କେ. କବିତାଙ୍କୁ ମିଳିଲାନି ଆଶ୍ୱସ୍ତି, ଇଡି ଓ ସିବିଆଇ କେସ୍ରେ ଜାମିନ ଆବେଦନ ଖାରଜ କଲେ କୋର୍ଟ
ନୂଆଦିଲ୍ଲୀ ୦୬/୦୫: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗିରଫ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ.କବିତାଙ୍କ ମିଳିଲାନି ଆଶ୍ୱସ୍ତି । ସୋମବାର ରାଉଜ୍ ଆଭେନ୍ୟୁ କୋର୍ଟରୁ କବିତାଙ୍କୁ ଲାଗିଛି ବଡ଼ ଝଟ୍କା । ରାଉଜ୍ ଆଭେନ୍ୟୁ କୋର୍ଟ କେ. କବିତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି । ଉଭୟ ଇଡି ଏବଂ ସିବିଆଇ ମାମଲାରେ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଉଭୟ ତଦନ୍ତକାରୀ ଏଜେନ୍ସି ଜାମିନ ଆବେଦନକୁ ବିରୋଧ କରି କହିଛନ୍ତି ଯେ କେ. କବିତା ଏହି ସମଗ୍ର ସ୍କାମର ଅନ୍ୟତମ ଷଡଯନ୍ତ୍ରକାରୀ ଏବଂ ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ଏବଂ ପ୍ରମାଣକୁ ଖଣ୍ଡନ କରି ତଦନ୍ତୁ ବି ଦିଗହରା କରିପାରନ୍ତି । ସୂଚନାଥାଉକି, ଦିଲ୍ଲୀ ଏକ୍ସାଇଜ୍ ସ୍କାମର ତଦନ୍ତରେ ୨୦୨୨ ଡିସେମ୍ୱର ୧ ହୋଇଥିଲା କେ. କବିତାଙ୍କ ଏଣ୍ଟ୍ରି । ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସମ୍ପର୍କରେ ଏକ ସିବିଆଇ ଟିମ୍ କବିତାଙ୍କୁ ପଚରାଉଚରା କରିଥିଲା । ଦଳ ତାଙ୍କୁ ପ୍ରାୟ ୭ ଘଣ୍ଟା ଧରି ପଚରାଉଚରା କରିଥିଲେ । କେଜ୍ରିୱାଲଙ୍କ ପୂର୍ବରୁ ଇଡି କେ. କବିତାଙ୍କୁ ଗିରଫ କରିଥିଲା । ପୂର୍ବରୁ ଇଡି କେ.କବିତାଙ୍କୁ ଦୁଇଟି ସମନ ଜାରି କରିଥିଲା । ହେଲେ କବିତା ଏଥିପ୍ରତି ଧ୍ୟାନ ଦେଇନଥିଲେ । ଇଡିଙ୍କ ଏହି ସମନ ସମ୍ପର୍କରେ ସେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ତେବେ ସୁପ୍ରିମକୋର୍ଟ ଏହି ଆବେଦ
ନୂଆଦିଲ୍ଲୀ ୦୬/୦୫: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଗିରଫ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ.କବିତାଙ୍କ ମିଳିଲାନି ଆଶ୍ୱସ୍ତି । ସୋମବାର ରାଉଜ୍ ଆଭେନ୍ୟୁ କୋର୍ଟରୁ କବିତାଙ୍କୁ ଲାଗିଛି ବଡ଼ ଝଟ୍କା । ରାଉଜ୍ ଆଭେନ୍ୟୁ କୋର୍ଟ କେ. କବିତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି ।
ଉଭୟ ଇଡି ଏବଂ ସିବିଆଇ ମାମଲାରେ ଜାମିନ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ଉଭୟ ତଦନ୍ତକାରୀ ଏଜେନ୍ସି ଜାମିନ ଆବେଦନକୁ ବିରୋଧ କରି କହିଛନ୍ତି ଯେ କେ. କବିତା ଏହି ସମଗ୍ର ସ୍କାମର ଅନ୍ୟତମ ଷଡଯନ୍ତ୍ରକାରୀ ଏବଂ ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ, ତେବେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରନ୍ତି ଏବଂ ପ୍ରମାଣକୁ ଖଣ୍ଡନ କରି ତଦନ୍ତୁ ବି ଦିଗହରା କରିପାରନ୍ତି ।
ସୂଚନାଥାଉକି, ଦିଲ୍ଲୀ ଏକ୍ସାଇଜ୍ ସ୍କାମର ତଦନ୍ତରେ ୨୦୨୨ ଡିସେମ୍ୱର ୧ ହୋଇଥିଲା କେ. କବିତାଙ୍କ ଏଣ୍ଟ୍ରି । ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସମ୍ପର୍କରେ ଏକ ସିବିଆଇ ଟିମ୍ କବିତାଙ୍କୁ ପଚରାଉଚରା କରିଥିଲା । ଦଳ ତାଙ୍କୁ ପ୍ରାୟ ୭ ଘଣ୍ଟା ଧରି ପଚରାଉଚରା କରିଥିଲେ । କେଜ୍ରିୱାଲଙ୍କ ପୂର୍ବରୁ ଇଡି କେ. କବିତାଙ୍କୁ ଗିରଫ କରିଥିଲା ।
ପୂର୍ବରୁ ଇଡି କେ.କବିତାଙ୍କୁ ଦୁଇଟି ସମନ ଜାରି କରିଥିଲା । ହେଲେ କବିତା ଏଥିପ୍ରତି ଧ୍ୟାନ ଦେଇନଥିଲେ । ଇଡିଙ୍କ ଏହି ସମନ ସମ୍ପର୍କରେ ସେ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ତେବେ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଶୁଣାଣି ମାର୍ଚ୍ଚ ୧୯, ୨୦୨୪ କୁ ସ୍ଥଗିତ ରଖିଥିଲେ । ଏହି ସମୟ ମଧ୍ୟରେ, ମାର୍ଚ୍ଚ ୧୫ ରେ, ଇଡି କେ. କବିତାଙ୍କୁ ଗିରଫ କରିଥିଲା ।