କେଉଁଠୁ ଆସିଲା ରହସ୍ୟମୟ ସିଗ୍‌ନାଲ୍‌ ? ଅଷ୍ଟ୍ରେଲିଆର ଟେଲିସ୍କୋପ୍‌ ଆବିଷ୍କାର କଲା ନୂଆ ରେଡିଓ ଓ୍ବେଭ୍‌

ନୂଆଦିଲ୍ଲୀ: ବୈଜ୍ଞାନିକଙ୍କୁ ମିଳିଲା ରହସ୍ୟମୟ ରେଡିଓ ସିଗନାଲ୍। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। କେଉଁଠୁ ଆସିଲା ଏହି ରହସ୍ୟମୟ ସିଗ୍‌ନାଲ ? କେଉଁ ଗ୍ରହରୁ ନା’ ପୁଣି ଅନ୍ୟ କୌଣସି ମହାକାଶୀୟ ଘଟଣା ? ଆଉ ଏବେ ଏହାର କାରଣ ଖୋଜିବାରେ ଲାଗିପଡ଼ିଛନ୍ତି ବୈଜ୍ଞାନିକ।  ପ୍ରକୃତରେ, ନିକଟରେ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏକ ରହସ୍ୟମୟ ରେଡିଓ ସିଗ୍‌ନାଲର ଆବିଷ୍କାର କରିଛନ୍ତି । ଏହା ଏଥିପାଇଁ ରହସ୍ୟମୟ କାରଣ ଏହି ସିଗନାଲ ପ୍ରାୟ ଏକ ଘଣ୍ଟା ଧରି ପ୍ରସାରିତ ହୋଇଥିଲା। ଅନେକ ଗବେଷଣା ପରେ ଏହା ମଧ୍ୟ ଜଣାପଡ଼ିଛି ଯେ, ଏହି ସିଗନାଲ୍‌ ଅନତି ଦୂରରୁ ନିର୍ଗତ ହେଉଥିଲା। ଏହା ଖୁବ୍‌ ଦ୍ରୁତ ମଧ୍ୟ ଥିଲା। ବଡ଼ କଥା ହେଉଛି ଏହି ସିଗନାଲରୁ ଉଜ୍ବଳ ରଶ୍ମୀ ମଧ୍ୟ ନିର୍ଗତ ହେଉଥିଲା। ଯାହା ମଝିରେ ମଝିରେ କେଉଁଆଡ଼େ ଉଭା ହୋଇଯାଉଥିଲା। ତେବେ ବୈଜ୍ଞାନିକଙ୍କ ଏକ ଟିମ୍‌ ଏହି ରହସ୍ୟମୟ ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କରୁଛନ୍ତି।ହେଲେ ମହାକାଶରୁ କୌଣସି ରେଡିଓ ସିଗ୍‌ନାଲ ମିଳିବା କିଛି ନୂଆ କଥା ନୁହେଁ। କାରଣ ବୈଜ୍ଞାନିକମାନେ ସାଧାରଣତଃ ଏଭଳି ଅନେକ ରେଡିଓ ଓ୍ବେଭ ଦେଖିବାକୁ ପାଇଥାନ୍ତି। ଯାହାକୁ ସେମାନେ ରେଡିଓ ଟ୍ରାଜିଏଣ୍ଟସ (ରେଡିଓ ତରଙ୍ଗ) ବୋଲି କହିଥାନ୍ତି। ଏହି ରେଡିଓ ସିଗନାଲ ବ୍ରହ୍ମାଣ୍ଡର କୋଣ ଅନୁକୋଣରେ ଘୂରି ବୁଲୁଛନ୍ତି। ଏହା ସେତେବେଳେବି ରହିଥିଲା ଆଉ ଏବେ ମଧ୍ୟ ରହିଛି। କ’ଣ ହୋଇପାରେ କାରଣ ?ଗବେଷକ

