କେଜରିଓ୍ବାଲଙ୍କ ଜାମିନରେ ଉତ୍ସାହିତ ଇଣ୍ଡିଆ ମେଣ୍ଟ
ନୂଆଦିଲ୍ଲୀ,୧୦।୫: କେବଳ ଆମ ଆଦମୀ ପାର୍ଟି ନୁହେଁ ବିରୋଧୀ ମେଣ୍ଟ ଇଣ୍ଡିଆ ପାଇଁ ମଧ୍ୟ ଆଜି ଖୁସିର ଦିନ । କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିଓ୍ବାଲଙ୍କ ଜାମିନ ମଞ୍ଜୁର ହୋଇଛି। ଦୀର୍ଘ ୧ମାସ ଧରି ତିହାର ଜେଲରେ ବନ୍ଦୀଜୀବନ କାଟୁଥିବା କେଜରିଓ୍ବାଲଙ୍କୁ ବଡ଼ ବିଜୟ ହାସଲ ହୋଇଛି। କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ଜୁନ ୧ ଯାଏଁ ଆନ୍ତରୀଣ ଜାମିନ ଦେଇଛନ୍ତି। ଜୁନ ୧ରେ ସେ ପୁଣି ଆସି ଆତ୍ମ ସମର୍ପଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। […] The post କେଜରିଓ୍ବାଲଙ୍କ ଜାମିନରେ ଉତ୍ସାହିତ ଇଣ୍ଡିଆ ମେଣ୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୧୦।୫: କେବଳ ଆମ ଆଦମୀ ପାର୍ଟି ନୁହେଁ ବିରୋଧୀ ମେଣ୍ଟ ଇଣ୍ଡିଆ ପାଇଁ ମଧ୍ୟ ଆଜି ଖୁସିର ଦିନ । କାରଣ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିଓ୍ବାଲଙ୍କ ଜାମିନ ମଞ୍ଜୁର ହୋଇଛି। ଦୀର୍ଘ ୧ମାସ ଧରି ତିହାର ଜେଲରେ ବନ୍ଦୀଜୀବନ କାଟୁଥିବା କେଜରିଓ୍ବାଲଙ୍କୁ ବଡ଼ ବିଜୟ ହାସଲ ହୋଇଛି। କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ଜୁନ ୧ ଯାଏଁ ଆନ୍ତରୀଣ ଜାମିନ ଦେଇଛନ୍ତି। ଜୁନ ୧ରେ ସେ ପୁଣି ଆସି ଆତ୍ମ ସମର୍ପଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହାରି ଭିତରେ ସେ ନିର୍ବାଚନୀ ପ୍ରଚାର କରିପାରିବେ ବୋଲି ମଧ୍ୟ କୋର୍ଟ କହିଛନ୍ତି। ତେବେ କେଜରିଓ୍ବାଲଙ୍କ ଜାମିନକୁ ନେଇ କେବଳ ଏଏପି ନୁହେଁ କଂଗ୍ରେସ ପାର୍ଟି ଓ ଅନ୍ୟ ବିରୋଧୀଙ୍କ ମନରେ ମଧ୍ୟ ଖୁସିର ଲହରୀ ଖେଳିଯାଇଛି।
କେଜରିଓ୍ବାଲଙ୍କ ଜାମିନକୁ ନେଇ ଇଣ୍ଡିଆ ମେଣ୍ଟ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରୁଥିବାବେଳେ ଜୁନ ୪ରେ ମୋଦି ସରକାରଙ୍କ ପରାଜୟକୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି। କେଜରିଓ୍ବାଲଙ୍କ ଜାମିନ ମିଳିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋସିଆଲ ମିଡିଆ ଏକ୍ସରେ ଖୁସି ବ୍ୟକ୍ତି କରିଛନ୍ତି। ସେହିପରି କଂଗ୍ରେସର ମିଡିଆ ମୁଖ୍ୟ ପବନ ଖେଡା ମଧ୍ୟ କେଜରିଓ୍ବାଲଙ୍କୁ ଅଭିନନ୍ଦନ ଜଣାଇବା ସହ ମୋଦି ଖୁବ୍ଶୀଘ୍ର ପରାଜିତ ହେବେ ବୋଲି ବଡ଼ ଭବିଷ୍ୟବାଣୀ କରିଛନ୍ତି।
The post କେଜରିଓ୍ବାଲଙ୍କ ଜାମିନରେ ଉତ୍ସାହିତ ଇଣ୍ଡିଆ ମେଣ୍ଟ appeared first on Dharitri Odia News.