କୃଷି ଅଭିବୃଦ୍ଧିରେ ଗୁଜରାଟ ଏକ ମଡେଲ: ପି.କେ. ମିଶ୍ର

ଭି.ଭି.ନଗର,୪ା୯: ଗତ ୨୫ ବର୍ଷରେ ଗୁଜରାଟର କୃଷି କ୍ଷେତ୍ର ଏକ ନବପ୍ରବର୍ତ୍ତନ, ନମନୀୟ ଓ ଅଭିବୃଦ୍ଧିର ମଡେଲ ଭାବେ ଉଭା ହୋଇଛି। ଗୁଜରାଟ ଏକ ବଜାରଭିତ୍ତିକ କୃଷି କ୍ଷେତ୍ରର ଅର୍ଥନୀତି ରୂପେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଦୃଷ୍ଟାନ୍ତ ପାଲଟିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ବୁଧବାର ଗୁଜରାଟର ବଲ୍ଲଭ ବିଦ୍ୟାନଗସ୍ଥିତ ସର୍ଦ୍ଦାର ପଟେଲ ୟୁନିଭର୍ସିଟିରେ ଆୟୋଜିତ ଆଗ୍ରୋ-ଇକୋନୋମିକ୍‌ ରିସର୍ଚ୍ଚ ସେଣ୍ଟର (ଏଆଇଆର୍‌ସି) ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି। ପି.କେ. ମିଶ୍ର […] The post କୃଷି ଅଭିବୃଦ୍ଧିରେ ଗୁଜରାଟ ଏକ ମଡେଲ: ପି.କେ. ମିଶ୍ର appeared first on Dharitri Odia News.

କୃଷି ଅଭିବୃଦ୍ଧିରେ ଗୁଜରାଟ ଏକ ମଡେଲ: ପି.କେ. ମିଶ୍ର
ଭି.ଭି.ନଗର,୪ା୯: ଗତ ୨୫ ବର୍ଷରେ ଗୁଜରାଟର କୃଷି କ୍ଷେତ୍ର ଏକ ନବପ୍ରବର୍ତ୍ତନ, ନମନୀୟ ଓ ଅଭିବୃଦ୍ଧିର ମଡେଲ ଭାବେ ଉଭା ହୋଇଛି। ଗୁଜରାଟ ଏକ ବଜାରଭିତ୍ତିକ କୃଷି କ୍ଷେତ୍ରର ଅର୍ଥନୀତି ରୂପେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଦୃଷ୍ଟାନ୍ତ ପାଲଟିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ବୁଧବାର ଗୁଜରାଟର ବଲ୍ଲଭ ବିଦ୍ୟାନଗସ୍ଥିତ ସର୍ଦ୍ଦାର ପଟେଲ ୟୁନିଭର୍ସିଟିରେ ଆୟୋଜିତ ଆଗ୍ରୋ-ଇକୋନୋମିକ୍‌ ରିସର୍ଚ୍ଚ ସେଣ୍ଟର (ଏଆଇଆର୍‌ସି) ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି।
ପି.କେ. ମିଶ୍ର ନିଜ ଅଭିଭାଷଣରେ ଦୀର୍ଘମିଆଦି ଉତ୍ପାଦନଶୀଳତା ଓ ପରିବେଶଗତ ସ୍ବାସ୍ଥ୍ୟ ପାଇଁ ସ୍ଥାୟୀ କୃଷି ପଦ୍ଧତିର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ରିମୋଟ ସେନ୍ସିଂ, ଜିପିଏସ୍‌, ଡ୍ରୋନ୍‌  ଏବଂ ଏଆଇ ଭଳି ଅତ୍ୟାଧୁନିକ ଉପାୟରେ ମୃତ୍ତିକା ପରୀକ୍ଷଣ ଓ ଅନ୍ୟ ଚାଷକାର୍ଯ୍ୟ କରାଗଲେ ଉତ୍ପାଦନରେ ଉନ୍ନତି ଆସିବ। ସେହିପରି କୃଷି ଅବଶେଷରୁ ନବୀକରଣୀୟ ଶକ୍ତି ଏବଂ ଜୈବିକ ଶକ୍ତି ଉତ୍ପାଦନରେ ବ୍ୟବହାର କରାଯିବା ଉପରେ ପି.କେ. ମିଶ୍ର ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ ଡ. କିରିଟ୍‌ ଶେଲାଟଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ ‘ଫ୍ୟୁଚର ଆଗ୍ରିକଲ୍ଚର- ବିକଶିତ ଭାରତ’ର ଉନ୍ମୋଚନ କରାଯାଇଛି।

The post କୃଷି ଅଭିବୃଦ୍ଧିରେ ଗୁଜରାଟ ଏକ ମଡେଲ: ପି.କେ. ମିଶ୍ର appeared first on Dharitri Odia News.