କେଉଁଠୁ ଆସିଲା ରହସ୍ୟମୟ ସିଗ୍‌ନାଲ୍‌ ? ଅଷ୍ଟ୍ରେଲିଆର ଟେଲିସ୍କୋପ୍‌ ଆବିଷ୍କାର କଲା ନୂଆ ରେଡିଓ ଓ୍ବେଭ୍‌

ନୂଆଦିଲ୍ଲୀ: ବୈଜ୍ଞାନିକଙ୍କୁ ମିଳିଲା ରହସ୍ୟମୟ ରେଡିଓ ସିଗନାଲ୍। ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। କେଉଁଠୁ ଆସିଲା ଏହି ରହସ୍ୟମୟ ସିଗ୍‌ନାଲ ? କେଉଁ ଗ୍ରହରୁ ନା’ ପୁଣି ଅନ୍ୟ କୌଣସି ମହାକାଶୀୟ ଘଟଣା ? ଆଉ ଏବେ ଏହାର କାରଣ ଖୋଜିବାରେ ଲାଗିପଡ଼ିଛନ୍ତି ବୈଜ୍ଞାନିକ।  

ପ୍ରକୃତରେ, ନିକଟରେ ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏକ ରହସ୍ୟମୟ ରେଡିଓ ସିଗ୍‌ନାଲର ଆବିଷ୍କାର କରିଛନ୍ତି । ଏହା ଏଥିପାଇଁ ରହସ୍ୟମୟ କାରଣ ଏହି ସିଗନାଲ ପ୍ରାୟ ଏକ ଘଣ୍ଟା ଧରି ପ୍ରସାରିତ ହୋଇଥିଲା। ଅନେକ ଗବେଷଣା ପରେ ଏହା ମଧ୍ୟ ଜଣାପଡ଼ିଛି ଯେ, ଏହି ସିଗନାଲ୍‌ ଅନତି ଦୂରରୁ ନିର୍ଗତ ହେଉଥିଲା। ଏହା ଖୁବ୍‌ ଦ୍ରୁତ ମଧ୍ୟ ଥିଲା। ବଡ଼ କଥା ହେଉଛି ଏହି ସିଗନାଲରୁ ଉଜ୍ବଳ ରଶ୍ମୀ ମଧ୍ୟ ନିର୍ଗତ ହେଉଥିଲା। ଯାହା ମଝିରେ ମଝିରେ କେଉଁଆଡ଼େ ଉଭା ହୋଇଯାଉଥିଲା। ତେବେ ବୈଜ୍ଞାନିକଙ୍କ ଏକ ଟିମ୍‌ ଏହି ରହସ୍ୟମୟ ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କରୁଛନ୍ତି।

ହେଲେ ମହାକାଶରୁ କୌଣସି ରେଡିଓ ସିଗ୍‌ନାଲ ମିଳିବା କିଛି ନୂଆ କଥା ନୁହେଁ। କାରଣ ବୈଜ୍ଞାନିକମାନେ ସାଧାରଣତଃ ଏଭଳି ଅନେକ ରେଡିଓ ଓ୍ବେଭ ଦେଖିବାକୁ ପାଇଥାନ୍ତି। ଯାହାକୁ ସେମାନେ ରେଡିଓ ଟ୍ରାଜିଏଣ୍ଟସ (ରେଡିଓ ତରଙ୍ଗ) ବୋଲି କହିଥାନ୍ତି। ଏହି ରେଡିଓ ସିଗନାଲ ବ୍ରହ୍ମାଣ୍ଡର କୋଣ ଅନୁକୋଣରେ ଘୂରି ବୁଲୁଛନ୍ତି। ଏହା ସେତେବେଳେବି ରହିଥିଲା ଆଉ ଏବେ ମଧ୍ୟ ରହିଛି। 

କ’ଣ ହୋଇପାରେ କାରଣ ?

