାଞ୍ଜିଗଡ଼ ବ୍ଲକର ଜଳଯୋଗାଣ ସଂଘ ଉପସଭାପତି ଚନ୍ଦ୍ରମଣି ବେହେରା, ସମ୍ପାଦକ ଡମ୍ବରୁ ନାଏକ ଚିତ୍ତରଞ୍ଜନ ପାତ୍ର, ଭଦ୍ର ମାଝୀ, ନବୀନ ସାହୁ, ପ୍ରକାଶ ଚଣ୍ଡୀ, ଅଶୋକ ଛତ୍ରିଆ, ଦୁଃଶାସନ ମାଝୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉକ୍ତ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
The post କୁଶଳୀ କାରିଗର ଭିତ୍ତିରେ ଦରମା ପ୍ରଦାନ: ନଚେତ ଅନିର୍ଦ୍ଦିଷ୍ଟ କାଳ ଧାରଣା ସହ ବିକ୍ଷୋଭ ଚେତାବନୀ appeared first on Dharitri Odia News.