କୂଅରେ ପଡ଼ିଥିଲା ବାରାହା : କଢ଼ାଯିବା ପରେ ସେ ଯାହାକଲା ଜାଣିଲେ…
ଦିଗପହଣ୍ଡି, ୨।୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସଂଲଗ୍ନ ରାଧାଦେଇପୁର କାଳୀ ମନ୍ଦିର ନିକଟ କୂଅରେ ପଡ଼ିଥିବା ଏକ ବାରହାକୁ ଶନିବାର ସକାଳେ ଅଗ୍ନିଶମ ବାହିନୀ ଓ ପାଟପୁର ସେକ୍ସନର ବନ କର୍ମଚାରୀ ଉଦ୍ଧାର କରିବା ପରେ ସେ ଖସିଯାଇ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଆହାତମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହାତମାନେ ହେଲେ ରାଧାଦେଇପୁରର ବୁଦ୍ଧିଆ ସାହୁ, ପାଟପୁରର ନାରାୟଣ ନାୟକ,ଅଜୟ ସ୍ବାଇଁ, […] The post କୂଅରେ ପଡ଼ିଥିଲା ବାରାହା : କଢ଼ାଯିବା ପରେ ସେ ଯାହାକଲା ଜାଣିଲେ… appeared first on Dharitri Odia News.
ଦିଗପହଣ୍ଡି, ୨।୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସଂଲଗ୍ନ ରାଧାଦେଇପୁର କାଳୀ ମନ୍ଦିର ନିକଟ କୂଅରେ ପଡ଼ିଥିବା ଏକ ବାରହାକୁ ଶନିବାର ସକାଳେ ଅଗ୍ନିଶମ ବାହିନୀ ଓ ପାଟପୁର ସେକ୍ସନର ବନ କର୍ମଚାରୀ ଉଦ୍ଧାର କରିବା ପରେ ସେ ଖସିଯାଇ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଆକ୍ରମଣ କରିଥିବା ଜଣାପଡିଛି। ଆହାତମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହାତମାନେ ହେଲେ ରାଧାଦେଇପୁରର ବୁଦ୍ଧିଆ ସାହୁ, ପାଟପୁରର ନାରାୟଣ ନାୟକ,ଅଜୟ ସ୍ବାଇଁ, ମହିଳା ଜଣକ ବାଲିପଡା ଗ୍ରାମର। ସକାଳେ ବାରାହାଟି ବାଟବଣା ହୋଇ କୂଅରେ ପଡ଼ିଥିବା ସାହି ଲୋକ ଜାଣିବା ପରେ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଏବଂ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଏବଂ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କୂଅ ମଧ୍ୟରୁ ବାରାହାକୁ ଉଦ୍ଧାର କରିଥିଲେ ମଧ୍ୟ ସେ ଜାଲରୁ ଖସି ପଳାଇଥିଲା।ବାରହାଟି ଘୋଡ଼ାହାଡ଼ ନଦୀ ହିଡ ଦେଇ ଦୌଡ଼ି ଥିଲା। ନଦୀକୁ ଗାଧୋଇ ଯାଇଥିବା ନାରାୟଣଙ୍କୁ ପ୍ରଥମେ ବାରହାଟି ଆକ୍ରମଣ କରିଥିଲା। ସେ ତଳେ ପଡିଯିବାରୁ ତାଙ୍କ ମୁଣ୍ଡ ,ଜଙ୍ଘ,ହାତ,ପାଦକୁ ବାରହା ଆକ୍ରମଣ କରିଥିଲା। ପରେ ଅଜୟ ଏବଂ ବୁଦ୍ଧିଆଙ୍କୁ ଆକ୍ରମଣ କରିଥିଲା। ମହିଳା ଜଣକ ପାଟପୁର ନଦୀ ତଟରେ ଦେବଦାରୁ ଗଛରୁ ପତ୍ର ତୋଳୁ ଥିବା ବେଳେ ବାରହା ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଡପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼. ବାହନ ଦାସ ସୂଚନା ଦେଇଛନ୍ତି। ଏନେଇ ଦିଗପହଣ୍ଡି ବନ ବିଭାଗ ରେଞ୍ଜର ଦିବ୍ୟରଞ୍ଜନ ସାହୁ ଙ୍କୁ ପଚାରିବାରୁସେ କହିଲେ ବନ ବିଭାଗ ପକ୍ଷରୁ ଆହାତ ମାନଙ୍କୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ
The post କୂଅରେ ପଡ଼ିଥିଲା ବାରାହା : କଢ଼ାଯିବା ପରେ ସେ ଯାହାକଲା ଜାଣିଲେ… appeared first on Dharitri Odia News.