କେଉଁଠି ବି ଜଳାଶୟରେ ମିଳିବନି ମାଛ, ଲୋପ ପାଇଯିବ ମାଛ ବଂଶ !
ଭୁବନେଶ୍ବର : ସମୁଦ୍ର, ନଦୀ କି ପୋଖରୀ । କେଉଁଠି ବି ଜଳାଶୟରେ ମିଳିବନି ମାଛ । ଲୋପ ପାଇଯିବ... The post କେଉଁଠି ବି ଜଳାଶୟରେ ମିଳିବନି ମାଛ, ଲୋପ ପାଇଯିବ ମାଛ ବଂଶ ! appeared first on .
ଭୁବନେଶ୍ବର : ସମୁଦ୍ର, ନଦୀ କି ପୋଖରୀ । କେଉଁଠି ବି ଜଳାଶୟରେ ମିଳିବନି ମାଛ । ଲୋପ ପାଇଯିବ ମାଛ ବଂଶ । କିଲୋତ ଦୂରର କଥା ଶହେ ଗ୍ରାମ ବି ମାଛ ଦେଖିବା ହୋଇଯିବ ମୁଶକିଲ । ପରିବେଶ ପ୍ରଦୂଷଣ ସହ ବେଆଇନ ଭାବେ ମାଛଙ୍କର ଜୁଭେନାଇଲ କିଲିଂ ହେଉଛି । ୨୦୪୫ ସୁଦ୍ଧା ଆଉ ମାଛ ମିଳିବେ ନାହିଁ ବୋଲି ଗବେଷଣାରୁ ଜଣାପଡିଛି । ସବୁ ଜଳାଶୟରେ ଯେଉଁଭଳି ବେଆଇନ ଭାବେ ଛୋଟ ଛୋଟ ମାଛଙ୍କୁ ହତ୍ୟା କରାଯାଉଛି , ତାଦ୍ବାରା ମାଛଙ୍କ ବଂଶବୃଦ୍ଧି ହେବ ନାହିଁ। ତେଣୁ ତୁରନ୍ତ ସରକାର ବିହିତ ପଦକ୍ଷେପ ନିଅନ୍ତୁ ଵୋଲି ଦାବି ହୋଇଛି। ବର୍ତ୍ତମାନ ଜୁଭେନାଇଲ ସେଭ ହେବା ଦରକାର ବୋଲି ସିଫୁଡ଼ ଆସୋସିଏନ ଅଫ ଇଣ୍ଡିଆ ଓଡିଶା ଶାଖା ପକ୍ଷରୁ ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ଦାବି କରାଯାଇଛି। ମାଛ ବଡ଼ ହେଲେ ତାକୁ ବିକ୍ରି କରାଯାଉ କିନ୍ତୁ ଅତି ଛୋଟ ଛୋଟ ମାଛଙ୍କୁ ମାରି ନଦିଆଯାଉ ବୋଲି ଦାବି ହୋଇଛି। ସେପଟେ ଯେତେ ଜଳୀୟ ଉତ୍ସ ସବୁଆଡେ ପ୍ରଦୂଷଣ ବଢିବା ସହ ତାପମାତ୍ରା ବୃଦ୍ଧିର ବଡ଼ ପ୍ରଭାବ ମାଛ ଓ ଅନ୍ୟ ଜଳ ଜୀବଙ୍କ ଉପରେ ପଡୁଛି। ଯେତିକି ମାଛ ଧରିବା କଥା ତାଠାରୁ ଅଧିକ ମାଛ ଜିରୋ ନେଟ ଲଗାଇ ଧରିନିଆ ଯାଉଛି । ମାଛ ବଡ଼ ହୋଇ ଅଧିକ ପ୍ରଜନନ କରିବା ପୂର୍ବରୁ ବାଧା ଦିଆଯାଉଛି । ଏସବୁ ରୋକିବା ପାଇଁ ଆଇନ ଅଛି କିନ୍ତୁ ପାଳନ ହେଉ ନାହିଁ। ଏହା ନିୟନ୍ତ୍ରଣକୁ ନଆଣିଲେ ମାଛ ସଂଖ୍ୟା ଓ ଜାତି ମଧ୍ୟ ଲୋପ ପାଇଯିବେ ବୋଲି ପରିବେଶବିତ ଆଶଙ୍କା ପ୍ରକାଶ କରିଛନ୍ତି।
ବିଭିନ୍ନ ଜନ ସଂଗଠନ ଗୁଡିକ ବି ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଦରଦାମ ବୃଦ୍ଧିରେ ନିୟନ୍ତ୍ରଣ ଆଣିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା, ଆଇନଶୃଙ୍ଖଳା ରକ୍ଷା କରିବା ଆଦି ସବୁଥିରେ ବିଫଳ ରାଜ୍ୟ ସରକାର ଏବେ ପରିବେଶ ଓ ଜଳ ଜୀବଙ୍କ ସୁରକ୍ଷା କ୍ଷେତ୍ରରେ ମଧ୍ୟ ବିଫଳ ବୋଲି ଅଭିଯୋଗ ଆଣିଛି ନାଗରିକ ସୁରକ୍ଷା ମଞ୍ଚ। ସେପଟେ ଜିରୋ ନେଟ ବ୍ୟାନ ହୋଇଥିବା କହିଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ। ଯେତେବେଳେ ଅନିୟମିତତା କଥା ନଜରକୁ ଆସୁଛି ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ଆମିଷ ଖାଉଥିବା ବ୍ୟକ୍ତିଙ୍କ ପାଇଁ ସବୁଠୁ ପ୍ରିୟ ଖାଦ୍ୟ ମାଛ। କିନ୍ତୁ ମନଇଚ୍ଛା ଛୋଟ ଛୋଟ ମାଛଙ୍କୁ ଧରିବା ଓ ବେଆଇନ କାର୍ଯ୍ୟକଳାପ ମାଛବଂଶକୁ ଧ୍ୱଂସ ଆଡ଼କୁ ନେଇ ଯାଉଥିବା କୁହାଯାଉଛି ।
The post କେଉଁଠି ବି ଜଳାଶୟରେ ମିଳିବନି ମାଛ, ଲୋପ ପାଇଯିବ ମାଛ ବଂଶ ! appeared first on .