କୃତୀ ସ୍କେଟରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୫ା୧(ବିଜୟ ରଣା): ଦି ଉତ୍କଳ ୟୁନିକର୍ନସ ରୋଲର ସ୍ପୋଟର୍‌ସ ଏକାଡେମୀ ତରଫରୁ ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଭାରତୀ ବିଦ୍ୟାଭବନ ଅଡିଟୋରିୟମରେ ୭୦ କୃତୀ ସ୍କେଟରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଡି ଗୋଏଙ୍କା ପବ୍ଲିକ ସ୍କୁଲର ସିଇଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଚଳିତବର୍ଷ ଏକାଡେମୀର ୭ଜଣ ସ୍କେଟର ଓଡ଼ିଶା ପାଇଁ ଖେଳି ଜାତୀୟ ସ୍ତରରେ ପଦକ ହାସଲ କରି ବାରେ ସମର୍ଥ ହୋଇଛନ୍ତି। ଡିଏଭି ନ୍ୟାଶନାଲ ରୋଲର ସ୍କେଟିଂ ଜାତୀୟ ପ୍ରତିଯୋଗିତାରେ ସାଇରେୟାଂଶ ପରିଡ଼ା […] The post କୃତୀ ସ୍କେଟରଙ୍କୁ ସମ୍ବର୍ଦ୍ଧନା appeared first on Dharitri Odia News.

କୃତୀ ସ୍କେଟରଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୨୫ା୧(ବିଜୟ ରଣା): ଦି ଉତ୍କଳ ୟୁନିକର୍ନସ ରୋଲର ସ୍ପୋଟର୍‌ସ ଏକାଡେମୀ ତରଫରୁ ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ଭାରତୀ ବିଦ୍ୟାଭବନ ଅଡିଟୋରିୟମରେ ୭୦ କୃତୀ ସ୍କେଟରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜିଡି ଗୋଏଙ୍କା ପବ୍ଲିକ ସ୍କୁଲର ସିଇଓ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଚଳିତବର୍ଷ ଏକାଡେମୀର ୭ଜଣ ସ୍କେଟର ଓଡ଼ିଶା ପାଇଁ ଖେଳି ଜାତୀୟ ସ୍ତରରେ ପଦକ ହାସଲ କରି ବାରେ ସମର୍ଥ ହୋଇଛନ୍ତି। ଡିଏଭି ନ୍ୟାଶନାଲ ରୋଲର ସ୍କେଟିଂ ଜାତୀୟ ପ୍ରତିଯୋଗିତାରେ ସାଇରେୟାଂଶ ପରିଡ଼ା ଓ ସୌମିଲ ବାଗ୍‌ ନିଜ ନିଜ ବର୍ଗରେ ୨ଟି ଲେଖାଏ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିପରି ଏ.ଆର. ଦେବାଂଶ ସିବିଏସ୍‌ଇ ନ୍ୟାଶନାଲ ରୋଲର ସ୍କେଟିଂ ପ୍ରତିଯୋଗିତାରେ ରୌପ୍ୟ ଏବଂ ୬୧ତମ ଜାତୀୟ ରୋଲର ସ୍କେଟିଂ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏହି ଅବସରରେ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ଦେବାଶିଷ ପଟ୍ଟନାୟକ ଏବଂ ମୁଖ୍ୟ ସଞ୍ଚାଳକ ଅଜୟ ଭୂଷଣ ସାହୁ ସମସ୍ତ ସ୍କେଟରଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ପାଇଁ ସଫଳତା କାମନା କରିଛନ୍ତି।

The post କୃତୀ ସ୍କେଟରଙ୍କୁ ସମ୍ବର୍ଦ୍ଧନା appeared first on Dharitri Odia News.