କୂଅକୁ ଖସି ପଡ଼ିଲେ ୨ ଶିଶୁ, ଜଣେ ମୃତ

ଭବାନୀପାଟଣା: ଖେଳିବାବେଳେ ୨ ଶିଶୁ କୂଅରେ ଖସି ପଡ଼ିଥିଲାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭବାନୀପାଟଣା ଟାଉନଥାନା ଜେନାଖାଲପଡ଼ାରେ ଏହି ଅଭାବନୀୟ ଘଟଣା ଘଟଣା ଘଟିଛି। ଦୁଇ ଜଣ ଶିଶୁ ଖେଳୁଥିବାବେଳେ କୂଅରେ ଖସି ପଡ଼ିଥିଲେ। ଖବର ପାଇ ସ୍ଥାନୀୟ ଲୋକେ କୂଅ ଭିତରୁ ଉଭୟଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୭ ବର୍ଷର ବାଳକର ମୃତ୍ୟୁ ହୋଇଯାଇଥିବାବେଳେ  ଅନ୍ୟ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।