କେଜରିଓ୍ବାଲଙ୍କ ପରେ ଏବେ ଇଡି ସ୍କାନରରେ ଆପ୍‌ ଗୋଆ ମୁଖ୍ୟ, ମନିଲଣ୍ଡ୍ରିଂ ମାମଲାରେ ପଚରାଉଚରା

ନୂଆଦିଲ୍ଳୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫଦାରୀ ପରେ ଏବେ ଆପ୍‌ର ଗୋଆ ମୁଖ୍ୟ ଏବଂ ଅନ୍ୟ ନେତା ଇଡି ସ୍କାନରରେ। ଗୁରୁବାର ଇଡି, ଆପ୍‌ ଗୋଆ ୟୁନିଟ୍‌ ମୁଖ୍ୟ ଅମିତ ପାଲେକର ଏବଂ ଅନ୍ୟ ତିନି ନେତାଙ୍କୁ ମନିଲଣ୍ଡ୍ରିଂ ମାମଲାରେ ପଚରାଉଚରା କରିଛି। ଇଡି ପାଲେକର ଆପ ନେତା- ରାମରାଓ ବାଘ, ଦତ୍ତପ୍ରସାଦ ନାଇକ ଏବଂ ଅଶୋକ ନାଇକଙ୍କୁ ସମନ ପଠାଇଥିଲା।ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଆ ମୁଖ୍ୟ ଏବଂ ଅନ୍ୟମାନଙ୍କୁ ହେଉଥିବା ପଚରାଉଚରା ମାମଲା ଦିଲ୍ଲୀ ମଦ ଦୁର୍ନୀତିରେ ହୋଇଥିବା ମନିଲଣ୍ଡ୍ରିଂ ମାମଲା ସହ ଜଡ଼ିତ। ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବଂ ଅନ୍ୟ ନେତା ଆପ୍‌ ନେତାଙ୍କ ଗିରଫ କରାଯାଇସାରିଛି। ଦତ୍ତପ୍ରସାଦ ଏବଂ ଅଶୋକ ଗୋଆରେ ଭଣ୍ଡାରୀ ସମୁଦାୟର ନେତା।

କେଜରିଓ୍ବାଲଙ୍କ ପରେ ଏବେ ଇଡି ସ୍କାନରରେ ଆପ୍‌ ଗୋଆ ମୁଖ୍ୟ, ମନିଲଣ୍ଡ୍ରିଂ ମାମଲାରେ ପଚରାଉଚରା

ନୂଆଦିଲ୍ଳୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫଦାରୀ ପରେ ଏବେ ଆପ୍‌ର ଗୋଆ ମୁଖ୍ୟ ଏବଂ ଅନ୍ୟ ନେତା ଇଡି ସ୍କାନରରେ। ଗୁରୁବାର ଇଡି, ଆପ୍‌ ଗୋଆ ୟୁନିଟ୍‌ ମୁଖ୍ୟ ଅମିତ ପାଲେକର ଏବଂ ଅନ୍ୟ ତିନି ନେତାଙ୍କୁ ମନିଲଣ୍ଡ୍ରିଂ ମାମଲାରେ ପଚରାଉଚରା କରିଛି। ଇଡି ପାଲେକର ଆପ ନେତା- ରାମରାଓ ବାଘ, ଦତ୍ତପ୍ରସାଦ ନାଇକ ଏବଂ ଅଶୋକ ନାଇକଙ୍କୁ ସମନ ପଠାଇଥିଲା।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଆ ମୁଖ୍ୟ ଏବଂ ଅନ୍ୟମାନଙ୍କୁ ହେଉଥିବା ପଚରାଉଚରା ମାମଲା ଦିଲ୍ଲୀ ମଦ ଦୁର୍ନୀତିରେ ହୋଇଥିବା ମନିଲଣ୍ଡ୍ରିଂ ମାମଲା ସହ ଜଡ଼ିତ। ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବଂ ଅନ୍ୟ ନେତା ଆପ୍‌ ନେତାଙ୍କ ଗିରଫ କରାଯାଇସାରିଛି। ଦତ୍ତପ୍ରସାଦ ଏବଂ ଅଶୋକ ଗୋଆରେ ଭଣ୍ଡାରୀ ସମୁଦାୟର ନେତା।