କୂଅରୁ ହାତୀକୁ ଉଦ୍ଧାର କଲା ବନବିଭାଗ
କେସିଙ୍ଗା, ୩୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅଧିନସ୍ଥ ସୌରାପଦର ଗ୍ରାମ ନିକଟରେ ଥିବା କାଜୁବାଦାମ ପରିସରରେ ଏକ କୂଅରେ ହାତୀ ପଡିଥିବାର ଜାଣି ଗ୍ରାମବାସୀ ସୋମବାର ରେଞ୍ଜରଙ୍କୁ ଜଣାଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ବନ ବିଭାଗର ରେଞ୍ଜର ପ୍ରଭାବତୀ ସେଠଙ୍କ ସମେତ ସମସ୍ତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜେସିପି ଦ୍ବାରା କୂଅରୁ ଉଦ୍ଧାର କରିଛନ୍ତି। ହାତୀଟି କୂଅରୁ ବାହାରି ବଜ୍ରଗଡ଼ ଜଙ୍ଗଲ ଅଭିମୁଖେ ପଳାଇଛି। ଆଜକୁ ପ୍ରାୟ ୧୫ ଦିନ […] The post କୂଅରୁ ହାତୀକୁ ଉଦ୍ଧାର କଲା ବନବିଭାଗ appeared first on Dharitri Odia News.
କେସିଙ୍ଗା, ୩୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ରେଞ୍ଜ ଅଧିନସ୍ଥ ସୌରାପଦର ଗ୍ରାମ ନିକଟରେ ଥିବା କାଜୁବାଦାମ ପରିସରରେ ଏକ କୂଅରେ ହାତୀ ପଡିଥିବାର ଜାଣି ଗ୍ରାମବାସୀ ସୋମବାର ରେଞ୍ଜରଙ୍କୁ ଜଣାଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ବନ ବିଭାଗର ରେଞ୍ଜର ପ୍ରଭାବତୀ ସେଠଙ୍କ ସମେତ ସମସ୍ତ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଜେସିପି ଦ୍ବାରା କୂଅରୁ ଉଦ୍ଧାର କରିଛନ୍ତି। ହାତୀଟି କୂଅରୁ ବାହାରି ବଜ୍ରଗଡ଼ ଜଙ୍ଗଲ ଅଭିମୁଖେ ପଳାଇଛି। ଆଜକୁ ପ୍ରାୟ ୧୫ ଦିନ ହେଲା ୩୦ ଟିକିଆ ହାତୀ ପଲ ପରଲସିଙ୍ଗା, ପୋଢ଼ଖମ୍ବ,ଶିରୋଲ,ଡୁମେରମୁଣ୍ଡା ଆଦି ଅଞ୍ଚଳରେ ରହୁଥିବାରୁ ଚାଷୀଙ୍କ ଧାନ ,କପା ଖାଇ ବ୍ୟାପକ ନଷ୍ଟ କରୁଛନ୍ତି । ଚାଷର କ୍ଷୟ କ୍ଷତି ପାଇଁ ଚାଷୀମାନେ ବନ ବିଭାଗକୁ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପଟେ ହାତୀପଲ ଏହି ଅଞ୍ଚଳରେ ରହୁଥିବାରୁ ରାତିରେ ବାଲସି,ରେଙ୍ଗାଲି,ମଶାଣିବନ୍ଧ,ପରଲସିଙ୍ଗା, ଶିରୋଲ ଆଦି ଗ୍ରାମରେ ବିଦ୍ୟୁତ କାଟି ଦିଆଯାଉଛି। ଫଳରେ ଲୋକମାନେ ଅନ୍ଧାର, ଗରମରେ ବହୁ କଷ୍ଟରେ ରାତି ବିତାଉଛନ୍ତି।
The post କୂଅରୁ ହାତୀକୁ ଉଦ୍ଧାର କଲା ବନବିଭାଗ appeared first on Dharitri Odia News.