କୁହୁଡ଼ି ବଳୟରେ ଜି.ଉଦୟଗିରି

ଜି.ଉଦୟଗିରି: ବିଳମ୍ବରେ ଶୀତର ଆଗମନ ସାଙ୍ଗକୁ ପ୍ରବଳ ଜାଡ ସାରା ଅଞ୍ଚଳରେ ଅସ୍ତବ୍ୟସ୍ତ କରିଥିବା ବେଳେ କିଛିଦିନ ହେଲା ଘନ କୁହୁଡ଼ି ଦେଖିବାକୁ ମିଳିଛି। ମଧ୍ୟରାତ୍ରୀରୁ ପ୍ରାୟ ସକାଳ ୯ଟା ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ରହୁଥିବା ଦେଖାଦେଉଛି। ଅତ୍ୟଧିକ କୁହୁଡ଼ି କାରଣରୁ ନିକଟରୁ ଦେଖିଲେ ହିଁ ରାସ୍ତାଘାଟ ଦେଖା ଯାଉଥିବା ବେଳେ ଗାଡି ଚଳାଚଳରେ ଅସୁବିଧା ହେଉଥିବା ନେଇ ଗାଡ଼ି ଚାଳକମାନେ ଆଲୋଚନା କରୁଛନ୍ତି। ଘନ କୁହୁଡି ସଡ଼କ ଦୁର୍ଘଟଣାର ଏବେ ପ୍ରମୁଖ କାରଣ ହୋଇଥିବା ବେଳେ […]

କୁହୁଡ଼ି ବଳୟରେ ଜି.ଉଦୟଗିରି

ଜି.ଉଦୟଗିରି: ବିଳମ୍ବରେ ଶୀତର ଆଗମନ ସାଙ୍ଗକୁ ପ୍ରବଳ ଜାଡ ସାରା ଅଞ୍ଚଳରେ ଅସ୍ତବ୍ୟସ୍ତ କରିଥିବା ବେଳେ କିଛିଦିନ ହେଲା ଘନ କୁହୁଡ଼ି ଦେଖିବାକୁ ମିଳିଛି। ମଧ୍ୟରାତ୍ରୀରୁ ପ୍ରାୟ ସକାଳ ୯ଟା ପର୍ଯ୍ୟନ୍ତ କୁହୁଡିର ପ୍ରଭାବ ରହୁଥିବା ଦେଖାଦେଉଛି। ଅତ୍ୟଧିକ କୁହୁଡ଼ି କାରଣରୁ ନିକଟରୁ ଦେଖିଲେ ହିଁ ରାସ୍ତାଘାଟ ଦେଖା ଯାଉଥିବା ବେଳେ ଗାଡି ଚଳାଚଳରେ ଅସୁବିଧା ହେଉଥିବା ନେଇ ଗାଡ଼ି ଚାଳକମାନେ ଆଲୋଚନା କରୁଛନ୍ତି। ଘନ କୁହୁଡି ସଡ଼କ ଦୁର୍ଘଟଣାର ଏବେ ପ୍ରମୁଖ କାରଣ ହୋଇଥିବା ବେଳେ ଗାଡିମଟର ଚଳାଚଳ ପାଇଁ ସମସ୍ୟା ସୃଷ୍ଟି କରିଛି। ଘନ କୁହୁଡ଼ିରେ ସତର୍କତା ସହିତ ଗାଡି ନ ଚଳାଇଲେ ଦୁର୍ଘଟଣା ଘଟିବା ଆଶଙ୍କା ଦେଖାଦେଇଛି। ଏପରିକି ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡିଛି। ଏବେ ଅଞ୍ଚଳରେ କିଛିଟା ଥଣ୍ଡା କମ ଥିଲେ ମଧ୍ୟ ଅତ୍ୟଧିକ କୁହୁଡି ଯୋଗୁଁ ଜନସାଧାରଣ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଥିବା ସର୍ବସାଧରଣ ଆଲୋଚନା ହେଉଛି। ଅଭିଭାବକମାନେ ପିଲାମାନଙ୍କୁ କୋଚିଙ୍ଗ ସେଣ୍ଟରକୁ ନେଉଥିବା ବେଳେ ଫେରିଲା ବେଳକୁ ଜାକେଟ ଉପରେ ଏକ ବରଫ ଆସ୍ତରଣ ଜମୁଥିବା ଦେଖିବାକୁ ମିଳୁଛି।