କୃତ୍ରିମ ବର୍ଷା ଆଣିଲା ଦୁବାଇରେ ଜଳ ପ୍ରଳୟ, କିଛି ଘଣ୍ଟାରେ ବର୍ଷିଗଲା ଦେଢ଼ ବର୍ଷର ପାଣି
ନୂଆଦିଲ୍ଲୀ: ମରୁଭୂମିର ସହର ଭାବରେ ଜଣା ଦୁବାଇ ବର୍ତ୍ତମାନ ବନ୍ୟା ହାହାକାର।ଏଠାରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଅନେକ ମଲ୍ରେ ପାଣି ପସିଛି। ପାର୍କିଂରେ ଗାଡ଼ି ଭାସୁଛନ୍ତି। ରାସ୍ତା ବି ପୋଖରୀ ପାଲଟିଛି। ଅବସ୍ଥା ଏମିତି ହୋଇଛି ଯେ, ଏୟାରପୋର୍ଟରେ ମଧ୍ୟ ପାଣିରେ ବୁଡ଼ିଯାଇଛି। ଯାହା ଫଳରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ତେବେ ଏଠାରେ କଥା ଉଠିଛି ହଠାତ୍ ଏଭଳି ଭୟଙ୍କର ବର୍ଷା କେମିତି ହେଲା ? ଆଉ ଜଳପ୍ରଳୟ ସ୍ଥିତି କାହିଁକି ଉପୁଜିଲା ? ଆଉ ଏହାରି ମଧ୍ୟ କିଛି ବୈଜ୍ଞାନିକ କହିଛନ୍ତି ଯେ, ଏହା ବିଜ୍ଞାନର ବ୍ୟବହାରରେ ହୋଇଥିବା ଭୁଲ୍ କାରଣରୁ ହୋଇଛି।ରିପୋର୍ଟ ଅନୁଯାୟୀ, ସୋମବାର ଏବଂ ମଙ୍ଗଳବାର ସହରରେ କ୍ଲାଉଡ୍ ସିଡିଂ ପାଇଁ ବିମାନ ଉଡ଼ାଯାଇଥିଲା। କ୍ଲାଉଡ ସିଡିଂ ଦ୍ବାରା କୃତ୍ରିମ ବର୍ଷା କରାଯାଇଥାଏ। କିନ୍ତୁ ଏହି ଯୋଜନା ସେତେବେଳ ବିଫଳ ହୋଇଥିଲା ଯେତେବେଳେ କୃତିମ ବର୍ଷା କାରଣରୁ ବାଦଲ ହିଁ ଫାଟିଯାଇଥିଲା। କୁହାଯାଉଛି ଯେ, ପ୍ରାୟ ଦେଢ଼ ବର୍ଷରେ ଯେଉଁ ବର୍ଷା ହୋଇଥାଏ। ତାହା ମାତ୍ର କିଛି ଘଣ୍ଟାରେ ହୋଇଥିଲା। ଆଉ ଏହାର ପ୍ରଭାବରେ ପୂରା ସହର ଜଳମଗ୍ନ ହୋଇପଡ଼ିଛି। ଯାହା କେହି ହୁଏତ କେବେବି ଭାବିନଥିବେ।ଦୁବାଇ ବ୍ୟତୀତ ଆଉ ଏକ ସହର ଫୂଜେରାହ ମଧ୍ୟ ଏଭଳି ଅବସ୍ଥାରେ। ଏଠାରେ ୫.୭ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ହୋଇଛି।ଏହି ବର୍ଷା କାରଣରୁ ଅଲ ଖୈମାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବ
