କେ ଏଲ୍ ରାହୁଲଙ୍କ ପରେ ରୋହିତ ଶର୍ମା ଆହତ, ଟିମ୍ ଇଣ୍ଡିଆର ବଢ଼ିଲା ଚିନ୍ତା…
ନୂଆଦିଲ୍ଲୀ,୨୨।୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ୨ ମୁକାବିଳା ଖେଲାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଲାଗି ଟୁର୍ନାମେଣ୍ଟ ଗୁରୁତ୍ୱ ରଖୁଥିବାରୁ ଉଭୟ ଟିମ୍ ଲାଗି ବିଜୟ ଗୁରୁତ୍ୱ ବହନ କରୁଛି। ଏହାକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆର ଖେଳାଳିମାନେ ନେଟ୍ସରେ କଠିନ ପରିଶ୍ରମ କରୁଛନ୍ତି। ହେଲେ ଖରାପ ଫର୍ମ ଦେଇ ଗତି କରୁଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ନେଟ୍ସରେ ଝାଳ ବୁହାଉଛନ୍ତି। ଏମିତିରେ ରବିବାର ସେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ ପହଞ୍ଚିଥିଲେ। ନେଟ୍ସରେ ବ୍ୟାଟିଂ କରିବା ସମୟରେ […] The post କେ ଏଲ୍ ରାହୁଲଙ୍କ ପରେ ରୋହିତ ଶର୍ମା ଆହତ, ଟିମ୍ ଇଣ୍ଡିଆର ବଢ଼ିଲା ଚିନ୍ତା… appeared first on Dharitri Odia News.
ନୂଆଦିଲ୍ଲୀ,୨୨।୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ୨ ମୁକାବିଳା ଖେଲାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଲାଗି ଟୁର୍ନାମେଣ୍ଟ ଗୁରୁତ୍ୱ ରଖୁଥିବାରୁ ଉଭୟ ଟିମ୍ ଲାଗି ବିଜୟ ଗୁରୁତ୍ୱ ବହନ କରୁଛି। ଏହାକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆର ଖେଳାଳିମାନେ ନେଟ୍ସରେ କଠିନ ପରିଶ୍ରମ କରୁଛନ୍ତି। ହେଲେ ଖରାପ ଫର୍ମ ଦେଇ ଗତି କରୁଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ନେଟ୍ସରେ ଝାଳ ବୁହାଉଛନ୍ତି। ଏମିତିରେ ରବିବାର ସେ ମେଲବର୍ନ କ୍ରିକେଟ ଗ୍ରାଉଣ୍ଡରେ ପହଞ୍ଚିଥିଲେ। ନେଟ୍ସରେ ବ୍ୟାଟିଂ କରିବା ସମୟରେ ସେ ଆହତ ହୋଇଛନ୍ତି। ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। ପୂର୍ବରୁ ପ୍ରଥମ ସେଶନରେ କେ ଏଲ୍ ରାହୁଲଙ୍କ ହାତରେ ଆଘାତ ଲାଗିଥିଲା।
ତେବେ ରୋହିତ ଆଘାତ ଲାଗିବା ସତ୍ତ୍ୱେ କିଛି ସମୟ ସେ ଖେଳିବାକୁ ଚେଷ୍ଟା କରିଥିଲେ। ହେଲେ ଯନ୍ତ୍ରଣା ଅଧିକ ହେବା ପରେ ସେ ବରଫ ଘସି ବସି ପଡ଼ିଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ ଏହି ଆଘାତ ବେଶ ଗମ୍ଭୀର ନୁହେଁ। ଅପରପକ୍ଷେ ଟେଷ୍ଟ ଖେଳାଯିବାକୁ ଆଉ ୪ ଦିନ ବାକି ଥିବାରୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ ବୋଲି କୁହାଯାଉଛି।
ରୋହିତଙ୍କ ଆଘାତ ଯୋଗୁ ଭାରତୀୟ ଟିମ୍ର ଅସୁବିଧା ବଢ଼ିଛି। କାରଣ ଦଳର ଅଧିକାଂଶ ବ୍ୟାଟ୍ସମ୍ୟାନ ସଂଘର୍ଷ କରୁଛନ୍ତି। ସେ ଏଯାବତ ଅଷ୍ଟ୍ରେଲିଆରେ ରନ୍ କରିବାରେ ବିଫଳ ହେଉଛନ୍ତି। ପ୍ରଥମେ ଦଳର ସଫଳ ବ୍ୟାଟ୍ସମ୍ୟାନ କେ ଏଲ୍ ରାହୁଲ ଏବଂ ଅଧିନାୟକ ଆହତ ହେବା ଯୋଗୁ ଚିନ୍ତା ବଢ଼ିଛି। କେବଳ ଏତିକି ନୁହେଁ ମୁକାବିଲା ପୂର୍ବରୁ ଟିମ୍ର ଅନୁଭବୀ ସ୍ପିନର ଅଶ୍ୱୀନ ଅବସର ଘୋଷଣା କରିଦେଇଛନ୍ତି। ଏସବୁ ଦେଖିଲେ ଭାରତୀୟ ଟିମ୍ ଅନିଶ୍ଚିତତା ମଧ୍ୟକୁ ଯାଉଥିବା ଆଲୋଚନା ହେଉଛି।
The post କେ ଏଲ୍ ରାହୁଲଙ୍କ ପରେ ରୋହିତ ଶର୍ମା ଆହତ, ଟିମ୍ ଇଣ୍ଡିଆର ବଢ଼ିଲା ଚିନ୍ତା… appeared first on Dharitri Odia News.