କୁସ୍ତି ପରେ ରାଜନୀତିରେ 'ଦଙ୍ଗଲ'; କଂଗ୍ରେସ ସାମିଲ୍ ହେବେ ଭିନେଶ ଫୋଗାଟ୍ ଓ ବଜରଙ୍ଗ ପୁନିଆ
ନୂଆଦିଲ୍ଲୀ: ଅକ୍ଟୋବର ୫ ତାରିଖରେ ହରିୟଣା ବିଧାନସଭା ନିର୍ବାଚନ । ଅକ୍ଟୋବର ୮ ତାରିଖରେ ହେବ ଭୋଟ୍ ଗଣତି । ନିର୍ବାଚନ ନେଇ ବିଜ୍ଞପ୍ତୀ ପ୍ରକାଶ ପାଇବା ପରେ ହରିୟଣାରେ ରାଜନୀତି ଚଳଚଞ୍ଚଳ ହୋଇଛି । ବର୍ଷା ଦିନରେ ବି ନିର୍ବାଚନ ଉଷ୍ମତା ଦେଖିବାକୁ ମିଳିଛି । ହରିୟଣା ଗଡ଼ ଜିତିବାକୁ କଂଗ୍ରେସ ଜୋରଦାର ପ୍ରୟାସ ଜାରି ରଖିଛି । ଏହାରି ଭିତରେ କୁସ୍ତି ଯୋଦ୍ଧା ଭିନେଶ ଫୋଗାତ୍ ଏବଂ ବରରଙ୍ଗ ପୁନିଆ କଂଗ୍ରେସରେ ସାମିଲ୍ ହେବାକୁ ଯାଉଛନ୍ତି । ଆଜି ପ୍ରାୟ ଦିନ ସାଢ଼େ ଗୋଟାଏ ବେଳେ ସେ ବିଧିବଦ୍ଧ ଭାବେ ପାର୍ଟିରେ ଯୋଗ ଦେବେ । ଏନେଇ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ବିରୋଧ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଦୁଇ କୁସ୍ତି ଯୋଦ୍ଧା ସାକ୍ଷାତ କରିଥିଲେ । ଏହି ଦୁଇ କୁସ୍ତି ଯୋଦ୍ଧା କଂଗ୍ରେସରେ ସାମିଲ୍ ହେବା ପରେ ରାଜନୀତିରେ 'ଦଙ୍ଗଲ' ଦେଖିବାକୁ ମିଳିବ ।