ନୂଆଦିଲ୍ଲୀ: ମରୁଭୂମିର ସହର ଭାବରେ ଜଣା ଦୁବାଇ ବର୍ତ୍ତମାନ ବନ୍ୟା ହାହାକାର।ଏଠାରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଅନେକ ମଲ୍ରେ ପାଣି ପସିଛି। ପାର୍କିଂରେ ଗାଡ଼ି ଭାସୁଛନ୍ତି। ରାସ୍ତା ବି ପୋଖରୀ ପାଲଟିଛି। ଅବସ୍ଥା ଏମିତି ହୋଇଛି ଯେ, ଏୟାରପୋର୍ଟରେ ମଧ୍ୟ ପାଣିରେ ବୁଡ଼ିଯାଇଛି। ଯାହା ଫଳରେ ବିମାନ ଉଡ଼ାଣ ବାଧାପ୍ରାପ୍ତ ହୋଇଛି। ତେବେ ଏଠାରେ କଥା ଉଠିଛି ହଠାତ୍ ଏଭଳି ଭୟଙ୍କର ବର୍ଷା କେମିତି ହେଲା ? ଆଉ ଜଳପ୍ରଳୟ ସ୍ଥିତି କାହିଁକି ଉପୁଜିଲା ? ଆଉ ଏହାରି ମଧ୍ୟ କିଛି ବୈଜ୍ଞାନିକ କହିଛନ୍ତି ଯେ, ଏହା ବିଜ୍ଞାନର ବ୍ୟବହାରରେ ହୋଇଥିବା ଭୁଲ୍ କାରଣରୁ ହୋଇଛି।
ରିପୋର୍ଟ ଅନୁଯାୟୀ, ସୋମବାର ଏବଂ ମଙ୍ଗଳବାର ସହରରେ କ୍ଲାଉଡ୍ ସିଡିଂ ପାଇଁ ବିମାନ ଉଡ଼ାଯାଇଥିଲା। କ୍ଲାଉଡ ସିଡିଂ ଦ୍ବାରା କୃତ୍ରିମ ବର୍ଷା କରାଯାଇଥାଏ। କିନ୍ତୁ ଏହି ଯୋଜନା ସେତେବେଳ ବିଫଳ ହୋଇଥିଲା ଯେତେବେଳେ କୃତିମ ବର୍ଷା କାରଣରୁ ବାଦଲ ହିଁ ଫାଟିଯାଇଥିଲା। କୁହାଯାଉଛି ଯେ, ପ୍ରାୟ ଦେଢ଼ ବର୍ଷରେ ଯେଉଁ ବର୍ଷା ହୋଇଥାଏ। ତାହା ମାତ୍ର କିଛି ଘଣ୍ଟାରେ ହୋଇଥିଲା। ଆଉ ଏହାର ପ୍ରଭାବରେ ପୂରା ସହର ଜଳମଗ୍ନ ହୋଇପଡ଼ିଛି। ଯାହା କେହି ହୁଏତ କେବେବି ଭାବିନଥିବେ।ଦୁବାଇ ବ୍ୟତୀତ ଆଉ ଏକ ସହର ଫୂଜେରାହ ମଧ୍ୟ ଏଭଳି ଅବସ୍ଥାରେ। ଏଠାରେ ୫.୭ ଇଞ୍ଚ ପର୍ଯ୍ୟନ୍ତ ବର୍ଷା ହୋଇଛି।
ଏହି ବର୍ଷା କାରଣରୁ ଅଲ ଖୈମାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ବ୍ୟକ୍ତି ଜଣକ କାର୍ରେ ଯାଉଥିବାବେଳେ ବନ୍ୟା ପାଣିରେ ଭାସିଯାଇଥିଲେ। ଦୁନିଆର ସବୁଠୁ ବଡ଼ ସପିଂ ସେଣ୍ଟର ‘ମଲ୍ ଅଫ୍ ଅମୀରାତ’ରେ ଦୋକାନ ଭିତରୁ ପାଣି ପସିଛି। ଏମିତିକି କିଛି ଦୋକାନର ଛାତ ଭାଙ୍ଗିପଡ଼ିଛି। କୁହାଯାଉଛି ଗତ ୭୫ ବର୍ଷରେ ଦୁବାଇ ଇତିହାସରେ ଏଭଳି ବର୍ଷା ହୋଇନଥିଲା।
ଦୁବାଇ ଏୟାରପୋର୍ଟରେ ବିମାନ ଚଳାଚଳ ବନ୍ଦ କରାଯାଇଛି। ପାର୍କିଂରେ ଗାଡ଼ି ପାଣିରେ ବୁଡ଼ି ରହିଛନ୍ତି। ଘର କଲୋନୀରେ ପାଣି ପଶିଛି।ଅବଶ୍ୟ ପ୍ରଶାସନ ତରଫରୁ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ସୂଚନା ଅନୁଯାୟୀ, ୨୪ ଘଣ୍ଟାରେ ୧୪୨ ମିଲିମିଟର ବର୍ଷା ହୋଇଛି। ଯେତେବେଳେକି ସାଧାରଣତଃ ଏଠାରେ ୯୪.୭ ମିଲିମିଟର ବର୍ଷା ହୋଇଥାଏ।