ଗବେଷକଙ୍କ ଅନୁଯାୟୀ, ଏହି ରେଡିଓ ସିଗ୍ନାଲଗୁଡ଼ିକ ମଧ୍ୟରୁ ଅଧିକାଂଶ ଘୂରୁଥିବା ନ୍ୟୁଟ୍ରନ ଷ୍ଟାର ପଲସରରୁ (ନିଷ୍କ୍ରିୟ ହୋଇପଡ଼ିଥିବା ତାରାର କେନ୍ଦ୍ର) ନିର୍ଗତ ହୋଇଥାଏ। ଏଗୁଡ଼ିକ ଅନବରତ ରେଡିଓ ଓ୍ବେଭ୍ସର ନିର୍ଗତ କରିଥାନ୍ତି। ସାଧାରଣତଃ ଏହି ନ୍ୟୁଟ୍ରନ ଷ୍ଟାର ଖୁବ୍‌ ଦ୍ରୁତ ଗତିର ଘୂରିଥାନ୍ତି। ଆଉ ଏହି ଘୂର୍ଣ୍ଣନ ଫଳରେ ଏମାନେ ମାତ୍ର କିଛି ସେକେଣ୍ଡରେ ହିଁ ନିଜ କକ୍ଷ ପଥର ପରିକ୍ରମା ଶେଷ କରିଥାନ୍ତି।  କିନ୍ତୁ ନିକଟରେ ଆବିଷ୍କାର ହୋଇଥିବା ରେଡିଓ ସିଗନାଲ ଏକ ଘଣ୍ଟା ଧରି ଜାରି ରହିଥିଲା। ଯାହା ଖୁବ୍‌ ବିରଳ।

ନାଁ ରହିଛି ASKAP J1935+2148 

ପଶ୍ଚିମ ଅଷ୍ଟ୍ରେଲିଆର ଓ୍ବାଜରି ୟାମାଜୀ କଣ୍ଟ୍ରୀର ଗବେଷକ ଏହି ନୂଆ ରେଡିଓ ସିଗନାଲକୁ ASKAP J1935+2148 ନାଁ ଦେଇଛନ୍ତି। ଏଥିରେ ଥିବା ନମ୍ବର ହେଉଛି ଏହି ରେଡିଓ ସିଗନାଲର ସ୍ଥାନ। ଏହା CSIROର ASKAP ରେଡିଓ ଟେଲିସ୍କୋପ୍‌ ଦ୍ବାରା ରେକର୍ଡ ହୋଇଛି। ଏହି ସିଗ୍‌ନାଲର ପ୍ରକୃତ ତଥ୍ୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହା ଏବେବି ରହସ୍ୟ ହୋଇ ରହିଛି। 

ଆଉ କ’ଣ ହୋଇପାରେ କାରଣ ?

ଏହାର ଅନ୍ୟ କିଛି କାରଣ ଉପରେ ମଧ୍ୟ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ପ୍ରଥମଟି ହେଉଛି  ଏହି ସିଗନାଲ କୌଣସି ଧୀର ଭାବରେ ଘୂରୁଥିବା ନ୍ୟୁଟ୍ରନ୍‌ ଷ୍ଟାରରୁ ନିର୍ଗତ ହୋଇଥାଇପାରେ।  କିମ୍ବା ଏହା କୌଣସି ଧଳା ବାମନ ଗ୍ରହ (ନିଷ୍କ୍ରିୟ ଗ୍ରହ) ମଧ୍ୟ ହୋଇପାରେ। ସେହିଭଳି ଆଉ ଏକ କାରଣ ଏହା ମଧ୍ୟ ହୋଇପାରେ ଯେ, ଏହି ସିଗନାଲ କୌଣସି ବାଇନାରୀ ସିଷ୍ଟମରେ ଥିବା ନ୍ୟୁଟ୍ରନ୍‌ ଷ୍ଟାର କିମ୍ବା କୌଣସି ଧଳା ବାମନ ଗ୍ରହ ହୋଇପାରେ।  ତେବେ ଏହି ରହସ୍ୟମୟ ରେଡିଓ ସିଗ୍‌ନାଲ ବିଷୟରେ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଟିମ୍‌। ଏହି ରିସର୍ଚ୍ଚ ନେଜର ଆଷ୍ଟେ୍ରାନୋମୀରେ ପ୍ରକାଶିତ ।