କୂଅରେ ପଡ଼ିଥିଲା ହାତୀ: ମାଈ ହାତୀକୁ ଘଉଡାଇ ଉଦ୍ଧାର କଲା ବନ ବିଭଗ
ଦେବଗଡ,୫।୧୧(ଶଶାଙ୍କ ଶେଖର ଝାଙ୍କର): କୂଅରେ ପଡ଼ିଥିବା ହାତୀ ଶାବକକୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହେଲା ବନ ବିଭଗ। ଦେବଗଡ଼ ବନଖଣ୍ଡ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଖଳିପୋଷି ଗ୍ରାମରେ ଥିବା ଏକ କୂଅ ଭିତରେ ପଡ଼ି ଯାଇଥିଲା ହାତୀ ଶାବକ। ହାତୀପଲରେ ୧୦ ରୁ ଅଧିକ ହାତୀ ଥିବା ବେଳେ ସୋମବାର ରାତି ପ୍ରାୟ ୧୧ଟାରେ ହାତୀ ଶାବକଟି ପଡିଯାଇଥିଲା। ବନବିଭାଗ ହାତୀପଲକୁ ଟ୍ରାକିଂ କରୁଥିବାରୁ ହାତୀ ଶାବକକୁ ଉଦ୍ଧାର ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। […] The post କୂଅରେ ପଡ଼ିଥିଲା ହାତୀ: ମାଈ ହାତୀକୁ ଘଉଡାଇ ଉଦ୍ଧାର କଲା ବନ ବିଭଗ appeared first on Dharitri Odia News.
ଦେବଗଡ,୫।୧୧(ଶଶାଙ୍କ ଶେଖର ଝାଙ୍କର): କୂଅରେ ପଡ଼ିଥିବା ହାତୀ ଶାବକକୁ ସୁରକ୍ଷିତ ଉଦ୍ଧାର କରିବାରେ ସଫଳ ହେଲା ବନ ବିଭଗ। ଦେବଗଡ଼ ବନଖଣ୍ଡ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଖଳିପୋଷି ଗ୍ରାମରେ ଥିବା ଏକ କୂଅ ଭିତରେ ପଡ଼ି ଯାଇଥିଲା ହାତୀ ଶାବକ। ହାତୀପଲରେ ୧୦ ରୁ ଅଧିକ ହାତୀ ଥିବା ବେଳେ ସୋମବାର ରାତି ପ୍ରାୟ ୧୧ଟାରେ ହାତୀ ଶାବକଟି ପଡିଯାଇଥିଲା। ବନବିଭାଗ ହାତୀପଲକୁ ଟ୍ରାକିଂ କରୁଥିବାରୁ ହାତୀ ଶାବକକୁ ଉଦ୍ଧାର ପାଇଁ ତୁରନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମାତ୍ର ରାତି ହୋଇଥିବାରୁ ମାଈ ହାତୀ ବାରମ୍ବାର ଆକ୍ରମଣ କରିଥିଲା ଫଳରେ ଉଦ୍ଧାର କାର୍ଯ୍ୟ ବିଳମ୍ବ ହୋଇଥିଲା। ଆଜି ସକାଳ ହେବା ପରେ ମାଈ ହାତୀକୁ ଘଉଡାଇବା ସହିତ ହାତୀ ଶାବକକୁ ଉଦ୍ଧାର କରିଥିଲା। ଦୀର୍ଘ ସମୟ ପ୍ରୟାସ ପରେ ସୁରକ୍ଷିତ ଉଦ୍ଧାର କରିବାରେ ବନବିଭାଗ ସଫଳ ହୋଇଛି । ବନବିଭାଗର ଏକ ଜେସିବି ଯୋଗେ ଗାତ ଖୋଲି ହାତୀ ଶାବକକୁ ଉଦ୍ଧାର କରିଛି।
The post କୂଅରେ ପଡ଼ିଥିଲା ହାତୀ: ମାଈ ହାତୀକୁ ଘଉଡାଇ ଉଦ୍ଧାର କଲା ବନ ବିଭଗ appeared first on Dharitri Odia News.